ଜନକପୁର ଗାଁରେ ଗୁଳିମାଡ଼, ଯୁବକ ଗୁରୁତର
·1 year ago

ଅର୍ଗସ ବ୍ୟୁରୋ: ଶିକାରୀ ଗୁଳି ମାଡ଼ରେ ଯୁବକ ଗୁରୁତର I ପଦାରେ ପଡିଲା ବନବିଭାଗର ଅପାରଗତା । ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଆମ୍ବସରମୁଣ୍ଡା ପଞ୍ଚାୟତ ଜନକପୁର ଗାଁରେ ଗୁଳିମାଡ଼ । ଗୁଳିମାଡ଼ରେ ଧୃବ ନାୟକ ଗୁରୁତର । ଧୃବ ନାୟକର ବାମ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ତାଙ୍କୁ ଆଠମଲ୍ଲିକ ମେଡିକାଲରେ ଅଣାଯାଇଥିଲା, ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ଧୃବ ନାୟକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲେ । ଛତୁ ସଂଗ୍ରହ କରୁଥିବା ସମୟରେ ତାଙ୍କ ବାମ ଗୋଡ଼ରେ ବାଜିଥିଲା ଗୁଳି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: