Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳ ଜାଡରେ ଥରୁଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା

Smruti Parija
Browse all articles by Smruti Parija
·2 years ago·1 min read
ପ୍ରବଳ ଜାଡରେ ଥରୁଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା

ମୟୂରଭଞ୍ଜ: ପ୍ରବଳ ଜାଡରେ ଥରୁଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା । ବାମନଘାଟି ଏବଂ ପାଞ୍ଚପିଢ଼ ଉପଖଣ୍ଡରେ ଅପେକ୍ଷାକୃତ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ବେଳେ ବାରିପଦା ଏବଂ କାପ୍ତିପଦା ଉପଖଣ୍ଡରେ ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି ।  ୧୭ ତାରିଖ ରହି ଶିମିଳିପାଳର କୋରଏରିଆ ରେ ଥିବା ଉପରବାରହାକାମୁଡା ରେ ପାରଦ ଶୂନ ଡିଗ୍ରୀ ରେକର୍ଡ଼ କରାଯାଇଛି । 
ଜିଲ୍ଲାରେ କାଲୁଆ ଜାଡରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି ।  ପ୍ରକୃତି ରାଣୀ ଶିମିଳିପାଳ ସହ ଅନେକ ଅଞ୍ଚଳ ଘନ କୁହୁଡିର ଚାଦର ତଳେ ଘୋଡେଇ ହୋଇ ରହିଥିବା ଯୋଗୁଁ ଦିନ ୧୦ ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଧରାପୃଷ୍ଠରେ ଦେଖାଯାଉ ନାହିଁ । ଫଳରେ ମୟୂରଭଞ୍ଜ ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ଲୋକ ପ୍ରବଳ ଥଣ୍ଡାର ମଜା ନେଉଥିବା ବେଳେ ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ କମ୍ ଦେଖିବାକୁ ମିଳୁଛି ।  

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
zero-degree-temperature-in-mayurbhanj | Argus News