Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ୪ ରାଜ୍ୟର ଭାଗ୍ୟ ପରୀକ୍ଷା; ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ଶାସନ କରୁଛି ବିଜେପି ?

Politics

BJP Ruling States / ଆଜି ୪ ରାଜ୍ୟର ଭାଗ୍ୟ ପରୀକ୍ଷା; ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ଶାସନ କରୁଛି ବିଜେପି ?

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଆଜି ୪ ରାଜ୍ୟର ଭାଗ୍ୟ ପରୀକ୍ଷା; ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ଶାସନ କରୁଛି ବିଜେପି ?
BJP Ruling States

Key Points

ଆଜି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନୀ ରେଜଲ୍ଟ
ଆଉ କିଛି ସମୟ ପରେ ଚିତ୍ର ହୋଇଯିବ ସ୍ପଷ୍ଟ
ଏହା ପୂର୍ବରୁ ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ରାଜ୍ କରୁଛି ବିଜେପି ?
ଆଜି ୪ ରାଜ୍ୟ (ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ) ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଆସିବ ଜନାଦେଶ । ବିଧାନସଭା ନିର୍ବାଚନରେ ମୋଟ ୮୨୪ଟି ଆସନର ହେବ ଭାଗ୍ୟ ନିର୍ଦ୍ଧାରଣ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଆସିଲାଣି ପ୍ରାରମ୍ଭିକ ଟ୍ରେଣ୍ଡ । ଦିଦିଙ୍କ ଗଡ଼ ପଶ୍ଚିମବଙ୍ଗରେ ଆଗୁଆ ଅଛି ବିଜେପି । ଏଥର ଦିଦି ବଙ୍ଗରୁ ହଟିପାରନ୍ତି ବୋଲି କହୁଛି ଏକଜିଟ୍ ପୋଲ୍ । ତେବେ ଏକଜିଟ୍ ପୋଲ୍ ହେବ କି ଏକଜାଟ୍ ପୋଲ୍ ? ତାକୁ ନେଇ ସବୁ ମହଲରେ ଚର୍ଚ୍ଚା । ପଶ୍ଚିମବଙ୍ଗ ଜନାଦେଶ ଉପରେ ପୂରା ଦେଶର ନଜର । ବଙ୍ଗରେ ଯାହା ବି ରେଜଲ୍ଟ ତାହା ହେବ ଐତିହାସିକ । ଯଦି ବିଜେପି ଜିତୁଛି ତେବେ ରେକର୍ଡ ବିଜୟ ହାସଲ ହେବ । କାରଣ ଏବେ ସୁଦ୍ଧା ବିଜେପି ଦେଶର ୧୫ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶାସନ ଗାଦିରେ ବସିଛି ।

  • ଏହି ସବୁ ରାଜ୍ୟରେ ଅଛି ବିଜେପି ସରକାର
ଅରୁଣାଚଳ ପ୍ରଦେଶ
ଆସାମ
ବିହାର
ଛତିଶଗଡ଼
ଗୋଆ
ଗୁଜରାଟ
ହରିୟାଣା
ମଧ୍ୟପ୍ରଦେଶ
ମହାରାଷ୍ଟ୍ର
ମଣିପୁର
ନାଗାଲାଣ୍ଡ
ଓଡ଼ିଶା
ରାଜସ୍ଥାନ
ତ୍ରିପୁରା
ଉତ୍ତର ପ୍ରଦେଶ
ଉତ୍ତରାଖଣ୍ଡ
ଆନ୍ଧ୍ର ପ୍ରଦେଶ

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ବିଜେପି ସରକାର ଥିବାବେଳେ ପୁଡୁଚେରୀରେ ମଧ୍ୟ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟ ସରକାର ଅଛି । ଚଳିତ ନିର୍ବାଚନରେ ପୁଡୁଚେରୀର ୩୦ ଆସନରେ ମତଦାନ ହୋଇଥିଲା । BJP+ (NDA) ମେଣ୍ଟ ୧୭-୨୩ ଆସନ ପାଇ ପୁଣି ସରକାର ଗଠନ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଦିନ ୧୦ଟା ଟ୍ରେଣ୍ଡ ସୁଦ୍ଧା ପୁଡୁଚେରୀର ୨୦ ଆସନରେ ବିଜେପି ଆଗୁଆ ଅଛି । କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି ।

ପଢନ୍ତୁ ଏହି ଖବର: ଆରମ୍ଭ ହେଲା ଭୋଟ୍‌ ଗଣତି, ପ୍ରାରମ୍ଭିକ ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପି ଆଗୁଆ

  • ବେଙ୍ଗଲରେ ଆଗୁଆ ବିଜେପି
ଅନେକ ଏକଜିଟ୍ ପୋଲ୍ ଅନୁସାରେ ଏଥର ପଶ୍ଚିମବଙ୍ଗରେ ବିଜେପି ଆସିବ ବୋଲି ଆକଳନ କରାଯାଇଛି । ତେବେ ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ବଙ୍ଗରେ ବିଜେପି ଆଗୁଆ ଅଛି । ପଶ୍ଚିମବଙ୍ଗର ୨୯୪ଟି ଆସନ ମଧ୍ୟରୁ ୨୯୩ଟି ଆସନରେ ମତଦାନ ହୋଇଛି । ଦିନ ୧୦ଟା ସୁଦ୍ଧା ବିଜେପି ବଙ୍ଗରେ ୧୭୧ ଆସନରେ ଆଗୁଆ ଥିବାବେଳେ ତୃଣମୂଳ କଂଗ୍ରେସ (TMC) ୧୧୭ ଓ କଂଗ୍ରେସ ୫ଟି ଆସନରେ ଆଗୁଆ ଅଛି । ଏଠାରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୩ ଏପ୍ରିଲରେ ୧୫୨ ଆସନ ପାଇଁ ମତଦାନ ହୋଇଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଏପ୍ରିଲରେ ୧୪୨ ଆସନ ପାଇଁ ମତଦାନ ହୋଇଥିଲା । ରାଜ୍ୟର ଫାଲଟା ନିର୍ବାଚନମଣ୍ଡଳୀରେ ଉତ୍ତେଜନା ପରେ ନିର୍ବାଚନ କମିଶନ ପୁନଃ ଭୋଟଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଆଜି କେବଳ ୨୯୩ ଆସନ ପାଇଁ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Full List of BJP-Ruled States and Union Territories in India | Argus News