Videos
|
Politics

ABVP Keralam Victory 2026 / କେରଳମ୍ ରେ ବିଜୟ ବାନା ଉଡ଼ାଇଲା ଏବିଭିପି; ଏସଏଫଆଇ କୁ ପରାସ୍ତ କରି ହାତେଇଲା ୧୨ ପଦ

Subhramjit Ray
Browse all articles by Subhramjit Ray
·1 hour ago·2 min read
କେରଳମ୍ ରେ ବିଜୟ ବାନା ଉଡ଼ାଇଲା ଏବିଭିପି; ଏସଏଫଆଇ କୁ ପରାସ୍ତ କରି ହାତେଇଲା ୧୨ ପଦ
ABVP Keralam Victory 2026

Key Points

ଏହି ସଫଳତା ସେତେବେଳେ ମିଳିଛି ଯେତେବେଳେ ABVP ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ବିପୁଳ ସଫଳତା ପାଇଛି।
ଦୀର୍ଘ ଦିନରେ ସଂଘର୍ଷ ପରେ ଧିରେ ଧିରେ କେରଳ ରାଜନୀତିରେ ନିଜର ଉପସ୍ଥିତି ମଜବୁତ କରିବାରେ ସଫଳ ହୋଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)। ପ୍ରଥମେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୩ ଅସନ ପାଇଥିଲା। ଏବେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଏହାର ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥ ପରିଷଦ (ଏବିଭିପି) ଜବରଦସ୍ତ ସଫଳତା ପାଇଛି। ତିରୁପୁନିଥୁର ସଂସ୍କୃତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ​​ସମସ୍ତ ୧୨ ପଦ ହାତେଇଛି (ABVP)। ଏହି ନିର୍ବାଚନରେ ABVP, ବାମପନ୍ଥୀ ଛାତ୍ର ସଙ୍ଗଠନ (Left-wing student organization), ଭାରତୀୟ ଛାତ୍ର ସଂଘ (SFI) ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା। ବିଗତ ୪୦ ବର୍ଷ ଧରି ତିରୁପୁନିଥୁର ମହାବିଦ୍ୟାଳୟ ଛାତ୍ର ସଂସଦ SFI (Students' Federation of India) ନିୟନ୍ତ୍ରଣରେ ରହିଥିଲା। ହେଲେ ଏଥର ବାମପନ୍ଥୀ ଛାତ୍ର ସଙ୍ଗଠନ ଗୋଟିଏ ହେଲେ ଆସନ ଜିତି ପାରିଲା ନାହିଁ।

ଏହି ସଫଳତା ସେତେବେଳେ ମିଳିଛି, ଯେତେବେଳେ ABVP ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ​ବିପୁଳ ବିଜୟ ହାସଲ କରିଛି। ଏଠାରେ ABVP ୪ ପଦ ମଧ୍ୟରୁ ୩ ପଦ ହାତେଇଛି। ଏହା ପରେ କେରଳ ଛାତ୍ର ରାଜନୀତିରେ ABVP ଏପରି ଏକ ବଡ ସଫଳତା ପାଇଛି। ଏବେ ରାଜ୍ୟର ତିରୁପୁନିଥୁରା ଅଞ୍ଚଳରେ ଅବସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ABVP ବାଜିମାତ କରିଛି। ପ୍ରଥମେ ସ୍ଥାନୀୟ ପୌରସଂସ୍ଥା ନିର୍ବାଚନରେ ​​ବିଜେପି ବାଜିମାତ କରିଥିଲା। ଏହି ପୌର ନିର୍ବାଚନରେ ବିଜୟ ବିଜେପି, ୪୫ ବର୍ଷର ​​ବାମପନ୍ଥୀ ଶାସନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି। ବର୍ତ୍ତମାନ ABVP ଛାତ୍ର ରାଜନୀତିରେ ଏକ ବଡ଼ ବିଜୟ ହାସଲ କରିଛି। ପ୍ରାୟ ୪ ଦଶନ୍ଧି ଧରି SFI ପ୍ରାଧାନ୍ୟକୁ ଶେଷ କରିଦେଇଛି। ABVP ୬ ଗୁରୁତ୍ୱପୂର୍ଣ୍ଣ ପଦବୀ ସହିତ ମୋଟ ୧୨ ପଦ ହାତେଇଛି।

ଏହି ବିଜୟ ଉପରେ ପ୍ରତିକ୍ରିୟା ରଖି ABVP ପକ୍ଷରୁ କୁହାଯାଇଛି ଯେ ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ SFI ରାଜନୀତି ଛାତ୍ର ବିରୋଧି ହୋଇଛି। ABVP ପ୍ରତିନିଧି କହିଛନ୍ତି ଯେ ଏହି ସଫଳତା ଦ୍ୱାରା ଆମେ ଉପକୃତ ହେବୁ ଏବଂ ଅନ୍ୟ ମହାବିଦ୍ୟାଳୟରେ ମଧ୍ୟ ଆମର ଶକ୍ତି ବୃଦ୍ଧି ପାଇବ। ସଙ୍ଗଠନ ସହ ଜଡ଼ିତ ଛାତ୍ର ପ୍ରତିନିଧି ଅଭିଯୋଗ କରିଛନ୍ତି ଯେ SFI ପ୍ରତିନିଧି ସଂସ୍କୃତ ଭାଷାକୁ ପ୍ରୋତ୍ସାହିତ କରୁନାହାଁନ୍ତି। ଏହି କାରଣରୁ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସ୍ନିଗ୍ଧା ହରି ABVP ପକ୍ଷରୁ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ଆଦିତ୍ୟ ଟିଏ ଉପାଧ୍ୟକ୍ଷ, ବିଗ୍ନେଶ ଭଟ ସାଧାରଣ ସମ୍ପାଦକ, ବିଗ୍ନେଶ ଡି ମାଗାଜିନ ସମ୍ପାଦକ, ଅଞ୍ଜଳି ଟି କଳା ପରିଷଦ ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: