Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Elephant Attack / ତେଲକୋଇରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

Rashmita Mishra
Browse all articles by Rashmita Mishra
·7 months ago·2 min read
ତେଲକୋଇରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
Elephant Attack

Key Points

ହାତୀ ଆକ୍ରମଣରେ ଯୁବକ ମୃତ । କେନ୍ଦୁଝର ତେଲକୋଇ ରେଞ୍ଜ ବାଘମୁଣ୍ଡା ଧାନକ୍ଷେତରେ ୩୯ ଟିକିଆ ହାତୀପଲଙ୍କୁ ଘଉଡ଼ାଉଥିବା ବେଳେ ହାତୀ ଆକ୍ରମଣରେ ରୁଗୁଡିହ ଗାଁର ଚକ୍ରଧର ମହାରଣା ମୃତ ।

ହାତୀ ଆକ୍ରମଣରେ ଯୁବକ ମୃତ । କେନ୍ଦୁଝର ତେଲକୋଇ ରେଞ୍ଜ ବାଘମୁଣ୍ଡା ଧାନକ୍ଷେତରେ ୩୯ ଟିକିଆ ହାତୀପଲଙ୍କୁ ଘଉଡ଼ାଉଥିବା ବେଳେ ହାତୀ ଆକ୍ରମଣରେ ରୁଗୁଡିହ ଗାଁର ଚକ୍ରଧର ମହାରଣା ମୃତ ।

ସୂଚନାନୁଯାୟୀ କେନ୍ଦୁଝରଜିଲ୍ଲା ତେଲକୋଇରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ରୁଗୁଡିହି ଗ୍ରାମର ଚକ୍ରଧର ମହାରଣା(୨୧) ଓ ଗୁରୁତର ଆହତ ଜଣକ ହେଲେ ବିଜୁ ମୁଣ୍ଡା (୨୧) ।

ଗତକାଲି ବିଳମ୍ବିତ ରାତିରେ ଧାନ ଫସଲ ସୁରକ୍ଷା ଦେବାକୁ ଯାଇ ହାତୀ ହାବୁଡରେ ପ୍ରାଣ ଗଲା। ଆଜି ସକାଳେ ଦନ୍ତା ହାବୁଡରେ ପଡ଼ି ଘର ଅଗଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢେ ୧୧ଟା ବେଳେ ୩୯ ଟିକିଆ ହାତୀ ପଲ ଗାଁର ବାଘମୁଣ୍ଡା ଧାନ କ୍ଷେତରେ ପଶିଥିଲେ । ଅନ୍ୟମାନଙ୍କ ସହିତ ଚକ୍ରଧର ମଧ୍ୟ ହାତୀ ପଲକୁ ଘଉଡାଉଥିଲା ବେଳେ ଏକ ହାତୀ ବୁଲିପଡ଼ି ଚକ୍ରଧରକୁ ଶୁଣ୍ଢରେ ଧରି କଚାଡି ମାରି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ବହୁଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲା: ୬୮୦ ପୃଷ୍ଠାର ଚାର୍ଜସିଟ୍ 

ଶୁଣ୍ଢରେ ଧରି କଚାଡି ମାରିଲା ଦନ୍ତା
ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି । ଡାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ସକାଳେ ପୁଣି ଦନ୍ତା ଆକ୍ରମଣରେ ଜଣେ ଯୁବକ ଗୁରୁତର । ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଘର ଅଗଣାରେ ଥିବା ବେଳେ ଶୁଣ୍ଢରେ ଧରି କଚାଡି ଦେଇଛି ଦନ୍ତା। ଗୁରୁତର ଜଣକ ହେଲେ ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ସେହି ରୁଗୁଡିହି ଗ୍ରାମର ବିଜୁ ମୁଣ୍ଡା(୨୧) । ତାଙ୍କୁ ତେଲକୋଇରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟ ପକ୍ଷରେ ଏବେ ୩୯ ରୁ ଊର୍ଦ୍ଧ୍ବ ହାତୀ ସ୍ଥାନୀୟ ଅଞ୍ଚଳରେ ରହିଥିବା ବେଳେ ତେଲକୋଇ ରେଞ୍ଜରେ ୫୦ରୁ ଊର୍ଦ୍ଧ୍ବ ହାତୀ ରହିଛନ୍ତି। ହାତୀ ଧାନ ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଧନଜୀବନ ହାନି ଘଟାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଗତିବିଧି ସମ୍ପର୍କରେ ଲୋକଙ୍କୁ ସୂଚନା ଦେବାକୁ ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡା ଅନୁରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant Attack | Youth Killed in Elephant Attack in Telkoi | Human–Wildlife Conflict Incident | Argus News