Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଭାଙ୍ଗିବ ବିଜୁ ଜନତା ଦଳ, ଗଠନ ହେବ ନୂଆ ବିଜେଡି: ଅମର ଶତପଥୀ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
ଭାଙ୍ଗିବ ବିଜୁ ଜନତା ଦଳ, ଗଠନ ହେବ ନୂଆ ବିଜେଡି: ଅମର ଶତପଥୀ

Key Points

ବିଜେଡି ଭାଙ୍ଗିବା ନେଇ ଆଉ ଜଣେ ପୂର୍ବତନ ବିଜେଡି ନେତାଙ୍କ ବୟାନ। ପୂର୍ବତନ ବିଜେଡି ନେତା ଅମର ଶତପଥୀଙ୍କ ବଡ଼ ବୟାନ। ଗଠନ ହେବ ନୂଆ ବିଜେଡି ।

ବିଜୁ ଜନତା ଦଳକୁ ନେଇ ବଡ଼ ବୟାନ ରଖିଲେ ପୂର୍ବତନ ବିଜେଡି ନେତା ଅମର ଶତପଥୀ । ଏବେ ଲୋକ ଓ କର୍ମୀଙ୍କଠାରୁ ଦୂରେଇ ଯାଉଛି ଦଳ । ବିଜେଡି ଲୋକେ ହିଁ ଗଠନ କରିବେ ନୂଆ ଦଳ ବୋଲି ଅମର ଶତପଥୀ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ବର୍ତ୍ତମାନ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନ ଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦୂରେଇ ଯିବେ ।


ସେହିପରି ବିଜେଡିରେ କିଏ ହେବେ ଏକନାଥ ସିନ୍ଧେ ପ୍ରଶ୍ନରେ ଅମର ଶତପଥୀ କହିଛନ୍ତି, ବର୍ତ୍ତମାନ ସିଏ ଗୋପରେ ବଢୁଛି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ । ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ମଧ୍ୟ ଏନେଇ ଇଙ୍ଗିତ ଦେଇଥିଲେ । ଆଜି ତଥାଗତଙ୍କ କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ତେବେ ଅମରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amar Satpathy’s Big Statement: BJD May Split, New Party on the Horizon | Argus News