Videos
|
Politics

AJUP Chief Humayun Kabir / ରେଜିନଗର ଉପନିର୍ବାଚନକୁ ନେଇ ହୁମାୟୁଁ କବୀରଙ୍କ ଭବିଷ୍ୟବାଣୀ; କହିଲେ କିଏ କରିବ ବାଜିମାତ

Subhramjit Ray
Browse all articles by Subhramjit Ray
·56 mins ago·2 min read
ରେଜିନଗର ଉପନିର୍ବାଚନକୁ ନେଇ ହୁମାୟୁଁ କବୀରଙ୍କ ଭବିଷ୍ୟବାଣୀ; କହିଲେ କିଏ କରିବ ବାଜିମାତ
AJUP Chief Humayun Kabir

Key Points

ରେଜିନଗର ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଆମ ଜନତା ଉନ୍ନୟନ ପାର୍ଟି ମୁଖ୍ୟ ହୁମାୟୁଁ କବୀର।
ପଶ୍ଚିମବଙ୍ଗର ନୱାଦା ଆସନର ବିଧାୟକ ତଥା ଆମ୍ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ହୁମାୟୁଁ କବୀର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ସେ ରାଜନୀତିରୁ ଅବସର ନେବାକୁ ଏବଂ ବିଧାୟକ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ରାଜ୍ୟର ରେଜିନଗର ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ ମଧ୍ୟ ସେ ତାଙ୍କର ପରାଜୟ ଗ୍ରହଣ କରିଛନ୍ତି।

ହୁମାୟୁଁ କବୀର ଅଭିଯୋଗ କରିଛନ୍ତି ଯେ ରେଜିନଗର ଉପନିର୍ବାଚନରେ କେବଳ ଲୋକ ଦେଖାଣିଆ ମତଦାନ ହୋଇଛି। ଲୋକଙ୍କୁ ମୁକ୍ତ ଭାବରେ ଭୋଟ୍ ଦେବାକୁ ଅନୁମତି ଦିଆଯାଇ ନାହିଁ। ନିର୍ବାଚନ ସମୟରେ ବଡ଼ ଧରଣର ରିଗିଂ ହୋଇଥିବା ସେ ଦାବି କରିଛନ୍ତି। ପୁନର୍ବାର ସେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିବେ ସେ, ସେପର୍ଯ୍ୟନ୍ତ ବିଧାନସଭାକୁ ଯିବେ ନାହିଁ। ରାଜନୀତିରୁ ନିଜକୁ ଦୂରେଇ ଦେବାକୁ ସେ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି।

ମତଦାନ ପରେ ହେପାଜତକୁ ଯାଇଥିଲେ AJUP ମୁଖିଆ
AJUP ମୁଖିଆ ହୁମାୟୁଁ କବୀର କହିଛନ୍ତି ଯେ ଯେଉଁଦିନ ରେଜିନଗର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା ସେହି ଦିନ ତାଙ୍କୁ ପୋଲିସ ଗିରଫ କରିଥିଲା। ଏହି ଆସନ ପାଇଁ ଗତ ମଙ୍ଗଳବାର (୬ ଅକ୍ଟୋବର) ମତଦାନ ଅନୁଷ୍ଠିତ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏହି ଉପ-ନିର୍ବାଚନରେ ​​ତାଙ୍କ ପୁଅ ଗୋଲାମ ନବୀ ଆଜାଦ ତାଙ୍କ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ହୁମାୟୁଁ କବୀରଙ୍କ ଇସ୍ତଫା ପରେ ରେଜିନଗର ଆସନ ଖାଲି ପଡିଥିଲା। ଚଳିତ ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ଉଭୟ ରେଜିନଗର ଏବଂ ନାୱଦା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ସେ ନାୱଦା ସିଟ୍ ବଜାୟ ରଖିଥିବା ବେଳେ ରେଜିନଗର ଆସନରୁ ଇସ୍ତଫା ଦେଇଥିଲେ।

ଏହା ସହ ପଢନ୍ତୁ: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ହୁମାଁୟୁ କବୀରଙ୍କ ବିବାଦୀୟ ବୟାନ; କହିଲେ...

ମୁଁ ମୋର ରାଜନୈତିକ କ୍ୟାରିଅର ୬୪ ବର୍ଷରେ ଶେଷ କରିବି
ହୁମାୟୁଁ କବୀର କହିଛନ୍ତି ଯେ ଦୁର୍ଗା ପୂଜା ପରେ ସେ ଏକ ସାଧାରଣ ସଭା କରିବେ। ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ଏବଂ ରାଜନୀତିରୁ ଅବସର ଘୋଷଣା କରିବେ। ସେ କହିଛନ୍ତି ଯେ, ରେଜିନଗର ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଇନଥିଲା। ଯଦି ମୁଁ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବି ନାହିଁ, ତାହେଲେ ମୁଁ ରାଜନୀତିରେ ରହିବାର କିମ୍ବା ବିଧାୟକ ହେବାର ଅର୍ଥ କ’ଣ? ସେ ଆହୁରି ମଧ୍ୟ କହିଛନ୍ତି, ଦୁର୍ଗା ପୂଜା ପରେ ମୁଁ ଲୋକଙ୍କ ପାଖକୁ ଯିବି। ସେମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବି। ମୁଁ ମୋର ରାଜନୈତିକ କ୍ୟାରିୟର ୬୪ ବର୍ଷରେ ଶେଷ କରିବି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିର୍ବାଚନ ପ୍ରକ୍ରିୟା ଉପରେ ଉଠାଇଲେ ପ୍ରଶ୍ନ
ରେଜିନଗର ଉପନିର୍ବାଚନ ଲାଗି ଅନୁଷ୍ଠିତ ହୋଇଥିବା ମତଦାନ ସମୟରେ ପ୍ରଶାସନ ଏବଂ ପୋଲିସ ଭୂମିକା ନିରପେକ୍ଷ ନୁହେଁ ବୋଲି ହୁମାୟୁଁ କବୀର ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ ସାଧାରଣ ଲୋକ ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧାର ସାମ୍ନା କରିଥିଲେ। ଅନେକ ସ୍ଥାନରେ ଭୋଟିଂ ପ୍ରଭାବିତ ହୋଇଥିଲା।