Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାଲୁ ଆକ୍ରମଣରେ ଯୁବକ ଗୁରୁତର ଆହତ

Odisha

ଭାଲୁ ଆକ୍ରମଣରେ ଯୁବକ ଗୁରୁତର ଆହତ

Ritu Das
Browse all articles by Ritu Das
·1 year ago·1 min read
ଭାଲୁ ଆକ୍ରମଣରେ ଯୁବକ ଗୁରୁତର ଆହତ

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଭାଲୁଙ୍କ ପାଦରୁଭାବ ବଢ଼ିବାରେ ଲାଗିଛି, ଅଳ୍ପଦିନ ବ୍ୟବଧାନରେ ଭାଲୁ ଆକ୍ରମଣର କେଶଡିହା ପଞ୍ଚାୟତର ଚିରୁପଦା ଗ୍ରାମର ଜଣେ ଯୁବକ ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ପୁଣି ଭାଲୁ ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ଜରକ ପଞ୍ଚାୟତର କାଠୁଆ ନୂଆଗାଁର ଅନାମ ବେହେରା (45) ନିଜ ବିଲକୁ ସକାଳ ୭ଟାରେ ପାଣି ଛାଡିବା ପାଇଁ ଯାଇଥିବା ବେଳେ ହଠାତ ଦୁଇଟି ଭାଲୁ ନିକଟ ଜଙ୍ଗଲ ଆଡୁ ମାଡିବସିଥିଲେ ଅନାମଙ୍କ ଉପରେ। 

ଅନାମର ଚିତ୍କାର ଶୁଣି ପାଖ ବିଲରେ କାମ କରୁଥିବା ସନ୍ତୋଷ ପଢିଆରି ସଙ୍ଗେ ସଙ୍ଗେ ଦୌଡ଼ିଆସିବାରୁ ଭାଲୁ ମାନେ ଛାଡି ଚାଲିଯାଇଥିଲେ। ଅନାମ ର ଦୁଇ ହାତ ଏବଂ ପିଚାରେ କାମୁଡି ଦେଇଥିବା ଦେଖି ତୁରନ୍ତ ସନ୍ତୋଷ ଅନାମକୁ ଆଣି ତାଙ୍କ ଘରେ ପହଞ୍ଚାଇ ଥିଲେ। ଘର ଲୋକେ ତୁରନ୍ତ ଠାକୁରମୁଣ୍ଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଠାକୁରମୁଣ୍ଡା ଅଞ୍ଚଳରେ ଏବେ ଭାଲୁ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ବନବିଭାଗ ଚେଇଁ ଶୋଇଛି। ଲୋକେ ଆକ୍ରମଣର ଶିକାର ହୋଇ କିଏ ହାତ ହରାଇଲାଣି ତ କିଏ ଗୋଡ଼ ହରାଇଲାଣି। ଏମିତି ଘଟଣା ଏବେ ଠାକୁରମୁଣ୍ଡା ଅଞ୍ଚଳରେ ଘଟୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Young man | Argus News