West Bengal Tight Fight / ପ୍ରାର୍ଥୀ ହେଲା ଘୋଷଣା; ପୁଣି ମୁହାଁମୁହିଁ ହେବେ ଶୁଭେନ୍ଦୁ-ମମତା
·4 months ago·2 min read

Key Points
ଏଥର ବିଜେପି ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କର ପାରମ୍ପରିକ ସିଟ୍ ନନ୍ଦିଗ୍ରାମ ସମେତ ଭବାନୀପୁର ଆସନରୁ ପ୍ରାର୍ଥୀ କରିଛି। ଗତ ୨୦୨୧ ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାସ୍ତ ହୋଇଥିଲେ।
Suvendu Adhikari vs Mamata Banerjee: ୦୨୬ ପଶ୍ଟିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି କାର୍ଯ୍ୟସୂଚୀ। ଏହି ନିର୍ବାଚନ ପାଇଁ ସୋମବାର ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥର ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିରୋଧି ଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଙ୍କ ମଧ୍ୟରେ ଦେଖିବାକୁ ମିଳିବ ମୁକାବିଲା।
ଏଥର ବିଜେପି ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କର ପାରମ୍ପରିକ ସିଟ୍ ନନ୍ଦିଗ୍ରାମ ସମେତ ଭବାନୀପୁର ଆସନରୁ ପ୍ରାର୍ଥୀ କରିଛି। ଗତ ୨୦୨୧ ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାସ୍ତ ହୋଇଥିଲେ। ସେତେବେଳେ ନନ୍ଦିଗ୍ରାମ ଆସନରେ ଦଳର ବିଜୟ ବାନା ଉଡ଼ାଇବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗ୍ରହଣ କରିଥିଲେ। ସେତେବେଳେ ଦଳୀୟ ନେତୃବୃନ୍ଦ ନନ୍ଦିଗ୍ରାମ ଆସନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦଳର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରିଥିଲେ। ଯାହା ପରେ ଏଠାରୁ ଶୁଭେନ୍ଦୁ ଅଧିକାରୀ ୧୯୫୬ ଖଣ୍ଡ ଭୋଟ ବ୍ୟବଧାନରେ ମମତା ବାନାର୍ଜୀଙ୍କ ପରାସ୍ତ କରିଥିଲେ।
ଏଥର ପୁଣି ଥରେ ପଶ୍ଚିମବଙ୍ଗରେ ପୁଣି ଥରେ ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ। ଗତ ୨୦୨୧ ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ପରାଜିତ ହେବା ପରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ଉପନିର୍ବାଚନ ଲଢି ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନନ୍ଦିଗ୍ରାମ ପରେ ଭବାନୀପୁରରେ ମୁହାଁମୁହିଁ ହେବେ। ମମତା ବାନାର୍ଜୀ ୨୦୧୧, ୨୦୧୬, ୨୦୨୧ ନିର୍ବାଚନରେ ଭବାନୀପୁର ଆସନରୁ ନିର୍ବାଚିତ ହୋଇଥିଲେ।
ଏଥର ମମତା ବାନାର୍ଜୀ କେଉଁଠାରୁ ଲଢ଼ିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହେଲେ ଅନୁମାନ କରାଯାଉଛି ଯେ ସେ ପୁନର୍ବାର ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ଲଢିପାରନ୍ତି। ଅନ୍ୟପକ୍ଷରେ ନନ୍ଦିଗ୍ରାମ ହେଉଛି ସେହି ସହର ଯେଉଁଠି ଆନ୍ଦୋଳନ କରି ମମତା ବାନାର୍ଜୀ ୨୦୧୧ ନିର୍ବାଚନରେ ବାଜିମାତ କରିବା ୩୪ ବର୍ଷର ବାମଦଳର ସରକାରକୁ ହଟାଇ କ୍ଷମତାକୁ ଫେରିଥିଲେ। ସେତେବେଳେ ହୋଇଥିବା ଆନ୍ଦୋଳନ ସମୟରେ ଶୁଭେନ୍ଦୁ ଅଧିକାରୀ ତାଙ୍କ ସହ ରହିଥିଲେ। ଯିଏ ପରେ ରାଜ୍ୟ ବିଧାନସଭାକୁ ସମାନ ଆସନରୁ (ନନ୍ଦିଗ୍ରାମ) ପ୍ରତିନିଧିତ୍ୱ କରୁଥିଲେ।
୨୦୨୧ ଲଢେଇରେ ଶୁଭେନ୍ଦୁ ଅଧି୍କାରୀ ବାଜିମାତ କରିବା ପରେ ନନ୍ଦିଗ୍ରାମରେ ହୋଇଥିବା ସମବାୟ ବ୍ୟାଙ୍କ ନିର୍ବାଚନରେ ବିଜେପି ପୁନର୍ବାର ବାଜିମାତ କରିଥିଲା। ଏଥର ନନ୍ଦିଗ୍ରାମ ସହ ଭବାନୀପୁର ପାଇଁ ପ୍ରାର୍ଥୀ ହେବା ପୂର୍ବରୁ ଅଧିକାରୀ କହିଥିଲେ ଯେ, ସେ ବର୍ତ୍ତମାନର ମୁଖ୍ୟମମନ୍ତ୍ରୀ ନାମ ଆଗରୁ ପୂର୍ବତନ ଲଗାଇବାକୁ ଚାହୁଁଛନ୍ତି। ପୂର୍ବରୁ ମୁଁ ତାଙ୍କୁ ନନ୍ଦିଗ୍ରାମରୁ ପରାସ୍ତ କରିଥିଲି।ଏଥର ତାଙ୍କୁ ଭବାନୀପୁରରୁ ୫୦ ହଜାରରୁ ଅଧିକ ଭୋଟ୍ ରେ ପରାସ୍ତ କରିବି।
ନିକଟରେ ପଶ୍ଚିମବଙ୍ଗରେ ଜାରି ହୋଇଥିବା ହୋଇଥିବ ଭୋଟର ତାଲିକାରେ (SIR in West Bengal) ଭବାନୀପୁର ଆସନରେ ଚମକାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଆସନରେ ରେକର୍ଡ ସଂଖ୍ୟକ ମତଦାତାଙ୍କ ନାଁ ଭୋଟର ତାଲିକାରୁ କଟାଯାଇଥିଲା। ନନ୍ଦିଗ୍ରାମ ସିଟ୍ ତୁଳନାରେ ଏହି ଆସନରେ ପ୍ରାୟ ୪ ଗୁଣ ଅଧିକ ମତଦାତାଙ୍କ ନାଁ ହଟାଯାଇଥିଲା।
ଗତ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଭବାନୀପୁର ଆସନରେ ତାଲିକାଭୂକ୍ତ ହୋଇଥିବା ୨,୦୬,୨୯୫ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୪,୭୮୭ ଜଣଙ୍କ ନାଁ ଭୋଟର ତାଲିକାରୁ ହଟାଯାଇଥିଲା। ଅନ୍ୟପକ୍ଷରେ ନନ୍ଦିଗ୍ରାମରେ ୨,୭୮,୨୧୨ ଭୋଟରଙ୍କ ମଧ୍ୟରୁ କେବଳ ୧୦,୫୯୯ ଭୋଟରଙ୍କ ନାଁ ତାଲିକାରୁ କଟାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories