Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - BCCI ନେବ ବଡ଼ ନିଷ୍ପତ୍ତି, ଦିନିକିଆ ଖେଳିବେନି ପନ୍ତ...

Sports

Rishabh Pant / BCCI ନେବ ବଡ଼ ନିଷ୍ପତ୍ତି, ଦିନିକିଆ ଖେଳିବେନି ପନ୍ତ...

Banajyotshna Ray
Browse all articles by Banajyotshna Ray
·4 months ago·2 min read
BCCI ନେବ ବଡ଼ ନିଷ୍ପତ୍ତି, ଦିନିକିଆ ଖେଳିବେନି ପନ୍ତ...
Rishabh Pant

Key Points

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ
ଯାହାକୁ ନେଇ ସବୁଠି ଆଲୋଚନା
ପୁଣିଥରେ କ୍ରିକେଟର ଋଷଭ ପନ୍ତଙ୍କୁ ଆସିଲା ବଡ଼ ଖବର। ଟି୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ କ୍ରିକେଟର। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଓଡିଆଇ ସିରିଜ ପାଇଁ ବିସିସିଆଇର ସିନିୟର ସେଲେକ୍ସନ କମିଟି ୩ ଜାନୁଆରୀ କିମ୍ବା ୪ ଜାନୁଆରୀ (ରବିବାର)ରେ ଦଳ ଘୋଷଣା କରିପାରେ। ଯାହାକୁ ନେଇ ପୂର୍ବରୁ ବଡ଼ ଘୋଷଣା କରିବାକୁ ଯାଉଛି ବିସିସିଆଇ।ଉଲ୍ଲେଖଯୋଗ୍ୟ, ପନ୍ତ ତାଙ୍କର ଶେଷ ଓଡିଆଇ ମ୍ୟାଚ ଅଗଷ୍ଟ ୨୦୨୪ରେ ଶ୍ରୀଲଙ୍କା ବିପକ୍ଷ କଲମ୍ବୋରେ ଖେଳିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଦଳରେ ରହିଥିଲେ କିନ୍ତୁ କୌଣସି ମ୍ୟାଚ ଖେଳିପାରି ନ ଥିଲେ।

ଏବେ ସିଲେକ୍ଟରମାନେ ନ୍ୟୁଜିଲ୍ୟାଣ୍ଡ ସିରିଜ ପାଇଁ ତାଙ୍କଠାରୁ ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଛନ୍ତି। କେଏଲ ରାହୁଲ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ରହିଛନ୍ତି, ଯାହା କାରଣରୁ ପନ୍ତଙ୍କୁ ସୁଯୋଗ ମିଳୁନି ଏବଂ ଈଶାନ କିଶନଙ୍କ ଫର୍ମ ତାଙ୍କ ପାଇଁ ବଡ଼ ବିପଦ ସାବ୍ୟସ୍ତ ହୋଇଛି। ଈଶାନ କିଶନ ଦୁଇ ବର୍ଷରୁ ଅଧିକ ସମୟ ପରେ ଓଡିଆଇ ଦଳକୁ ଫେରିବେ। ଭାରତ ପାଇଁ ତାଙ୍କର ଶେଷ ୫୦ ଓଭର ମ୍ୟାଚ ୨୦୨୩ ଓ୍ବଲର୍‌ଡ କପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଥିଲା। ଏହାପରେ ଘରୋଇ ସିରିଜରେ ସେ ଅସାଧାରଣ ପ୍ରଦର୍ଶନ କରିଛନ୍ତି।

ଏଥିସହ ପଢ଼ନ୍ତୁ: ସତର୍କ ରୁହନ୍ତୁ, ଜାଣି ରଖନ୍ତୁ ଡାଇବେଟିସର ପ୍ରାରମ୍ଭିକ ଲକ୍ଷଣ

ଘରୋଇ ସ୍ତରରେ ଲଗାତାର ଭଲ ପ୍ରଦର୍ଶନ କରି ସେଲେକ୍ଟରମାନଙ୍କ ନିକଟରେ ସେ ମଜବୁତ ଦାବି ଉପସ୍ଥାପନ କରିଥିଲେ। ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଭାରତୀୟ ଓଡିଆଇ ଦଳର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଦଳ ଘୋଷଣା ପରେ ଆହୁରି ସ୍ପଷ୍ଟତା ମିଳିବ। ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ ସିରିଜ ପାଇଁ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଦଳର ଜଣେ ୭୯୮୦ ଷ୍ଟାର ଖେଳାଳିକୁ ଟି୨୦ ପରେ ଏବେ ଓଡିଆଇ ଦଳରୁ ମଧ୍ୟ ବାହାର କରାଯାଇପାରେ।

ଏହି ଖେଳାଳି ଗତ କିଛି ସମୟ ଧରି ଭାରତୀୟ ଓଡିଆଇ ଦଳର ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି ଏବଂ ଏବେ ଏକ ଫର୍ମରେ ଥିବା ଖେଳାଳିଙ୍କ ଦ୍ୱାରା ବଦଳାଯାଇପାରନ୍ତି। ରିପୋର୍ଟ ଅନୁଯାୟୀ, ଏହି ଦଳରୁ ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ବାହାର କରାଯାଇପାରେ। ଟିମ ମ୍ୟାନେଜମେଣ୍ଟ ଫର୍ମ ଏବଂ କମ୍ବିନେସନକୁ ଦୃଷ୍ଟିରେ ରଖି ନୂଆ ଦିଗରେ କାମ କରୁଛି। ଏହି ସିରିଜ ୧୧ ଜାନୁଆରୀରୁ ୧୮ ଜାନୁଆରୀ ଯାଏ ଖେଳାଯିବ। ପନ୍ତ ଏହାପୂର୍ବରୁ ଟି୨୦ ଓ୍ବଲର୍‌ଡ କପ ୨୦୨୬ ପାଇଁ ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ। ପନ୍ତଙ୍କ ସ୍ଥାନରେ ଈଶାନ କିଶନଙ୍କୁ ମଜବୁତ ସମ୍ଭାବନା ରହିଛି, ଯିଏ ଘରୋଇ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rishabh Pant | BCCI to Take Big Call on Rishabh Pant, ODI Future in Doubt | Argus News | Argus News