ପରାଜୟ ପାଇଁ ପାଣ୍ଡିଆନ, ମାନସ ମଙ୍ଗରାଜ ଓ ସସ୍ମିତଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଯୁବ କର୍ମୀ

ଭୁବନେଶ୍ୱର: ପାଣ୍ଡିଆନ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ମୂର୍ଦ୍ଦାବାଦ ନାରାରେ କମ୍ପିଲା ଶଙ୍ଖ ଭଵନ । ପରାଜୟ ପାଇଁ ପାଣ୍ଡିଆନ, ମାନସ ମଙ୍ଗରାଜ ଓ ସସ୍ମିତଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଯୁବ କର୍ମୀ । ଯୁବ ବିଜେଡି କର୍ମୀଙ୍କୁ ବୁଝାଇବାକୁ ବବି ଡାକିଥିବା ବୈଠକରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି ।
ଖୁବଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି ଯୁବ କର୍ମୀଙ୍କୁ ବବି ଆଶ୍ୱାସନା ଦେଇଥିବା ସୂଚନା । ଶଙ୍ଖ ଭବନରେ ପଡ଼ିଲା ପାଣ୍ଡିଆନ ଓ ମାନସ ମଙ୍ଗରାଜ ଆଉ ସସ୍ମିତ ପାତ୍ର ବିରୋଧୀ ନାରା। ମୂର୍ଦାବାଦ ପଡ଼ିଲା। ୪୮ ଘଣ୍ଟା ର ସମୟ ମାଗିଲେ ଯୁବ କର୍ମୀ। କାର୍ଯ୍ୟାନୁଷ୍ଠାନ ନହେଲେ ଘରେ ପଶିବେ ବୋଲି ଚେତାବନୀ। ଯୁବ ବିଜେଡ଼ି କର୍ମୀ ଙ୍କୁ ବୁଝାଇବାକୁ ବବି ଡାକିଥିବା ବୈଠକ ରେ ପଣ୍ଡିଆନ ଙ୍କୁ ପ୍ରବଳ ବିରୋଧ ।
ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହା ଉପରେ ନିଷ୍ପତି ନେଉଥିବା କହି ଆଶ୍ଵାସନା ଦେଲେ ଦଳ ର ଉତ୍ତେଜିତ ଯୁବ କର୍ମୀ ଙ୍କୁ। ପ୍ରସନ୍ନ ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ଏକ କମିଟି କରାଯାଉଥିବା କହିଲେ ବବି।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...