Rajya Sabha Election / ରାଜ୍ୟସଭା ସମୀକରଣର ମନ୍ତ୍ର ବତାଇଲେ ଶାହ, ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତ ହେଲା ରଣନୀତି
·2 months ago·2 min read

Key Points
ଚତୁର୍ଥ ଆସନ ବାଜିମାତ୍ ପାଇଁ କମର କଷୁଛି ବିଜେପି
ରାଜ୍ୟସଭା ସମୀକରଣର ମନ୍ତ୍ର ବତାଇଲେ ଶାହ
ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତ ହେଲା ରଣନୀତି
ରାଜ୍ୟସଭା ସମୀକରଣର ମନ୍ତ୍ର ବତାଇଲେ ଶାହ
ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତ ହେଲା ରଣନୀତି
ରାଜ୍ୟସଭାରେ ଚତୁର୍ଥ ଆସନ କାହାର । ବିଜେପି ଆସନ ହାତେଇବା ପାଇଁ ଅଣ୍ଟା ଭିଡ଼ିଥିବାବେଳେ ବିଜେଡି ଓ କଂଗ୍ରେସ ବି କସରତ ଚଳାଇଛନ୍ତି । ୟା ଭିତରେ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଚର୍ଚ୍ଚା ବଢ଼ାଉଛି ।
ରୋଚକ ସ୍ଥିତିରେ ରାଜ୍ୟସଭା ନିର୍ବାଚନ । ଚତୃର୍ଥ ଆସନ ପାଇଁ ବିଜେପି ଓ ବିଜେଡି କଂଗ୍ରେସ ମେଣ୍ଟ ଭିତରେ ବଢୁଛି ଛକାପଞ୍ଝା । ଆଉ ଏହାରି ଭିତରେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବଢ଼ାଉଛି ଚର୍ଚ୍ଚା । ଗତକାଲି ଗୃହ ମନ୍ତ୍ରୀଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭେଟିଥିଲେ ବିଜେପି ସମର୍ଥିତ ଚତୁର୍ଥ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ । ପରେ ବରିଷ୍ଠ ନେତାଙ୍କୁ ନେଇ ବସିଥିବା ବୈଠକରେ ଦିଲ୍ଲୀପ ରାୟଙ୍କୁ ଜିତାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।
ବିଜେପିର ସମର୍ଥନ ପାଇବା ପରେ ଦିଲ୍ଲୀପଙ୍କ ପାଖରେ ଅଛି ୨୨ ବିଧାୟକଙ୍କ ସମର୍ଥନ । ବିଜୟ ପାଇଁ ଦିଲ୍ଲୀପଙ୍କୁ ଦରକାର ଆଉ ୮ ବିଧାୟକଙ୍କ ସମର୍ଥନ । ବିଜେଡିର ଦୁଇ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ସମର୍ଥନ ଦିଲ୍ଲୀପଙ୍କ ଆଡକୁ ରହିବା ସଂକେତ ମିଳିଛି । ଏହାରି ଭିତରେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ସହ କଂଗ୍ରେସ ବିଧାୟିକ ସୋଫିଆ ଫିର୍ଦ୍ଦୋଷ ଦତ୍ତ୍ୱେଶ୍ୱରଙ୍କ ଅଙ୍କ ବିଗାଡି ପାରନ୍ତି । ତେବେ ବିଜେଡିରେ ଥିବା ବିଜୁ ପ୍ରେମୀ ବିଧାୟକ ଦିଲ୍ଲୀପଙ୍କ ଆଡକୁ ଢ଼ଳିବା ନେଇ ବିଜେପି ଇସାରା ଦେଇଥିବା ବେଳେ ସବୁ ବିଧାୟକ ଏକଜୁଟ ଥିବା କହିଛନ୍ତି ବିଜେଡି ଓ କଂଗ୍ରେସ ।
ଏହାରି ଭିତରେ ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି ପିସିସି ସଭାପତି ଓ ରାଜ୍ୟସଭା ପ୍ରାର୍ଥୀ ଦତ୍ତେଶ୍ୱର ହୋତା । ତେବେ ଛକାପଞ୍ଝା ରାଜନୀତି ଭିତରେ କିଏ ଚତୁର୍ଥ ଆସନରେ ବାଜି ମାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories