ସଫଳ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ
·1 year ago

ଅର୍ଗସ ବ୍ୟୁରୋ: ଦୁର୍ଗମରେ ବି ବାତ୍ୟା ଦାନାର ସଫଳ ମୁକାବିଲା। ସଫଳ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ। ମୟୁରଭଞ୍ଜ ଶୁଳିଆପଦାରେ ବାତ୍ୟା ଦାନାକୁ ଦୃଷ୍ଟିରେ କଚ୍ଚା ଘରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁ ବନ୍ଦୋବସ୍ତ କରାଯାଇଛି। ଏବେବି ଆଶ୍ରୟସ୍ଥଳୀରେ ଅନେକ ଲୋକେ ଆଶ୍ରୟ ନେଇଛନ୍ତି। ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକଙ୍କୁ ସେବା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏସଏଚଜି ମହିଳା ମାନେ। ମୟୂରଭଞ୍ଜ ଶୁଳିଆପଦା କୋଷ୍ଟା ପଞ୍ଚାୟତ ଝାଲିଆମାରା ଆଶ୍ରୟସ୍ଥଳୀରେ ଥିବା ୧୫୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଦୁଇଦିନ ଧରି ରୋଷେଇକରି ଖାଦ୍ୟ ଦେଉଛନ୍ତି ସୟଂ ସହାୟକ ଗୋଷ୍ଠୀର ମହିଳା ମାନେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
