Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଙ୍ଗରେ ଆରମ୍ଭ ହେଲା ଶୁଭେନ୍ଦୁ ରାଜ୍; ଭବ୍ୟ ସମାରୋହରେ ନେଲେ ଶପଥ

Politics

Bengal CM Suvendu / ବଙ୍ଗରେ ଆରମ୍ଭ ହେଲା ଶୁଭେନ୍ଦୁ ରାଜ୍; ଭବ୍ୟ ସମାରୋହରେ ନେଲେ ଶପଥ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·1 min read
ବଙ୍ଗରେ ଆରମ୍ଭ ହେଲା ଶୁଭେନ୍ଦୁ ରାଜ୍; ଭବ୍ୟ ସମାରୋହରେ ନେଲେ ଶପଥ
Bengal CM Oath Ceremony

Key Points

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ମୋଦିଙ୍କ ଉପସ୍ଥିତିରେ ନେଲେ ଶପଥ
ପଶ୍ଚିମବଙ୍ଗ ରାଜନୀତିରେ ଲେଖା ହୋଇଛି ନୂଆ ଇତିହାସ । ହୁଗୁଳିର ଢେଉଠାରୁ ଦାର୍ଜିଂଲିର ପାହାଡ଼ ପର୍ଯ୍ୟନ୍ତ ଶୁଭୁଛି 'ଜୟ ଶ୍ରୀରାମ' ନାରା, ଯାହା କହୁଛି ପଶ୍ଚିମବଙ୍ଗରେ ବଦଳିଛି ରାଜନୈତିକ ପାଗର ମିଜାଜ୍ । ଶେଷରେ ପୂରଣ ହୋଇଛି ବିଜେପିର 'ପିତାମହ' ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଦୀର୍ଘ ଦିନର ସ୍ଵପ୍ନ । ପଶ୍ଚିମବଙ୍ଗରେ ପ୍ରଥମ ଥର କ୍ଷମତାକୁ ଆସିଛି ବିଜେପି । ଭବ୍ୟ ସମାରୋହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ।


ଶୁଭେନ୍ଦୁ ଅଧିକାରୀଙ୍କ ପରେ ଦିଲ୍ଲୀପ ଘୋଷ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ସେହିପରି ଅଗ୍ନିମିତ୍ର ପଲ୍ ମଧ୍ୟ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି । ଫ୍ୟାସନ ଡିଜାଇନରରୁ ନେତା ସାଜିଥିବା ଅଗ୍ନିମିତ୍ର ଆସନସୋଲ ଦକ୍ଷିଣରୁ ନବନିର୍ବାଚିତ ବିଧାୟକ । ସେ ବେଙ୍ଗଲରେ ଜଣେ ପରିଚିତ ଚେହେରା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Suvendu Adhikari Takes Oath at Brigade Parade Ground in Presence of PM Modi | Argus News