Videos
|
Odisha

ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ

Manini Pattanayak
Browse all articles by Manini Pattanayak
·2 years ago
ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଟିକାବାଲି ଆଖଣ୍ଡଳମଣି ସାହିରେ  ବଜ୍ରପାତ ଘଟି ଜଣେ ଯୁବତୀଙ୍କ  ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବତୀ ଜଣକ ଟିକାବାଲି ଥାନା ଟିକାବାଲି ଗ୍ରାମ ଆଖଣ୍ଡଳମଣି ସାହି ବିମ୍ବାଧର ବିଷୋୟୀ ଙ୍କ ଝିଅ ରୂପାଲି ବିଷୋୟୀ (୨୩) ଆଜି ଅପରାହ୍ନ ସମୟରେ  ନିଜ ଘର ଭିତରେ ରେ ବସିଥିବା ବେଳେ ଅପରାହ୍ନରେ ଖୁବ୍ ଜୋରରେ  ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଥିଲା।  

ଘର ଭିତରେ ଥିବା ସମୟରେ ବଜ୍ରପାତ ଘଟିଥିବା ବେଳେ ସେଥିରେ ବିମ୍ବାଧର ବିଷୋୟୀ ଓ ତାଙ୍କ ସ୍ତ୍ରୀ ଅତୁଳା ବିଷୋୟୀ ଆହତ ହୋଇଥିବା ବେଳେ ଝିଅ ରୂପାଲି  ଉପରେ ବଜ୍ରପାତ ହୋଇଥିଲା।ଫଳରେ ରୁପାଲିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ବାସିନ୍ଦା  ସମସ୍ତଙ୍କୁ  ଟିକାବାଲି  ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ରୂପାଲି ଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l 

ଅଧିକ ପଢନ୍ତୁ ଓଡିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Young woman dies due to lightning in kandhamal | Argus News