ବ୍ରିଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ , କାରଣ ଅସ୍ପଷ୍ଟ

ବୌଦ୍ଧ : ବୌଦ୍ଧ ମହାନଦୀ ବ୍ରିଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ I ଜୀବିତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି I ଗୁରୁତର ଯୁବତୀ ଜଣକ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତର ସିନ୍ଧ୍ୟାସିନୀ ପ୍ରଧାନ I ସୂଚନାମୁତାବକ ଆଜି ହଠାତ ଜଣେ ଯୁବତୀ କିଏ କିଛି ବୁଝିବା ପୂର୍ବରୁ କିଆକଟା ମହାନଦୀ ବ୍ରିଜ ଉପରକୁ ଚଢି ତଳକୁ ଡେଇଁ ପଡିଥିଲେ । ନଦୀରେ ବିଶେଷ ପାଣି ନଥିବା କାରଣରୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।
ଅଧିକ ପଢନ୍ତୁ : କୋକେନ ଜବତ ଜାହାଜରୁ ଡେଇଁ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ
ଯୁବତୀ ଜଣକ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତର ସିନ୍ଧ୍ୟାସିନୀ ପ୍ରଧାନ ହୋଇଥିବା ବେଳେ ସେ ବୌଦ୍ଧ ମଡେଲ ଡିଗ୍ରୀ କଲେଜ କଳା ବିଭାଗର ପ୍ରଥମ ବର୍ଷର ଛାତ୍ରୀ ହୋଇଥିବା ବେଳେ ସେ କାହିଁକି ଏଭଳି ବ୍ରିଜ ଉପରେ ସାଇକେଲ ,ଆଇକାଡ଼ ରଖି ନଦୀକୁ ଡେଇଁଲେ ନା ସେଲ୍ଫି ନେଲା ବେଳେ ପଡିଗଲେ ତାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ସାଇକେଲ ଜବତ କରି ଅଧିକ ତଦନ୍ତ ବୌଦ୍ଧ ପୋଲିସ ।