Akhilesh Yadav Facebook Page / ପୁଣି ବନ୍ଦ ହେଲା ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍, ରିଷ୍ଟୋର୍ ପାଇଁ ମେଟାର ଉଦ୍ୟମ
·49 mins ago·2 min read

Key Points
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍ ପୁଣି ଥରେ ଅଚଳ ହୋଇପଡ଼ିଛି। ପେଜ୍ ଖୋଲିବାକୁ ଚେଷ୍ଟା କଲେ ଏହା ଉପଲବ୍ଧ ନଥିବା ଦେଖାଉଛି। ସପା ଏହାକୁ ବୈଷୟିକ ସମସ୍ୟା ବୋଲି କହିଥିବା ବେଳେ, ମେଟା ଇଣ୍ଡିଆ ପେଜ୍ଟିକୁ ପୁନଃସ୍ଥାପନ ପାଇଁ ଉଦ୍ୟମ କରୁଛି। ପେଜ୍ରେ ୯୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।
ପୁଣି ଥରେ ବନ୍ଦ ହୋଇଯାଇଛି ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍। ତାଙ୍କର ଫେସବୁକ ପେଜ୍ ପରିଦର୍ଶନ କରିବା ସମୟରେ ଏହା ଉପଲବ୍ଦ ନଥିବା (FB Page Unavailable) ବୋଲି ଦେଖାଉଛି। ଏନେଇ ସପା ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଏକ ବୈଷୟିକ ସମସ୍ୟା ପାଇଁ ଏହି ପେଜ୍ ଖୋଲୁନାହିଁ। ଏନେଇ ଦଳ ପକ୍ଷରୁ ଏକ X ପୋଷ୍ଟ ସେୟାର କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ମେଟା ଇଣ୍ଡିଆ (Meta India) ଏହାକୁ ଯଥାଶୀଘ୍ର ପୁନରୁଦ୍ଧାର (FB Page Restore) କରିବା ପାଇଁ ପ୍ରୟାସ କରୁଛି।
ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍ ରେ (Akhilesh Yadav FB Page) ପ୍ରାୟ ୯୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଏହି ସମସ୍ୟା ସମ୍ପର୍କରେ ମେଟା ଇଣ୍ଡିଆ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ହେଲେ ତଥାପି ସମାଜବାଦୀ ପାର୍ଟି (Samajwadi Party) ଏହାକୁ ଏକ ବୈଷୟିକ ସମସ୍ୟା ବୋଲି କହିଛି।
ଅଖିଲେଶ ଯାଦବଙ୍କ ଫେସବୁକ ପେଜ୍ ସହ ହୋଇଛି କ'ଣ?
ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍ ଖୋଲିବା ସମୟରେ "ଏହି ବିଷୟବସ୍ତୁ ବର୍ତ୍ତମାନ ଉପଲବ୍ଧ ନାହିଁ" (This content isn't available at the moment) ବୋଲି ଦର୍ଶାଉଛି।
ଏହି ସମସ୍ୟା ସାଧାରଣତଃ ସେତେବେଳେ ହୋଇଥାଏ, ଯେତେବେଳେ ଫେସବୁକ ଆକାଉଣ୍ଟ ବ୍ୟବହାରକାରୀ (FB Account Holder) ସେମାନଙ୍କର ଗୋପନୀୟତା ସେଟିଂସ୍ (FB Privacy Settings) ପରିବର୍ତ୍ତନ କରିଥାନ୍ତି। ଯେତେବେଳେ ସେମାନେ ସେମାନଙ୍କର ପୋଷ୍ଟ (FB Post) କିମ୍ବା ପେଜ୍ (FB Page) କୁ ନିର୍ଦ୍ଧିଷ୍ଟ କିଛି ବନ୍ଧୁ (Only Friends), କୌଣସି ଏକ ଛୋଟ ଗୋଷ୍ଠୀ (Small Group) କିମ୍ବା କେବଳ ନିଜ ପର୍ଯ୍ୟନ୍ତ ସୀମିତ ରଖିଥାନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫେସବୁକ୍ ପେଜ୍ ବନ୍ଦ ହେବାକୁ ନେଇ କ'ଣ କହିଲା ସପା?
ଏନେଇ ସମାଜବାଦୀ ପାର୍ଟି (ସପା) ପକ୍ଷରୁ ଏକ X ପୋଷ୍ଟ ସେୟାର କରାଯାଇ ଏକ ବିବୃତ୍ତି ଜାରି କରିଯାଇଛି। ଯେଉଁଥିରେ କୁହାଯାଇଛି ଯେ କୌଣସି ଏକ ବୈଷୟିକ ସମସ୍ୟା ଯୋଗୁଁ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସରକାରୀ ଫେସବୁକ୍ ପେଜ୍ (Akhilesh Yadav Official FB Page) ଅସ୍ଥାୟୀ ଭାବରେ ଉପଲବ୍ଧ ନାହିଁ। ମେଟା ଏହାକୁ ଯଥାଶୀଘ୍ର ପୁନଃସ୍ଥାପିତ କରିବା ପାଇଁ କାମ କରୁଛି।
ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍ ସସପେଣ୍ଡ ହୋଇଯିବାର ଏହା ପ୍ରଥମ ମାମଲା ନୁହେଁ। ପୂର୍ବରୁ ତାଙ୍କ ଅଫିସିଆଳ ଫେସବୁକ ପେଜ୍ ଗତ ବର୍ଷ ଅକ୍ଟୋବର ୧୦ ତାରିଖରେ ସସପେଣ୍ଡ ହୋଇ ଯାଇଥିଲା। ଫେସବୁକ ପେଜ୍ ସସପେଣ୍ଡ ହେବାର ପରଦିନ ମେଟା ଏହାକୁ ପୁନସ୍ଥାପିତ କରିଥିଲା।