Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାରେ ଯୁବକ ମୃତ

Smruti Parija
Browse all articles by Smruti Parija
·2 years ago
ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାରେ ଯୁବକ ମୃତ

ଜଗତସିଂହପୁର:  ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାରେ ଯୁବକ ମୃତ । ଯୁବକ ଜଣକ ହେଉଛନ୍ତି ବାଲିକୁଦା ଥାନା ସାହାଡ଼ା ଗ୍ରାମର ତ୍ରିନାଥ ଭୋଇ । ଆକାଶ ଗଙ୍ଗା ନାମକ ଏକ ଯାତ୍ରା ପାର୍ଟି ଟ୍ରକ ବାଲିକୁଦା ଥାନା ଅଧୀନ ତିତିରା ଗ୍ରାମକୁ ଯାତ୍ରା ଜିନିଷ ନେଇ  ଯାଉଥିବା ସମୟରେ ବାଲିକୁଦା ବାଲିସାହି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ।

ବାଇକ ଚାଳକ ତ୍ରିନାଥ ଗୁରୁତର ହୋଇ ତଳେ ପଡ଼ିଥିବା ବେଳେ ବାଲିକୁଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ନେଇ ଯାଇଥିଲେ । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣା ପଡିଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Youth dies in opera Party truck accident-at-jagatsinghpur | Argus News