Videos
|
Odisha

Tragic Incident / ପ୍ରେମିକ ଘର ଆଗରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ, ଚାଲିଗଲା ଜୀବନ

Banajyotshna Ray
Browse all articles by Banajyotshna Ray
·2 weeks ago·2 min read
ପ୍ରେମିକ ଘର ଆଗରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ, ଚାଲିଗଲା ଜୀବନ
Tragic Incident

Key Points

ପ୍ରେମ ପାଇଁ ଜୀବନ ଗଲା 
ପ୍ରେମିକ ଘର ଆଗରେ ନିଜକୁ ଜାଳିଦେଇଥିଲେ ଯୁବତୀ
୬ ଦିନ ପରେ ଚାଲିଗଲା ଜୀବନ
ପ୍ରେମ ନେଇଗଲା ଜୀବନ। ନିଜକୁ ଜାଳି ଦେଇଥିଲେ ପ୍ରେମିକା।ଆଜି ଆଖି ବୁଜିଲେ। ଯେଉଁ କବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରୋ। ଦୀର୍ଘ ୬ ଦିନ ସଂଘର୍ଷ ପରେ ଶେଷରେ ଚାଲିଗଲା ଯୁବତୀଙ୍କ ପ୍ରାଣବାୟୁ। ରାଉରକେଲା ସହରର ଝିଲପାଣି ଥାନା ଅଞ୍ଚଳରେ ଜଣେ ଯୁବତୀ ପ୍ରେମିକ ଘର ଆଗରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ଯୁବତୀ ଜଣକ IGHରେ ଭର୍ତ୍ତି ହୋଇ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଛନ୍ତି । ତାଙ୍କ ଶରୀରର 90 ଭାଗ ପୋଡି ହୋଇ ଚିକିତ୍ସା ଚାଲିଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ୬ ଦିନ ଧରି ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ଥିଲେ ଯୁବତୀ। ଆଜି ଶେଷରେ ଆଖି ବୁଜିଛନ୍ତି। ପ୍ରେମ ପ୍ରତାରଣା ପାଇଁ ଯୁବକ ଘର ଆଗରେ ଯୁବତୀ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ସେହି ପ୍ରେମ ଆଜି ଯୁବତୀଙ୍କ ଜୀବନ ନେଇଗଲା।''

ପ୍ରଥମେ ପ୍ରେମ ଆଉ ପରେ ବିବାହର ପ୍ରତିଶୃତି ଦେଇ ମନା କରିବାରୁ ଯୁବକ ଘର ଆଗରେ ଯୁବତୀ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଇସ୍ପାତ ସହରରେ ଏଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ପ୍ରେମିକ ଯୁବକ, ଯୁବତୀକୁ ହସ୍ପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଛି। ଯୁବକକୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।ମିଥ୍ୟା ପ୍ରତିଶ୍ରୁତି ସହିନପାରି ପ୍ରେମିକ ଘର ଆଗରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ ଜଣଙ୍କ । ପ୍ରେମିକ ବିକି ଦାସ ସେକ୍ଟର 3 ଅଞ୍ଚଳରେ ରହୁଥିବା ଯୁବତୀ ସହ ଗତ 2 ବର୍ଷରୁ ଅଧିକ ଦିନ ଧରି ପ୍ରେମ ସମ୍ପର୍କରେ ରହିଆସିବା ସହିତ ବିବାହ ପ୍ରତିଶ୍ରୁତି ଦେଇଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି ।''

ଏଥିସହ ପଢ଼ନ୍ତୁ: ମାଷ୍ଟରକ୍ୟାଣ୍ଟିନରେ ଢେଲା ପଥର ମାଡ଼, ଲାଠି ଚାର୍ଜ; ଆମ ବସ୍ ଭଙ୍ଗାରୁଜା କଲେ ଅନଲାଇନ୍ ଅଟୋ ଚାଳକ

ପ୍ରେମିକ ବିକି ଦାସ ଫେରି ରାଉରକେଲାର ଭାଟାବସ୍ତିରେ ପହଁଞ୍ଚିଥିଲେ। ପ୍ରେମିକ ଆସିବା ଖବରପାଇ ଯୁବତୀ ଜଣକ ଦେଖାକରିବା ପାଇଁ ଏକା ତାଙ୍କ ଘରକୁ ଯାଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏବଂ ଯୁବକ ଯୁବତୀଠାରୁ ପୂର୍ବରୁ ଟଙ୍କା ମଧ୍ୟ ନେଇଥିଲେ । ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା, ଯୁବକ ଜଣକ ଟଙ୍କା ଫେରସ୍ତ ନଦେବା ଆଉ ବିବାହ ପାଇଁ ରାଜି ଯୁବତୀ ଜଣକ ସହିନପାରି ଘରେ ଥିବା କିରାସିନି ନିଜ ଉପରକୁ ଢାଳି ପ୍ରେମିକ ଆଗରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ପରେ ଘଟଣାସ୍ଥଳରେ ପ୍ରେମିକ ବିକି ଦାସ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲକୁ ଆଣି ଭର୍ତ୍ତି କରି ସେ ହସ୍ପିଟାଲରୁ ଫେରାର ହୋଇ ଯାଇଥିଲେ ।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଝିଲପାଣି ପୋଲିସ ଖବରପାଇ ହସ୍ପିଟାଲରେ ପହଁଞ୍ଚିଥିଲେ। ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଫେରାର ଥିବା ଯୁବକକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ବେଳେ ଯୁବତୀର ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ପରେ ଆହତ ଯୁବତୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରୁ IGHକୁ ସ୍ଥାନାନ୍ତରିତ କରିଯାଇଥିଲା । ଯୁବତୀଙ୍କ ଶରୀର 80 ରୁ 90 ଭାଗ ପୋଡ଼ି ହୋଇଯାଇଥିଲା । ଏହା ସହିତ ପୋଲିସ ପୀଡ଼ିତାର ବୟାନ ରେକର୍ଡ କରିଥିଲା । ସେପଟେ ପୋଲିସ ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖି ପଚରା ଉଚାର କରୁଥିଲା । କିନ୍ତୁ ଶେଷରେ ଆଜି ଆଖି ବୁଜିଛନ୍ତି ମହିଳା ଯୁବତୀ ଜଣଙ୍କ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories