Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ

Odisha

ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ

Smruti Parija
Browse all articles by Smruti Parija
·1 year ago·1 min read
ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳ ଦେଇ ଯାଇଥିବା ତିର୍ତ୍ତୋଲ ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ । ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନଥିବାବେଳେ ଘଟଣାସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଜାରି ରଖିଛି । ତିର୍ତ୍ତୋଲ ଥାନା ତାର୍ତ୍ତୋଲ ମହାନଦୀ ପୋଲ ଉପରେ ଏହି ଘଟଣା ଘଟିଛି । 

ପ୍ରତେକ୍ଷ୍ୟ ଦର୍ଶୀଙ୍କ କହିବା ଅନୁଯାୟୀ, ଝିଅଟି ଜଣେ ବ୍ୟକ୍ତିଙ୍କ ସହ ଲିଫ୍ଟରେ ଏକ ବାଇକରେ ଆସି ତିର୍ତ୍ତୋଲର ତାର୍ତ୍ତୋଲ ପୋଲ ଉପରେ ଓହ୍ଲାଇ ଥିଲା । ସଙ୍ଗେ ସଙ୍ଗେ ମହାନଦୀକୁ ଡେଇଁ ପଡିଥିଲା ।  ଅଗ୍ନିଶମ ବାହିନୀ ପହଂଚି ଥିଲେ ବି ବୋଟର ଯାନ୍ତ୍ରିକ  ତ୍ରୁଟି ଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା । 

ସର୍ଚ୍ଚ ଅପରେସନରେ ଦୀର୍ଘ ସମୟ ବିଳମ୍ବକୁ ନେଇ ସ୍ଥାନୀୟ ବ୍ୟକ୍ତିଙ୍କ ଭିତରେ ଚାପା ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ଘଟଣାକୁ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ଝିଅଟିର କୌଣସି ଖୋଜ ଖବର ମିଳିପାରିନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପ୍ରେମିକର ମୃତ୍ୟୁ ଖବର ଶୁଣି ଯୁବତୀ ଜଣକ ନଦୀକୁ ଡେଇଁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।  

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
young woman jumped from the pole into the river-in-tirtol-jagatsinghpur | Argus News