Vande Mataram Controversy / କଂଗ୍ରେସ 'ବନ୍ଦେ ମାତରମ'ର ଦୁଇପଦ ଗାଇବା ପ୍ରସଙ୍ଗ; ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ
·51 mins ago·3 min read

Key Points
କଂଗ୍ରେସର ତୁଷ୍ଟୀକରଣ ରାଜନୀତିକୁ ଅମିତ ଶାହଙ୍କ କଡ଼ା ସମାଲୋଚନା
କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଂକଳ୍ପକୁ ନେଇ ଘେରିଲେ କେନ୍ଦ୍ର ଗୃହମନ୍ତ୍ରୀ
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବି ତୀବ୍ର ସମାଲୋଚନା କଲେ
କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଂକଳ୍ପକୁ ନେଇ ଘେରିଲେ କେନ୍ଦ୍ର ଗୃହମନ୍ତ୍ରୀ
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବି ତୀବ୍ର ସମାଲୋଚନା କଲେ
ନୂଆଦିଲ୍ଲୀ: ଜାତୀୟ ଗୀତ 'ବନ୍ଦେ ମାତରମ୍'କୁ ନେଇ ଦେଶର ରାଜନୀତି ଗରମ । କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବା CWCର ସଂକଳ୍ପ ଏବଂ ଜାତୀୟ ଗୀତର କେବଳ ପ୍ରଥମ ଦୁଇଟି ପଦ ଗାଇବା ନିଷ୍ପତ୍ତିକୁ ନେଇ ସିଧାସଳଖ ଶାଣିତ ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଂଗ୍ରେସର ଏହି ଆଭିମୁଖ୍ୟକୁ 'ତୁଷ୍ଟୀକରଣ ରାଜନୀତି' ଓ 'ଦେଶ ବିରୋଧୀ' ଆଖ୍ୟା ଦେଇ ଘେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
୧୯୩୭ ମସିହାରେ 'ବନ୍ଦେ ମାତରମ୍'କୁ ଭାଗ ଭାଗ କରି କଂଗ୍ରେସ ଦେଶ ବିଭାଜନର ଭିତ୍ତିଭୂମି ପକାଇଥିଲା ବୋଲି ଅଭିଯୋଗ କରିଛନ୍ତି । ଜାତୀୟ ଗୀତ ବନ୍ଦେ ମାତରମର କେବଳ ପ୍ରଥମ ଦୁଇଟି ପଦ ଗାଇବା ପାଇଁ କଂଗ୍ରେସ ନେଇଥିବା ନିଷ୍ପତ୍ତିକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତୀବ୍ର ସମାଲୋଚନା କରିବା ସହ, ଏହାକୁ ଦେଶ ବିରୋଧୀ ବୋଲି କହିଛନ୍ତି । ସେପଟେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, "ରାଷ୍ଟ୍ରର ଗୌରବ ଅପେକ୍ଷା କଂଗ୍ରେସ ପାଇଁ କ'ଣ ଭୋଟ୍ ବ୍ୟାଙ୍କ ସବୁକିଛି ?"
ଶାହ ଆହୁରି କହିଛନ୍ତି, "ସେମାନେ କେବଳ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଏହି ସୃଷ୍ଟିକୁ ନୁହେଁ, ବରଂ ଦେଶର ସ୍ୱାଧୀନତା ପାଇଁ ନିଜର ପ୍ରାଣ ବଳି ଦେଇଥିବା ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ ଅପମାନିତ କରିଛନ୍ତି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପୁନର୍ବାର ତୁଷ୍ଟୀକରଣ ରାଜନୀତିକୁ ଆଗକୁ ବଢ଼ାଉଛି ।" କଂଗ୍ରେସ ଦଳର ଏହି ନିଷ୍ପତ୍ତି ବିରୋଧରେ ଦେଶ ଏକାଠି ହେବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି ।
ପଢନ୍ତୁ ଏହି ଖବର: “ବନ୍ଦେ ମାତରମ”ର ପ୍ରଥମ ଦୁଇ ପଦ ଗାଇବା ପାଇଁ କଂଗ୍ରେସର ନିଷ୍ପତ୍ତିକୁ ସମାଲୋଚନା କଲେ ଶାହ…. ଏଭଳି ନିଷ୍ପତ୍ତି ଦେଶବିରୋଧୀ

- କ'ଣ କହିଛନ୍ତି ଅମିତ ଶାହ ?
कांग्रेस कार्यसमिति ने 'वंदे मातरम्' के पूर्ण गान की जगह केवल दो अंतरे गाने का जो फैसला लिया है, वह न केवल देशविरोधी है, बल्कि संसद के बनाए कानून की खुली अवहेलना भी है।
— Amit Shah (@AmitShah) August 20, 2026
1937 में तुष्टीकरण के लिए कांग्रेस ने ही 'वंदे मातरम्' के दो टुकड़े किए। वहीं से दो-राष्ट्र सिद्धांत को ताकत… pic.twitter.com/VCGhnro8Wc
ଶାହ ଆହୁରି କହିଛନ୍ତି, "ସେମାନେ କେବଳ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଏହି ସୃଷ୍ଟିକୁ ନୁହେଁ, ବରଂ ଦେଶର ସ୍ୱାଧୀନତା ପାଇଁ ନିଜର ପ୍ରାଣ ବଳି ଦେଇଥିବା ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ ଅପମାନିତ କରିଛନ୍ତି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପୁନର୍ବାର ତୁଷ୍ଟୀକରଣ ରାଜନୀତିକୁ ଆଗକୁ ବଢ଼ାଉଛି ।" କଂଗ୍ରେସ ଦଳର ଏହି ନିଷ୍ପତ୍ତି ବିରୋଧରେ ଦେଶ ଏକାଠି ହେବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି ।
- ତୀବ୍ର ସମାଲୋଚନା କଲେ ଧର୍ମେନ୍ଦ୍ର
कांग्रेस का तुष्टीकरण फिर सामने है और निशाने पर है भारत का राष्ट्रगौरव - ‘वंदे मातरम्’।
— Dharmendra Pradhan (@dpradhanbjp) August 20, 2026
जिस ‘वंदे मातरम्’ ने स्वतंत्रता आंदोलन में देशवासियों के भीतर राष्ट्रभक्ति और स्वाभिमान की लौ जगाई, उसके पूर्ण गान से पीछे हटने का कांग्रेस कार्यसमिति का निर्णय केवल एक राजनीतिक फैसला नहीं,…
ପଢନ୍ତୁ ଏହି ଖବର: “ବନ୍ଦେ ମାତରମ”ର ପ୍ରଥମ ଦୁଇ ପଦ ଗାଇବା ପାଇଁ କଂଗ୍ରେସର ନିଷ୍ପତ୍ତିକୁ ସମାଲୋଚନା କଲେ ଶାହ…. ଏଭଳି ନିଷ୍ପତ୍ତି ଦେଶବିରୋଧୀ
- କଂଗ୍ରେସର ତୁଷ୍ଟୀକରଣ ରାଜନୀତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories