Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସାମରେ କେତେ ସିଟ୍ ଜିତିବ ଏନଡି଼ଏ? ରୋଡ୍ ଶୋ ବେଳେ କହିଲେ ଅମିତ ଶାହ

Politics

Amit Shah Assam Rally / ଆସାମରେ କେତେ ସିଟ୍ ଜିତିବ ଏନଡି଼ଏ? ରୋଡ୍ ଶୋ ବେଳେ କହିଲେ ଅମିତ ଶାହ

Subhramjit Ray
Browse all articles by Subhramjit Ray
·1 month ago·4 min read
 ଆସାମରେ କେତେ ସିଟ୍ ଜିତିବ ଏନଡି଼ଏ? ରୋଡ୍ ଶୋ ବେଳେ କହିଲେ ଅମିତ ଶାହ
Amit Shah Assam Rally

Key Points

୨୦୨୬ ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡି଼ଏ କେତେ ସିଟ୍ ପାଇବା ତାହାର ପୂର୍ବାନୁମାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ।
Amit Shah Guwahati Road Show: ୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହ। ରାଜଧାନୀ ଗୌହାଟିରେ ରୋଡ୍ ଶୋ କରିବା ଅବସରରେ ସେ ଦାବି କରିଛନ୍ତି ଯେ ଆଗାମୀ ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ୯୦ ରୁ ଅଧିକ ଆସନ ଜିତିବା ସହ ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ।

ଆସାମ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ସମର୍ଥନ ଜୁଟାଇବା ଲକ୍ଷ୍ୟରେ ସେ ରାଜଧାନୀ ଗୌହାଟୀରେ ଏକ ମେଗା ରୋଡ୍ ଶୋ କରିଥିଲେ। ଏହି ରୋଡ ଶୋ ସହରର ଆର୍ଯ୍ୟ ବିଦ୍ୟାପୀଠ କଲେଜ ପଡ଼ିଆରୁ ଆରମ୍ଭ ହୋଇ ନେପାଳୀ ମନ୍ଦିର ନିକଟରେ ଶେଷ ହୋଇଥିଲା। ରୋଡ୍ ଶୋ ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି, "ଆସାମରେ ଲୋକେ ଏନଡ଼ିଏ ସରକାରଙ୍କୁ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆଣିବା ପାଇଁ ଉତ୍ସାହିତ ଅଛନ୍ତି। ଆମେ ଆଗାମୀ ବିଧାନସଭା ନିର୍ବାଚନରେ ୯୦ ରୁ ଅଧିକ ଆସନ ଜିତିବୁ।"

ସେହିପୁର ଆସାମର ସୋନିତପୁର ଜିଲ୍ଲାରେ ଢେକିୟାଜୁଲିରେ ଆୟୋଜିତ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ସେ କଂଗ୍ରେସ ବିରୋଧରେ ବର୍ଷି କହିଥିଲ, କଂଗ୍ରେସ ଏସଆଇଆର (SIR)କୁ ବିରୋଧ କରୁଛି। ଆସାମ କଂଗ୍ରେସ ଅଧ୍ୟକ୍ଷ ଗୌରବ ଗୋଗୋଇ ଯେତେବେଳେ ସୋନିତପୁର ଆସିବେ ତାଙ୍କୁ ପଚାରିବେ ଭୋଟର ତାଲିକାରୁ ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରିବାରେ କେଉଁଠି ଭୁଲ ରହିଛି। ରାଜ୍ୟରେ ବେଆଇନ ଭାବେ ବସବାସ କରୁଥିବା ଅବୈଧ ଅନୁପ୍ରବେଶକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଜବରଦଖଲ ଜମି ପୁନରୁଦ୍ଧାର କରିଛି ବିଜେପି ସରକାର। ହେଲେ କଂଗ୍ରେସ କେବେ ଜାତୀୟ ସୁରକ୍ଷାକୁ କେବେ ପ୍ରାଥମିକତା ଦେଇନାହିଁ।

ଏସଆଇଆର ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ ହେଉଛି। ରାହୁଲ ଗାନ୍ଧୀ ଏବଂ ତାଙ୍କ କମ୍ପାନୀ ଏସଆଇଆର ବିରୋଧରେ ଅଛନ୍ତି। ଗୌରବ ଗୋଗୋଇଙ୍କୁ ପଚାରିବେ ଯେ ସେମାନେ ଏହାକୁ କାହିଁକି ବିରୋଧ କରୁଛନ୍ତି। ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରୁ ହଟାଇବା ଠିକ ନାଁ ଭୁଲ? ଗୌରବ ଗୋଗୋଇ ସେମାନଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ହେଲେ ଆସାମ ଲୋକଙ୍କୁ ଭୋଟ ମାଗୁଛନ୍ତି। ଗୌରବ ଗୋଗୋଇ ଏକଥା ସ୍ପଷ୍ଟ କରିବା ଆବଶ୍ୟକ ଯେ ସେ ଅନୁପ୍ରବେଶକାରୀଙ୍କ ସପକ୍ଷରେ ନାଁ ବିପକ୍ଷରେ ଅଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଟାର୍ଗେଟ କରି କହିଥିଲେ ଯେ ୧୯୬୨ ମସିହାରେ ଚୀନ୍ ଅନୁପ୍ରବେଶ ପରେ ନେହେରୁ ଆସାମକୁ ବାୟ ବାୟ କହି ଦେଇଥିଲେ। ହେଲେ ଏବେ କେହି ଆସାମରେ ବେଆଇନ ଅନୁପ୍ରବେଶ କରିପାରିବେ ନାହିଁ। କଂଗ୍ରେସ ବିରୋଧରେ ଦେଶକୁ ଲଜ୍ଜିତ କରିବାର ଅଭିଯୋଗ ଆଣି ସେ କହିଛନ୍ତି ଯେ ଏଆଇ ସମ୍ମିଳନୀ ସମୟରେ କଂଗ୍ରେସ କର୍ମୀ ପୋଷାକ କାଢ଼ି ପ୍ରତିବାଦ କରିଥିଲା।

କଂଗ୍ରେସ କେବେ ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦେଇନାହିଁ। ପାକିସ୍ତାନୀ ଆତଙ୍କବାଦୀ ଯେତେବେଳେ ଚାହୁଁଥିଲେ ସେତେବଳେ ଦେଶର କୋଣ ଅନୁକୋଣରେ ପ୍ରବେଶ କରୁଥିଲେ। ସେମାନେ ବୋମା ବିସ୍ଫୋରଣ କରିବା ସହ ଦଣ୍ଡମୁକ୍ତ ହୋଇ ଚାଲି ଯାଉଥିଲେ। ହେଲେ ମୋଦି ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନୀ ଆତଙ୍କବାଦୀ ଉରି, ପୁଲୱାମା ଏବଂ ପହଲଗାମ ଉପରେ ଆକ୍ରମଣ କରିଥିଲେ। ସେମାନେ ଭୁଲି ଯାଇଥିଲେ ଯେ ଏବେ ଦେଶରେ କଂଗ୍ରେସ ନୁହେଁ ମୋଦି ସରକାର କ୍ଷମତାରେ ରହିଛି। ଉରି ଆକ୍ରମଣ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍, ପୁଲୱାମା ଆକ୍ରମଣ ପରେ ଏୟାର ଷ୍ଟ୍ରାଇକ୍ ଏବଂ ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ୍ ସିନ୍ଦୁର କରାଯାଇଥିଲା।
ଗୋଟିଏ ପଟେ ବିଜେପି ସରକାର ବିଗତ ୧୦ ବର୍ଷ ମଧ୍ୟରେ ଆସାମକୁ ଆତଙ୍କବାଦ ମୁକ୍ତ କରିଛି। ଅନ୍ୟପକ୍ଷରେ ଆସାମରେ କଂଗ୍ରେସ ସରକାର ଶାସନ ସମୟରେ ଗୁଳିକାଣ୍ଡ ଏବଂ ବୋମା ବିସ୍ଫୋରଣ ହେଉଥିଲା। ଯେଉଁଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ୧୦ ହଜାର ଯୁବକଙ୍କୁ ହିଂସାର ରାସ୍ତାରୁ ଅଲଗା କରି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରିଛି।

ଆସାମ ବାସୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ଆପଣ କେବଳ ବିଧାୟକ, ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ଭୋଟ ଦିଅନ୍ତୁ ନାହିଁ। ଆପଣଙ୍କୁ ଏକ ଅନୁପ୍ରବେଶକାରୀ ମୁକ୍ତ ଆସାମ ଗଠନ ପାଇଁ ଭୋଟ ଦେବାକୁ ହେବ। ଆପଣଙ୍କୁ ଏକ ଶାନ୍ତିପୂର୍ଣ୍ଣ ଏବଂ ବିକଶିତ ଆସାମ ପାଇଁ ଭୋଟ ଦେବାକୁ ପଡିବ। ଆସାମର ଯୁବପିଢ଼ିଙ୍କୁ ବୃହତ ଶିଳ୍ପ ସହିତ ନିଯୁକ୍ତି ପାଇବା ପାଇଁ ଭୋଟ ଦେବାକୁ ପଡିବ।

କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ କାର୍ଯ୍ୟକାଳରେ ଆସାମକୁ ୧.୨୮ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଦିଆଯାଇଥିଲା। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି ଆସାମର ବିକାଶ ପାଇଁ ୯ ଲକ୍ଷ କୋଟିରୁ ଅଧିକ ସହାୟତା ଯୋଗାଇ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶାହ ପଚାରିଥିଲେ ଯେ କଂଗ୍ରେସ କୌଣସି ବିକାଶମୂଳକ କାର୍ଯ୍ୟ କରିଛି କି? ବିଜେପି ଆସାମର ଚେହେରା ବଦଳାଇ ଦେଉଛି। ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର, ପାନୀୟ ଜଳ ଏବଂ ରାସନ ଯୋଗାଇ ଦେଉଛି ମୋଦି ସରକାର। କେବଳ ବିଜେପି ହିଁ ଆସାମର ସର୍ବାଙ୍ଗୀନ ବିକାଶ କରିପାରିବ। ବିକଶିତ ଆସାମ ପାଇଁ ବିଜେପିକୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଆମେ ଅନୁପ୍ରବେଶକାରୀ ମୁକ୍ତ ଏବଂ ବନ୍ୟାମୁକ୍ତ ଆସାମ ଗଠନ ପାଇଁ ପ୍ରତିଜ୍ଞା କରୁଛୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah Claims NDA Will Win 90 Seats in Assam During Rally | Argus News