Youth Found Dead / ହୋଟେଲ ରୁମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ମର୍ଡର ମିଷ୍ଟ୍ରିରେ ଥାଇପାରେ ଯୁବତୀଙ୍କ ଲିଙ୍କ୍
·4 months ago·2 min read

Key Points
ହୋଟେଲ ରୁମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ଜଣେ ଯୁବତୀଙ୍କ ସହ ଥିଲେ ୨ ପୁରୁଷ
ମର୍ଡର ମିଷ୍ଟ୍ରିରେ ଥାଇପାରେ ଯୁବତୀଙ୍କ ଲିଙ୍କ୍

ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ । ଆସିଥିଲେ ହୋମଗାର୍ଡ ଚାକିରି ପାଇଁ, ହେଲେ ଫେରିଲେ ଶବ ହୋଇ । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ ଆଉ ମାଆ । ଘରକୁ ଜଲଦି ଚାଲି ଆସିବାକୁ କଥା ଦେଇଥିଲେ ସ୍ତ୍ରୀକୁ । ସେପଟେ ଫେରିବା ବାଟକୁ ଚାହିଁ ରହିଥିଲା ମାଆ । ହେଲେ ତାଙ୍କ ସୁନା ପୁଅଟା ଯେ ଆଉ ଫେରିବନି ସେକଥା ସେମାନେ କେବେ ଭାବିନଥିଲେ । ସକାଳୁ ସକାଳୁ ହଠାତ ଖବରକାଗଜରେ ପୁଅର ମୃତ୍ୟୁ ଖବର ଦେଖି ଭାଙ୍ଗିପଡିଥିଲେ ପରିବାର ।
ବାଲେଶ୍ଵର ବେତନଟୀର ଆକାଶ ମହାନ୍ତ ହୋମଗାର୍ଡ ଚାକିରି ପାଇଁ ଆଡମିଟ୍ କାର୍ଡ ନେବାକୁ ଆସି ବାଲେଶ୍ଵରର ଏହି ସୁରଜ ହୋଟେଲରେ ରହିଥିଲେ । ରୁମ ନମ୍ବର ୫୦୨ରେ ରହିଥିଲେ ଆକାଶ ତାଙ୍କ ସାଙ୍ଗ ରାମ ଏବଂ ଆଉ ଜଣେ ମହିଳା । ୩ ଜଣ ଜାଲ ଆଧାରକାର୍ଡ ଦେଇ ହୋଟେଲରେ ରହିଥିଲେ । ରାମ ଏବଂ ସେହି ମହିଳାଜଣକ ଆକାଶଙ୍କ ଭାଇର ଏବଂ ଭାଉଜଙ୍କର ଆଧାରକାର୍ଡ ଦେଖେଇ ରହିଥିଲେ । ତେବେ ସକାଳୁ ହୋଟେଲ ରୁମ୍ ନ ଖୋଲିବାରୁ ଓ ବାହାରେ କୌଣସି ଚଳପ୍ରଚଳ ନ ଦେଖି ପାରି, ସନ୍ଦେହ ହେବାରୁ ହୋଟେଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ ।ଆଉ ପୋଲିସ ଆସିବା ପରେ ଆକାଶଙ୍କ ଶବ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା ପୋଲିସ । ସେପଟେ ପରିବାର ଲୋକେ ପହଞ୍ଚି ପୁଅର ମୃତଦେହ ଦେଖି ଭାଙ୍ଗି ପଡ଼ିଛନ୍ତି ।
ଏଥିସହ ପଢ଼ନ୍ତୁ: BCCI ନେବ ବଡ଼ ନିଷ୍ପତ୍ତି, ଦିନିକିଆ ଖେଳିବେନି ପନ୍ତ...
ଆକାଶ ଏବଂ ଜୟନ୍ତୀଙ୍କର ପ୍ରେମ ବିବାହ ହୋଇଥିଲା । ଉଭୟ ବିବାହ ପରେ ବେଶ ଖୁସିରେ ରହୁଥିଲେ । ପରସ୍ପର ସହ ସମୟ କାଟୁଥିଲେ, ବୁଲିବାକୁ ଯାଉଥିଲେ । ଆଉ ଆକାଶଙ୍କର ଅନ୍ୟ କୌଣସି ଝିଅ ସହ ସମ୍ପର୍କ ନଥିଲା, ଏବଂ ସେ କୌଣସି ଝିଅ ସହ କଥା ହୁଅନ୍ତିନି ବୋଲି କହିଛନ୍ତି ଜୟନ୍ତୀ । ତାଙ୍କ ସହିତ ଥିବା ତାଙ୍କର ସେହି ସାଙ୍ଗ ରାମ ହିଁ ସେହି ଝିଅ ସହ ସମ୍ପୃକ୍ତ ଏବଂ ସେମାନେ ହିଁ ଯୋଜନାବଦ୍ଧ ଭାବରେ ଆକାଶଙ୍କୁ ମାରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି । ସେପଟେ ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଥିବା କହିଛି ।ବର୍ତ୍ତମାନ ମହିଳାଜଣକ ଫେରାର ରହିଥିବା ବେଳେ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: