2026 Andhra Pradesh Local Body Election Result / ଆନ୍ଧ୍ର ସ୍ଥାନୀୟ ସଂସ୍ଥା ନିର୍ବାଚନରେ 'କୁଟାମୀ' ମାରିଲା ବାଜି; ଜାଣନ୍ତୁ ସମ୍ପୂର୍ଣ୍ଣ ଫଳାଫଳ
·1 hour ago·2 min read

Key Points
ବିରୋଧି YSR କଂଗ୍ରେସ ପାର୍ଟି (YSRCP), ଶାସକ NDA ମେଣ୍ଟର ନେତୃତ୍ୱ ନେଉଥିବା TDP ପରେ ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଯାହା ୭୬ ZPTC ଏବଂ ୧୭୧୧ MPTC ଆସନ ଜିତିଛି।
ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ସ୍ଥାନୀୟ ସଂସ୍ଥା ନିର୍ବାଚନରେ ବାଜିମାତ କରିଛି ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତୃତ୍ୱାଧିନ "କୁଟାମୀ" (Andhra Pradesh Kutami Alliance) ମେଣ୍ଟ। ରାଜ୍ୟର ୫୮୨ ଜିଲ୍ଲା ପରିଷଦ କ୍ଷେତ୍ରୀୟ ନିର୍ବାଚନମଣ୍ଡଳୀ (ZPTC) ମଧ୍ୟରୁ ୪୯୯ ସିଟ୍ ଜିତିଛି "କୁଟାମୀ"। ସେହିପରି ୭୭୬୮ ମଣ୍ଡଳ (ବ୍ଲକ) ପରିଷଦ କ୍ଷେତ୍ରୀୟ ନିର୍ବାଚନମଣ୍ଡଳୀ (MPTC) ମଧ୍ୟରୁ ୫୮୬୧ ଜିତିଛି। ବିରୋଧି ୱାଏସଆର କଂଗ୍ରେସ ପାର୍ଟି (YSRCP) ୭୬ ZPTC ଏବଂ ୧୭୧୧ MPTC ଆସନ ଜିତି ଟିଡିପି (TDP) ପରେ ଦ୍ୱିତୀୟ ବୃହତ ଦଳ ଭାବରେ ଉଭା ହୋଇଛି। ରାଜ୍ୟ ନିର୍ବାଚନ କମିଶନ ରବିବାର (ନଭେମ୍ବର ୯) ରାତିରେ ଭୋଟ ଗଣତିର ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛନ୍ତି।
ବାଜି ମାରିନେଲେ TDP ଏବଂ ଏହାର ମେଣ୍ଟ ସହଯୋଗୀ
ରାଜ୍ୟର ୨୮ ଜିଲ୍ଲାରେ ୫୮୨ ZPTC ଏବଂ ୭୭୬୭ MPTC ଆସନ ପାଇଁ ଗତ ଗୁରୁବାର (ନଭେମ୍ବର ୫) ହୋଇଥିଲା ଭୋଟିଂ। ଏହା ପୂର୍ବରୁ ୭୭ ZPTC ଏବଂ ୨୦୫୧ MPTC ଆସନରେ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ। ଟିଡିପି (TDP) ଏବଂ ଏହାର ସହଯୋଗୀ ଦଳ ଜନସେନା ପାର୍ଟି (JSP) ଏବଂ ବିଜେପି (BJP) ଅଧିକାଂଶ ଆସନରେ ବିଜୟୀ ହୋଇଥିଲେ। ଟିଡିପି ୪୦୬ ZPTC ଏବଂ ୪୮୦୬ MPTC ଆସନ ଜିତି ସର୍ବବୃହତ ଦଳ ଭାବରେ ଉଭା ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ନେତୃତ୍ୱରେ JSP ୭୩ ZPTC ଏବଂ ୯୩୮ MPTC ଆସନ ପାଇଥିଲା। ବିଜେପି ୨୦ ZPTC ଏବଂ ୧୧୭ MPTC ଆସନ ଜିତିଥିଲା। YSRCP ଏଥର ଭଲ ପ୍ରଦର୍ଶନ କରି ୭୬ ZPTC ଏବଂ ୧୭୧୧ MPTC ଆସନ ଜିତିଥିଲା। କଂଗ୍ରେସ ଖାତା ଜିତି ପାରିନଥିବା ବେଳେ, ସିପିଏମ (CPM) ଗୋଟିଏ ZPTC ଏବଂ ୧୫ MPTC ଆସନ ଜିତିଥିଲା।
୬ ଜଣ ସ୍ୱାଧିନ ପ୍ରାର୍ଥୀ ମାରିଲେ ବାଜି
ZPTC ନିର୍ବାଚନରେ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ, ଯେତେବେଳେ MPTC ନିର୍ବାଚନରେ ୧୬୨ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଶାସକ ଟିଡିପି ନେତୃତ୍ୱାଧିନ "କୁଟାମୀ" ମେଣ୍ଟ ଅଧିକାଂଶ ଜିଲ୍ଲାରେ ଏକ ବଡ଼ ବିଜୟ ହାସଲ କରିଥିଲା। ଶ୍ରୀ ସତ୍ୟ ସାଇ ଜିଲ୍ଲାର ୩୨ ZPTC ଆସନ ମଧ୍ୟରୁ, TDP ୨୧ ଏବଂ YSRCP ୯ ସିଟ୍ ଜିତିଥିଲା। ତିରୁପତି ଜିଲ୍ଲାରେ ଟିଡିପି ୩୧ ଆସନରୁ ୨୧ ସିଟ୍ ଜିତିଥିଲା। YSRCP ୬ ଆସନ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା। YSRCP ମୁଖ୍ୟ Y.S. ଜଗନ ମୋହନ ରେଡ୍ଡିଙ୍କ ଗୃହ ଜିଲ୍ଲା YSR କଡ୍ଡାପାରେ ତାଙ୍କ ଦଳ ୧୬ ZPTC ଆସନ ମଧ୍ୟରୁ କେବଳ ୨ ସିଟ୍ ଜିତିଥିଲା। TDP ୧୨ ଆସନ ଜିତିଥିଲା, ଯେତେବେଳେ ବାକି ୨ ଆସନ JSP ହାତେଇ ନେଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: