Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Rajya Sabha Election / ନବୀନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ଭକ୍ତ ଦାସ, କଂଗ୍ରେସ-ବିଜେଡି ଭିତରେ ଦୂରତା କମାଇଲେ ଦତ୍ତ୍ୱେଶ୍ୱର

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ନବୀନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ଭକ୍ତ ଦାସ, କଂଗ୍ରେସ-ବିଜେଡି ଭିତରେ ଦୂରତା କମାଇଲେ ଦତ୍ତ୍ୱେଶ୍ୱର
Rajya Sabha Election

Key Points

ନବୀନଙ୍କ ରାଜ୍ୟସଭା ପ୍ରାର୍ଥୀଙ୍କୁ ଭକ୍ତ ଦାସଙ୍କ ସମର୍ଥନ
କଂଗ୍ରେସ-ବିଜେଡି ଭିତରେ ଦୂରତା କମାଇଲେ ଦତ୍ତ୍ୱେଶ୍ୱର ହୋତା
ସେପଟେ ସଂତୃପ୍ତ ମିଶ୍ରଙ୍କ ପାର୍ଥିତ୍ବ ନେଇ ବିଜେଡିରେ ବିଦ୍ରୋହ
ବିଜୁ ଜନତା ଦଳ ଓ କଂଗ୍ରେସ । ନବୀନଙ୍କ ୨୪ ବର୍ଷର ଶାସନ ବେଳେ ବିରୋଧୀ ଦଳରେ ରହିଆସିଥିବା କଂଗ୍ରେସ ଏବେ ବିଜେଡି ସହ ହାତ ମିଶାଇଛି । ଦୁଇ ଦଳ ଏବେ ଭାଇ ଭାଇ । ବିଜେଡି ଘୋଷଣା କରିଥିବା ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କରିଛି କଂଗ୍ରେସ । ୟା ଭିତରେ ବିଜେଡିର ପ୍ରାର୍ଥୀଙ୍କୁ ନେଇ ଦଳ ଭିତରେ ତେଜିଛି ବିଦ୍ରୋହ । ନବୀନଙ୍କୁ ଖୁଲମଖୁଲ୍ଲା ବିରୋଧ କରିଛନ୍ତି ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ । ଏତିକି ନୁହେଁ ବିଜେଡିର ୪ ହଜାର କୋଟି ଟଙ୍କା ଦଳୀୟ ପାଣ୍ଠି ହଡ଼ପ ହୋଇଥିବା ନେଇ ବି ଅଭିଯୋଗ ଆଣିଛନ୍ତି ।

ରାଜ୍ୟସଭା କାର୍ଡ ଖୋଲିଲା ବିଜେଡି । ପୁଣି ସରପ୍ରାଇଜ କଲେ ନବୀନ । ତୃତୀୟ ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହେଲେ ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । କମନ୍‌ କ୍ୟାଣ୍ଡିଡେଟ୍ ଭାବେ ବରିଷ୍ଠ ଡାକ୍ତର ଦତ୍ତ୍ୱେଶ୍ୱର ହୋତାଙ୍କ ନାମ ଘୋଷଣା କରି ବି ଆଉ ଏକ ସରପ୍ରାଇଜ କାର୍ଡ ଖୋଲିଛନ୍ତି ବିଜେଡି ସୁପ୍ରିମୋ । ଦତ୍ତ୍ୱେଶ୍ୱରଙ୍କ ପାଇଁ ସବୁଦଳର ସମର୍ଥନ ବି ମାଗିଛନ୍ତି ।

ସେପଟେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନେଇ ନବୀନ ନିବାସ ଭିତରେ ହୋଇଛି ହାଇଡ୍ରାମା । ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ନବୀନଙ୍କ ସହ ମୁଁହାମୁଁହି ହେଲେ ବିଜେଡି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ରାଜ୍ୟସଭା ପ୍ରାର୍ଥୀ ଲାଗି ସୁଜାତାଙ୍କ ସପକ୍ଷରେ ବାଢିଲେ ଯୁକ୍ତି । ଯୁକ୍ତି ତର୍କ ଭିତରେ ପ୍ରଭାତଙ୍କ ଉପରେ ନିଆଁବାଣ ହେଲେ ନବୀନ । ଖାଲି ସେତିକି ନୁହେଁ ପୁଅ ତଥା ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପସ୍ଥିତରେ ପ୍ରଭାତଙ୍କୁ କିଛି ନେତା ଦୁର୍ବ୍ୟବହାର କଲେ । ଯାହାକୁ ନେଇ ନବୀନ ଓ କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ । ଚିଠି ଲେଖି ବିଜେଡିରୁ ଓହରି ଯିବାକୁ ଚେତାବନୀ ଦେଇଛନ୍ତି । ପାଲଟା ଜବାବ ରଖିଛନ୍ତି ସଂତୃପ୍ତ ।

ଅନ୍ୟପଟେ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ବିଜେଡି-କଂଗ୍ରେସ ଭିତରେ ହୋଇଥିବା ଡିଲର ଗୁମର ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । କହିଛନ୍ତି ସୋମବାର ନବୀନଙ୍କୁ ଗୁପ୍ତରେ ଭେଟି ଚତୁର୍ଥ ଆସନ ପାଇଁ ଆଲୋଚନା କରିଥିଲେ । ଦତ୍ତ୍ୱେଶ୍ୱରଙ୍କୁ ନବୀନ ପ୍ରାର୍ଥୀ କରିବା ପରେ ଧନ୍ୟବାଦ ଦେବା ସହ ସମର୍ଥନ ଜଣାଇଛନ୍ତି ଭକ୍ତ ।

ବିଜେଡି ଦୁଇ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡିକୁ ସମର୍ଥନ ଜଣାଇଛି କଂଗ୍ରେସ । ବିଜେପି ବି ତିନି ଜଣ ପ୍ରାର୍ଥୀ ପାଇଁ ଆପଣାଇଛି ବଡ଼ ଷ୍ଟ୍ରାଟେଜି । ଦୀର୍ଘ ୧୩ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନରେ ହେବାକୁ ଯାଉଛି ଭୋଟିଂ । ଏବେ ସମସ୍ତଙ୍କ ନଜର କାହା ପଲ୍ଲା ରହିବ ଭାରି ? କିଏ ମାରିବା ବାଜି ? ସମ୍ଭାବ୍ୟ କ୍ରସ୍‌ ଭୋଟିଂକୁ ମ୍ୟାନେଜ କରିପାରିବେ ତ ଭକ୍ତ ଓ ନବୀନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhakta Das Backs Naveen’s Rajya Sabha Candidate as BJD-Congress Ties Strengthen | Argus News