Bengal BJP govt job for political violence victims / ରାଜନୈତିକ ହିଂସାରେ ମୃତକଙ୍କ ପରିବାରକୁ ମିଳିବ ସରକାରୀ ଚାକିରି; କିପରି କରିବେ ଆବେଦନ?
·31 mins ago·3 min read

Key Points
ପଶ୍ଚିମବଙ୍ଗର ବିଜେପି ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନାର ଲକ୍ଷ୍ୟ ହେଉଛି ରାଜନୈତିକ ହିଂସାରେ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା। ଏହି ଯୋଜନାରେ ୧ ଜାନୁଆରୀ ୨୦୦୧ କିମ୍ବା ଏହା ପରେ ଘଟିଥିବା ରାଜନୈତିକ ହିଂସାର ଘଟଣା ଅନ୍ତର୍ଭୁକ୍ତ।
ପଶ୍ଚିମବଙ୍ଗରେ କ୍ଷମତାସୀନ ବିଜେପି ସରକାର ରାଜନୈତିକ ହିଂସାରେ ପ୍ରାଣ ମୃତକଙ୍କ ପରିବାରକୁ ସରକାରୀ ଚାକିରି ଯୋଗାଇଦେବେ ସରକାରୀ ଚାକିରି। ଏକ ବିଜ୍ଞପ୍ତି ଅନୁଯାୟୀ ୨୦୦୧ ମସିହା ଜାନୁଆରୀ ପହିଲା ପରେ ରାଜ୍ୟରେ ରାଜନୈତିକ ହିଂସାରେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚତୁର୍ଥ ଶ୍ରେଣୀ (Group-D) ଚାକିରି ପ୍ରଦାନ କରିବା ପାଇଁ ଏକ ଯୋଜନା ଘୋଷଣା କରାଯାଇଛି। ଏହି ନିଯୁକ୍ତିକୁ ଏକକାଳୀନ ବ୍ୟତିକ୍ରମ ଭାବରେ କରାଯିବ। ଯାହା ପୂର୍ବରୁ ଥିବା ନିଯୁକ୍ତି ପ୍ରକ୍ରିୟାରୁ ପୃଥକ ହେବ। ଆବଶ୍ୟକ ହେଲେ ନୂତନ ପଦବୀ ସୃଷ୍ଟି କରାଯାଇ ପାରିବ।
ଏହି ଯୋଜନାକୁ ଗତ ଅକ୍ଟୋବର ୩୦ ତାରିଖରେ ଅଧିସୂଚିତ କରାଯାଇଥିଲା। ରାଜନୈତିକ ହିଂସାରେ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହାର ଲକ୍ଷ୍ୟ। ଏନେଇ ଜାରି ହୋଇଥିବା ଆଦେଶରେ କୁହାଯାଇଛି, "ରାଜ୍ୟ ସରକାର ରାଜନୈତିକ ହିଂସାରେ ପରିବାରର ସଦସ୍ୟଙ୍କୁ ହରାଇଥିବା ପରିବାର ସାମ୍ନା କରୁଥିବା କଷ୍ଟ ବିଷୟରେ ଗଭୀର ଚିନ୍ତିତ ଅଛନ୍ତି।"
କଣ କ'ଣ ରହିଛି ସର୍ତ୍ତ?
ଯେଉଁ ପରିବାରର ମାସିକ ଆୟ ୫୦ ହଜାର ଟଙ୍କାରୁ ଅଧିକ ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ। ଏହା ସହିତ, ଯଦି ପରିବାରର କୌଣସି ସଦସ୍ୟ ପୂର୍ବରୁ ସରକାରୀ ଚାକିରିରେ ଅଛନ୍ତି କିମ୍ବା ଆୟକର ଦେଉଛନ୍ତି, ତାହେଲେ ତାଙ୍କ ଆବେଦନ ଖାରଜ କରାଯିବ। ଏହି ଯୋଜନା ଅନୁଯାୟୀ, ପୀଡିତଙ୍କ ପରିବାରର କେବଳ ଜଣେ ନିର୍ଭରଶୀଳ ସଦସ୍ୟଙ୍କୁ ନିଯୁକ୍ତି ପାଇଁ ବିଚାର କରାଯିବ। ମୃତକଙ୍କ ପତି/ପତ୍ନୀ, ପୁଅ, ଝିଅ କିମ୍ବା ତୃତୀୟ ଲିଙ୍ଗୀ ସନ୍ତାନ ଯୋଗ୍ୟ ବିବେଚିତ ହେବେ।
ଯଦି ମୃତକ ଅବିବାହିତ ଥିଲେ, ତାହେଲେ ତାଙ୍କ ଭାଇ କିମ୍ବା ଭଉଣୀ ମଧ୍ୟ ଆବେଦନ କରିପାରିବେ। ଯଦି ସେମାନଙ୍କ ପିତାମାତା ଏବଂ ସମସ୍ତ ଭାଇଭଉଣୀ ମୃତକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥାନ୍ତି। ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀଙ୍କୁ ମୃତକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡିବ। ଏହା ବ୍ୟତୀତ ଆବେଦନ କରିବା ସମୟରେ ଏବଂ ମାମଲା ବିଚାର କରିବା ସମୟରେ ଆବେଦନକାରୀଙ୍କୁ ତୁରନ୍ତ ଆର୍ଥିକ ସହାୟତାର ଆବଶ୍ୟକତା ରହିଥିବା ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଯୋଜନା ୨୦୦୧ ଜାନୁଆରୀ ପହିଲା କିମ୍ବା ଏହା ପରେ ଘଟିଥିବା ରାଜନୈତିକ ହିଂସାର ଘଟଣାକୁ ବିଚାରକୁ ନେବ। ସେତେବେଳେ ରାଜ୍ୟରେ ସିପିଆଇ(ଏମ୍) ନେତୃତ୍ୱାଧିନ ବାମ ମୋର୍ଚ୍ଚା କ୍ଷମତାରେ ରହିଥିଲା। ରାଜନୈତିକ ହିଂସା ଯୋଗୁଁ ମୃତ୍ୟୁ ହୋଇଥିଲା ବୋଲି ଦାବି ଜିଲ୍ଲା ସ୍ତରୀୟ ସ୍କ୍ରିନିଂ କମିଟି ଦ୍ୱାରା ଯାଞ୍ଚ କରାଯିବ। ଏହି ଯାଞ୍ଚ ଏଫଆଇଆର, ଚାର୍ଜସିଟ୍ ଏବଂ କୋର୍ଟ ଦ୍ୱାରା ଗଠିତ ଅଭିଯୋଗ ଉପରେ ଆଧାରିତ ହେବ।
ଯୋଗ୍ୟ ବିବେଚିତ ହେବା ପାଇଁ, ଆବେଦନକାରୀ ଭାରତୀୟ ନାଗରିକ ଏବଂ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ଆବଶ୍ୟକ। ସେମାନଙ୍କର ଚତୁର୍ଥ ଶ୍ରେଣୀ ପଦବୀ ପାଇଁ ଆବଶ୍ୟକୀୟ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅର୍ଥାତ୍ ଅଷ୍ଟମ ଶ୍ରେଣୀ ପାସ୍ କିମ୍ବା ସମକକ୍ଷ ଦକ୍ଷତା ରହିଥିବା ଆବଶ୍ୟକ। ଆବେଦନକାରୀଙ୍କ ବୟସ ୨୦୧୬ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହୋଇଥିବା ଆବଶ୍ୟକ। ଆବେଦନ ତାରିଖରେ ଚତୁର୍ଥ ଶ୍ରେଣୀ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ଅତିକ୍ରମ ନ କରିବା ଆବଶ୍ୟକ। ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ସ୍କ୍ରିନିଂ କମିଟି ପ୍ରଭାବିତ ପରିବାରର ପରିସ୍ଥିତିକୁ ବିଚାର କରି ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମାରେ ଛାଡ଼ ସୁପାରିଶ କରିପାରିବେ।
ଯଦି ପରିବାରର କୌଣସି ସଦସ୍ୟ ସମାନ ଘଟଣା ସହିତ ଜଡିତ ଅନୁକମ୍ପାମୂଳକ ନିଯୁକ୍ତି କିମ୍ବା ସରକାରୀ ଚାକିରି ପାଇ ସାରିଛନ୍ତି, ତାହେଲେ କୌଣସି ଅତିରିକ୍ତ ସୁବିଧା ପ୍ରଦାନ କରାଯିବ ନାହିଁ। ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ନେତୃତ୍ୱରେ ଏକ ଜିଲ୍ଲାସ୍ତରୀୟ ସ୍କ୍ରିନିଂ କମିଟି ଆବେଦନର ଯାଞ୍ଚ କରିବ। ଏହାର ସଦସ୍ୟକ ମଧ୍ୟରେ ପୋଲିସ ଅଧିକ୍ଷକ (କିମ୍ବା କୋଲକାତା ଡେପୁଟି ପୋଲିସ କମିଶନର), ଗୃହ ଓ ପାର୍ବତୀୟ ବ୍ୟାପାର ବିଭାଗ ଦ୍ୱାରା ମନୋନୀତ ପ୍ରସିକ୍ୟୁସନ୍ ବିଭାଗର ଜଣେ ଅଧିକାରୀ ଅନ୍ତର୍ଭୁକ୍ତ ହେବେ।
କିପରି କରିବେ ଆବେଦନ?
ଜାରି ହୋଇଥିବା ଆଦେଶରେ କୁହାଯାଇଛି, ଯୋଗ୍ୟ ଆବେଦନକାରୀ ଘଟଣା ଘଟିଥିବା ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ନିର୍ଦ୍ଧାରିତ ଫର୍ମାଟ୍ ରେ ସେମାନଙ୍କର ଆବେଦନ ଦାଖଲ କରିବେ। ସେମାନଙ୍କୁ ମୃତ୍ୟୁ ପ୍ରମାଣପତ୍ର, ମୃତକଙ୍କ ସହିତ ସମ୍ପର୍କର ପ୍ରମାଣ, ଏଫଆଇଆର, ଚାର୍ଜସିଟ୍, କୋର୍ଟ ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ସଂଲଗ୍ନ କରିବାକୁ ପଡିବ।"
ଜିଲ୍ଲା କମିଟି ଆବେଦନ ପାଇବାର ୯୦ ଦିନ ମଧ୍ୟରେ ନିଷ୍ପତ୍ତି ନେଇ ଗୃହ ଓ ପାର୍ବତୀୟ ବ୍ୟାପାର ବିଭାଗକୁ ଏହାର ସୁପାରିଶ ପଠାଇବେ। ଯଦି ଜଣେ ଆବେଦନକାରୀ ଜିଲ୍ଲା କମିଟି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତାହେଲେ ସେମାନେ ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ। ଏହି ଆବେଦନକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କିମ୍ବା ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ରାଜ୍ୟସ୍ତରୀୟ କମିଟି ବିଚାର କରିବ। ତଥାପି, ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ କେବଳ ଆବେଦନ କରିବାକୁ ଯୋଗ୍ୟ ହେବା ଦ୍ୱାରା ଚାକିରିର ଅଧିକାର ମିଳିପାରିବ ନାହିଁ। ସ୍କ୍ରିନିଂ କମିଟି ସୁପାରିଶ, ଖାଲି ପଦବୀର ଉପଲବ୍ଧତା, ପୋଲିସ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ପରେ ଯାଇ ଚାକିରି ପ୍ରଦାନ କରାଯିବ। ଏହି ଯୋଜନା ସରକାରୀ ବିଜ୍ଞପ୍ତି ପ୍ରକାଶିତ ହେବା ତାରିଖରୁ କାର୍ଯ୍ୟକାରୀ ହେବ।