Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Manmohan Samal Statement / ପଦ୍ମ ଧରିପାରନ୍ତି ବିଜେଡି ଛାଡ଼ିଥିବା ୩ ବ୍ଲକ ଅଧ୍ୟକ୍ଷ, ଇସାରା ଦେଲେ ମନମୋହନ ସାମଲ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ପଦ୍ମ ଧରିପାରନ୍ତି ବିଜେଡି ଛାଡ଼ିଥିବା ୩ ବ୍ଲକ ଅଧ୍ୟକ୍ଷ, ଇସାରା ଦେଲେ ମନମୋହନ ସାମଲ
Manmohan Samal

Key Points

ପଦ୍ମ ଧରିପାରନ୍ତି ବିଜେଡି ଛାଡିଥିବା ଭଦ୍ରକର ୩ ବ୍ଲକ ଅଧ୍ୟକ୍ଷ
ଇସାରା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ
କିଛି ଦିନ ତଳେ ମନମୋହନଙ୍କୁ ସାକ୍ଷାତ କରିଥିଲେ ୩ ବ୍ଲକ୍ ଅଧ୍ୟକ୍ଷ
ବିଜେପିରେ ସାମିଲ ହେବେ ୩ ବ୍ଲକ୍‌ ଅଧ୍ୟକ୍ଷ ! ପଦ୍ମ ଧରିପାରନ୍ତି ବିଜେଡି ଛାଡ଼ିଥିବା ଭଦ୍ରକର ୩ ଜଣ ବ୍ଲକ୍ ଅଧ୍ୟକ୍ଷ । ଏନେଇ ଇସାରା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, କିଛି ଦିନ ତଳେ ତାଙ୍କୁ ଭଦ୍ରକର ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଆସି ସାକ୍ଷାତ କରିଥିଲେ । ସେମାନେ ବିଜେଡି ଛାଡ଼ିବେ ବୋଲି କହିଥିଲେ ।

ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ନଦୀ ଆସି ସମୁଦ୍ରରେ ମିଶେ । ଲୋକଙ୍କୁ ଯୋଡ଼ି ଯୋଡ଼ି ବିଜେପି ଆଜି ଏହି ସ୍ଥାନରେ ପହଞ୍ଚିଛି । ଆମେ କାହା ଦଳ ଭାଙ୍ଗୁନୁ । ଆମ ସହ ଯୋଡ଼ି ହେବାକୁ ଚାହିଁଲେ ଦଳକୁ ଆସିପାରିବେ । ଯେଉଁମାନେ ଦଳ ପାଇଁ ଆସେଟ ହେବେ ତାଙ୍କୁ ଦଳରେ ସାମିଲ କରୁଛୁ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାରେ ଭୁଶୁଡ଼ିଲା ବିଜେଡି । ଶଙ୍ଖ ଦଳକୁ ଲାଗିଲା ଜବରଦସ୍ତ ଝଟକା । ଗୋଟିଏ ଦିନରେ ବିଜେଡିକୁ ବାଏ ବାଏ କଲେ ତିନି ବ୍ଲକ୍ ଅଧ୍ୟକ୍ଷ । ଶନିବାର ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ରୋଚକ କଥା ହେଲା ସମସ୍ତେ ବ୍ୟକ୍ତିଗତ କାରଣ ଦର୍ଶାଇ ଗୋଟିଏ ଦିନରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ପ୍ରଥମେ ବନ୍ତ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଥିବା ବେଳେ ପରେ ପରେ ଉର୍ମିଳା ନାୟକ ଓ ସୁମତୀ ସେଠୀ ଦଳ ଛାଡ଼ିଥିଲେ। ଗୋଟିଏ ଦିନରେ ତିନି ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବାପରେ ଭଦ୍ରକ ରାଜନୀତି ସରଗରମ ହୋଇଛି । ଖୁବଶୀଘ୍ର ତିନି ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Three Bhadrak Block Chiefs Likely to Join BJP, Hints State President Manmohan Samal | Argus News