ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ
·2 years ago

ବଲାଙ୍ଗୀର: ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ । ଟିଟିଲାଗଡ଼ ଆରପିଏଫ ଓ ଅବକାରୀ ବିଭାଗ ପକ୍ଷରୁ ଭୋପାଳକୁ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଲାହାଣ୍ଡି ଜିଲ୍ଲା ରାମପୁର ଥାନା ଦରମ୍ଭା ଗାଁର ଗୋବିନ୍ଦ ନାୟକ l
ପ୍ଲାଟଫର୍ମ 3 ରେ ଗଞ୍ଜେଇ ଭର୍ତି ବ୍ୟାଗ ସହ ସମତା ଏକ୍ସପ୍ରେସ ଟ୍ରେନ ଯୋଗେ ଭୋପାଲ ଯିବାକୁ ଅଟକି ରହିଥିଲା l ଏହି ସମୟରେ ଆରଫିଏପ୍ ଓ ଅବକାରୀ ବିଭାଗ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ l ଜବତ ଗଞ୍ଜେଇର ପରିମାଣ 12 କେଜି 200 ଗ୍ରାମ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: