Videos
|
Odisha

ପିକ୍‌ଅପ୍‌ ଧକ୍କାରେ ଯୁବକ ମୃତ

Ritu Das
Browse all articles by Ritu Das
·1 year ago·1 min read
ପିକ୍‌ଅପ୍‌ ଧକ୍କାରେ ଯୁବକ ମୃତ

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ଥାନା ନିକଟ ଶୁଖିଲା ଆମ୍ବ ଠାରେ ପିକ ଆପ ଗାଡ଼ି ସହ ଏକ ଆପାଚି ମୋଟର ସାଇକେଲ ମୁହାମୁହିଁ ଧକା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ହେଲେ ଅଡବା ଥାନା ଅଡବା ଗ୍ରାମର ସନାତନ ନାୟକଙ୍କ ପୁତ୍ର ସୁଜିତ୍ ନାୟକ। 

ସୂଚନା ଅନୁଯାୟୀ, ସୁଜିତ୍ ମୋହନାରୁ କୌଣସି କାମ ସାରି ଅଡବା ନିଜ ଗ୍ରାମକୁ ଯାଉଥିବା ବେଳେ ଅପର ପକ୍ଷରୁ ବାଇକ ଆପ ଆସୁଥିବା ଫଳରେ ଶୁଖିଲା ଆମ୍ବ ନିକଟ ଏକ ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଘଟଣା ସ୍ଥଳରେ ହିଁ ଯୁବକ ଜଣଙ୍କ ମୃତ୍ୟୁ ହୋଇଥିଲା।  ତେବେ ସମ୍ପର୍କୀୟ ଓ ଉତ୍ତ୍ୟକ୍ତ ଲୋକଙ୍କ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଛନ୍ତି। 

ମୋହନା ଓ ରାୟଗଡା ମୁଖ୍ୟ ରାଜରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଛି। ମୋହନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Youth dies | Argus News