Videos
|
Odisha

ଦୁର୍ଗମ ଅଞ୍ଚଳର ଯୁବକ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମ ଅଞ୍ଚଳର ଯୁବକ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ

ଅର୍ଗସ ବ୍ୟୁରୋ:  ଗଜପତି ଜିଲ୍ଲା ଏକ ଦୁର୍ଗମ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ଅନେକ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ହଉ ଅବା ସ୍ଵାସ୍ଥ୍ୟ କ୍ଷେତ୍ର ପ୍ରତ୍ୟେକ କ୍ଷେତ୍ର ରେ ପଛୁଆ ହୋଇଥିବା ବେଳେ ଆଜି ଏହି ଦୁର୍ଗମ ଅଞ୍ଚଳର ଜଣେ ଯୁବକ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଛନ୍ତି । ଆର.ଉଦୟଗିରି ବ୍ଲକ୍ ଛେଲାଗଡ଼ ପଞ୍ଚାୟତ ଗଡର ଗ୍ରାମର ଦୁଖା ପୂଜାରୀ ଙ୍କ ପୁତ୍ର କଳିଙ୍ଗ କୁମାର ପୂଜାରୀ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।  କଳିଙ୍ଗ ରାୟଗଡ଼ାରେ ଅଡିଟର ଥିବା ସହ ଓଏଏସ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ ।

ଅନେକ ଥର ବିଫଳ ହୋଇ ଏହି 2022 ପରୀକ୍ଷାରେ  ଆଜି ସଫଳ ହୋଇ 548 ରାଙ୍କ ରଖିଛନ୍ତି । ଆଜି ଗାଁରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ସଙ୍କୀର୍ତ୍ତନ କରି ଗ୍ରାମ ପରିକ୍ରମା କରାଯାଇଛି । ନିଜ ପଞ୍ଚାୟତ ରେ ସେ ପ୍ରଥମ ଯୁବକ ଯେକି ଏହି ପରୀକ୍ଷାରେ କୃତିତ୍ବ ଲାଭକରିଛନ୍ତି । ଏହା ନିଜ ଗ୍ରାମ ତଥା ନିଜ ଅଞ୍ଚଳ ଲାଗି ଗୌରବ ବୋଲି କହି ଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Youth from remote areas succeed in administrative service examination | Argus News