Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rahul Moharana / ୟୁଟ୍ୟୁବର ରାହୁଲ ହତ୍ୟା ଘଟଣା,ଅଭିଯୁକ୍ତଙ୍କୁ ଚିହ୍ନିବେ ପ୍ରତ୍ୟକ୍ଷଦର୍ଶୀ

Bikash Mohanty
Browse all articles by Bikash Mohanty
·4 months ago·2 min read
ୟୁଟ୍ୟୁବର ରାହୁଲ ହତ୍ୟା ଘଟଣା,ଅଭିଯୁକ୍ତଙ୍କୁ ଚିହ୍ନିବେ ପ୍ରତ୍ୟକ୍ଷଦର୍ଶୀ
Rahul murder case

Key Points

ୟୁଟ୍ୟୁବର ରାହୁଲ ହତ୍ୟା ଘଟଣା ||  ଆସନ୍ତା କାଲି ହେବ ଅଭିଯୁକ୍ତଙ୍କର ଟିଆଇ ପରେଡ୍‌ || ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଚିହ୍ନଟ ପ୍ରକ୍ରିୟା  || ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ପ୍ରତ୍ୟକ୍ଷଦର୍ଶୀ
ୟୁଟ୍ୟୁବର ରାହୁଲ ହତ୍ୟା ଘଟଣାରେ ଆସନ୍ତା କାଲି ହେବ ଅଭିଯୁକ୍ତଙ୍କର ଟିଆଇ ପରେଡ୍‌। ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ପ୍ରତ୍ୟକ୍ଷଦର୍ଶୀ। ଜିଜିପି କଲୋନୀ ସ୍କୁଲ ପଡ଼ିଆରେ ଗ୍ୟାସ୍ ବ୍ୟବସାୟୀ ତଥା ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟା ଘଟଣା ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ଲାଗି ଅଡୁଆ ବଢ଼ିଛି। ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଯବାନ ସଂଗ୍ରାମ କେଶରୀ ବେହେରା ଓରଫ ସତୁରା ଓ ତାଙ୍କ ଦୁଇ ପୁତୁରା ସମରେନ୍ଦ୍ର ବେହେରା ଓରଫ ମୁନା ଏବଂ ସଂଗ୍ରାମ ବେହେରା କୁନାକୁ ଚିହ୍ନଟ କରିବେ ପ୍ରତ୍ୟକ୍ଷଦର୍ଶୀ।

ଆସନ୍ତା କାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଚିହ୍ନଟ ପ୍ରକ୍ରିୟା। ଏକାଧିକ ବ୍ୟକ୍ତିଙ୍କ ସହ ୩ ଅଭିଯୁକ୍ତଙ୍କୁ ଛିଡ଼ା କରାଯିବ। ତା ଭିତରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ମୃତ ରାହୁଲଙ୍କ ବନ୍ଧୁ ତଥା ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ। ଟିଆଇ ପରେଡ୍‌ ଲାଗି ଅଦାଲତ ଅନୁମତି ଦେବା ପରେ ପ୍ରକ୍ରିୟା ଆରମ୍ଭ କରିଛି ମଞ୍ଚେଶ୍ବର ଥାନା ପୁଲିସ।

ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ଗତ ୨୮ ଫେବ୍ରୁଆରୀ ୨୦୨୬ ରାତିରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀ (GGP Colony) ହାଇସ୍କୁଲ ପଡ଼ିଆରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସମୟ ପ୍ରାୟ ରାତି ସାଢେ ୯ଟାରେ ମଞ୍ଚେଶ୍ବର ଥାନା ରସୁଲଗଡ଼ ଜିଜିପି କଲୋନୀ ପଡିଆରେ ବସିଥିଲା ମଦର ଆସର । ଏକାଠି ବସିଥିଲେ ଦାଦା ସଂଗ୍ରାମ କେଶରୀ ବେହେରା ଓରଫ ସତୁରା ଓ ଦୁଇ ପୁତୁରା ମୁନା ଓ କାହ୍ନା । କିଛି ଦୂରରେ ବସିଥିଲେ ଆଉ ଏକ ଗୋଷ୍ଠୀ । ହଠାତ ଫୋନରେ ଅନ୍ୟ ଜଣେ ଯୁବକକୁ ଜୋରରେ ଅସଭ୍ୟ ଭାଷାରେ ଗାଳିଗୁଲଜ ଆରମ୍ଭ କରିଥିଲେ ଅନ୍ୟ ଗୋଷ୍ଠୀର ଯୁବକ । ଏତିକିରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଛୁରୀରେ ଆକ୍ରମଣ କଲା ସମରେନ୍ଦ୍ର ଓରଫ ମୁନା । ନିଜ ସାଙ୍ଗକୁ ବଞ୍ଚାଇବାକୁ ଆସି ଆକ୍ରମଣର ଶିକାର ହେବା ସହ ଜୀବନ ହାରିଲେ ୟୁଟ୍ୟୁବର ରାହୁଲ ମହାରଣା ।

ଅଧିକ ପଢ଼ନ୍ତୁ: ଗ୍ୟାସ ପାଇଁ ଚାଲିପାରୁନି ଗୃହ, ହେଉଛି ବାରମ୍ବାର ମୁଲତବି

ୟୁଟ୍ୟୁବର୍ ରାହୁଲ ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ୩ ଅଭିଯୁକ୍ତ ସଂଗ୍ରାମ କେଶରୀ ବେହେରା, ସମରେନ୍ଦ୍ର ବେହେରା ଓରଫ ମୁନା ଓ ସଂଗ୍ରାମ ବେହେରା ଓରଫ କୁନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ହତ୍ୟାକାଣ୍ଡର ପରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ରାହୁଲଙ୍କ ପତ୍ନୀ ତ୍ରିସା। ପୂର୍ବରୁ ଏକ ପାର୍କିଂ ବିବାଦ ଥିଲା। ସେହି ବିବାଦରୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ। ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ଅନ୍ୟ କାହା କଥାରେ ପରିଚାଳିତ ହୋଇ ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି ରାହୁଲଙ୍କ ପରିବାରର ଅଭିଯୋଗ କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TI Parade | YouTuber Rahul Murder Case – Accused to Undergo TI Parade Tomorrow | Argus News