Videos
|
Politics

ପ୍ରଫୁଲ୍ଲ ସାମଲଙ୍କ ପରେ ନବୀନଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା

Smruti Parija
Browse all articles by Smruti Parija
·1 year ago·1 min read
ପ୍ରଫୁଲ୍ଲ ସାମଲଙ୍କ ପରେ ନବୀନଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା

ବିସ୍ଫୋରଣ ମୁହାଁ ବିଜେଡି । ୱାକଫ୍ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଭୋଟ୍ ଦେବା ପରେ ଏବେ ଦଳ ବାରୁଦ ଗଦାରେ ବସିଲା ଭଳି ମନେ ହେଉଛି । ୱାକଫ୍ ବିଲକୁ ନେଇ ବିଜେଡି ଫାଳ ଫାଳ ହୋଇଥିଲା ଆଉ ବିଜେଡି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ମତଭେଦ ଜଳଜଳ ହୋଇ ଦିଶିଥିଲା । ବିଶେଷ କରି ବିବେକାନୁମୋଦିତ କଥା କହି ଡକ୍ଟର ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍ ଦେବା ପରେ ଏବେ ତାଙ୍କ ବିରୋଧରେ ତୀବ୍ର ହୋଇଛି ଅସନ୍ତୋଷ ।


ୱାକଫ୍‌କୁ ନେଇ ସସ୍ମିତଙ୍କୁ ବଦ୍ରିଙ୍କ ଟାର୍ଗେଟ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଗତକାଲି ଭଦ୍ରକର ବରିଷ୍ଠ ବିଜେଡି ନେତା ସସ୍ମିତଙ୍କ ଉପରେ ଆକ୍ସନ ଡିମାଣ୍ଡ କରି ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଥିବା ବେଳେ ଆଜି ଆଉ ଜଣେ ଭେଟରାନ ପ୍ରତାପ ଜେନା ନବୀନଙ୍କୁ ଚିଠି ଲେଖିଛନ୍ତି । ବିଶେଷ କରି ସସ୍ମିତ ବିଲକୁ ନେଇ ଯାହା ଟ୍ବିଟ୍ କରିଥିଲେ ତାହା ଦଳର ଆଭିମୁଖ୍ୟ ବିରୋଧୀ ବୋଲି ଚିଠିରେ ଲେଖିଛନ୍ତି ପ୍ରତାପ । ଏହା ପଛରେ ଗଭୀର ଷଡ଼ଯନ୍ତ୍ରର ଗନ୍ଧ ବାରିବା ସହ ଷଡ଼ଯନ୍ତ୍ର ପଛରେ କିଏ, ତାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ।


ଏଥିସହ ରାଜ୍ୟସଭାରେ ଦଳୀୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ସ୍ପଷ୍ଟୀକରଣ ମଗାଯାଉ ବୋଲି ନବୀନଙ୍କୁ ପ୍ରତାପ ଅନୁରୋଧ କରିଛନ୍ତି । ଦୋଷ ତ୍ରୁଟି ତର୍ଜମା କରି ସସ୍ମିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ମଧ୍ୟ କରିଛନ୍ତି ପ୍ରତାପ ଜେନା ।


ତେବେ ବିଜେଡି ଭିତରେ ଏହି ଗୃହଯୁଦ୍ଧ ପୂର୍ବ ଆଶଙ୍କାକୁ ସତ କରିବା ଭଳି ମନେ ହେଉଛି । କ୍ଷମତାରୁ ଆରମ୍ଭ ହୋଇଥିବା ଦଳ କ୍ଷମତା ଯିବା ପରେପରେ ହିଁ ସଫା ହୋଇଯିବାର ଯେଉଁ ଆଶଙ୍କା କରାଯାଉଥିଲା, ତାହା ଆପାତତଃ ସତ ହେବା ଭଳି ମନେ ହେଉଛି ।