Bharat Summit Controversy 2026 / ଭାରତ ସମ୍ମିଳନୀରେ ଇଟାଲୀ ନେତାଙ୍କ ବିବାଦୀୟ ସ୍ଲୋଗାନ! ରାହୁଲଙ୍କୁ ଘେରିଲା ବିଜେପି

Key Points
ହାଇଦ୍ରାବାଦରେ ଆୟୋଜିତ କଂଗ୍ରେସର ଭାରତ ସମ୍ମିଳନୀରେ ଇଟାଲୀ ନେତା ଗିଆକୋମୋ ଫିଲିବେକ୍ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ସମର୍ଥନ ଜଣାଇବା ପରେ ବିବାଦ ତେଜିଛି। ତାଙ୍କ ବୟାନକୁ ନେଇ ବିଜେପି ବିଦେଶୀ ହସ୍ତକ୍ଷେପର ଅଭିଯୋଗ ଆଣିବା ସହ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି।
ପାର୍ଟି ଅଫ୍ ୟୁରୋପୀୟ ସୋସିଆଲିଷ୍ଟ (PES) ସାଧାରଣ ସମ୍ପାଦକ ଫିଲିବେକ୍ ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପ୍ରତି ସମର୍ଥନ ଜଣାଇଲେ। ଏନେଇ ସେ କହିଥିଲେ ଯେ ଭାରତରେ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସହ ଛିଡ଼ା ହେବା ଆବଶ୍ୟକ। ଯାହା ପ୍ରକୃତ ଗଣତନ୍ତ୍ର ପାଇଁ ଅତ୍ୟାବଶ୍ୟକ। ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଦଳ ଏବଂ ବିଶ୍ୱର ଅନେକ ଅନ୍ୟ ଦଳ ଏକ ପ୍ରଗତିଶୀଳ ମେଣ୍ଟର ଅଂଶ ଭାବରେ ଏକାଠି କାମ କରୁଛନ୍ତି। ସେମାନେ ଏକ ରାଜନୈତିକ ଆନ୍ଦୋଳନ ପାଇଁ କାମ କରୁଛନ୍ତି। ଯାହା ସାମାଜିକ ନ୍ୟାୟ, ଜଳବାୟୁ ପରିବର୍ତ୍ତନ, ମାନବାଧିକାର, ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରେ।
ଭାରତର ଆଭ୍ୟନ୍ତୀରଣ ପ୍ରସଙ୍ଗରେ ଜଣେ ବିଦେଶୀ ନେତା ଏପରି ବୟାନ ଦେବାକୁ ନେଇ କଂଗ୍ରେସ ବିରୋଧରେ ବର୍ଷିଛି ବିଜେପି। ଏହି ପ୍ରସଙ୍ଗରେ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ସେ ଭାରତର ଆଭ୍ୟନ୍ତରୀଣ ରାଜନୈତିକ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପ କରିବାକୁ ଅନୁମତି ଦେଉଛନ୍ତି। ଏକ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ପ୍ରଦୀପ ଭଣ୍ଡାରୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶୀ ଶକ୍ତି ଏବଂ ଭାରତରେ ଅସ୍ଥିରତା ଚାହୁଁଥିବା ଜର୍ଜ ସୋରୋସ୍ ଙ୍କ ହାତ ସଖି କଣ୍ଢେଇ ଭଳି ନାଚୁଛନ୍ତି। ବିଜେପି ମୁଖପାତ୍ର ଦାବି କରିଛନ୍ତି ଯେ କଂଗ୍ରେସ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ବିଦେଶୀ ପ୍ରତିନିଧିଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଦେଶୀ ସମର୍ଥନ ସଂଗ୍ରହ କରିବାର ପ୍ରୟାସକୁ ପ୍ରତିଫଳିତ କରେ।
ଏହା ସହ ପଡନ୍ତୁ: 'କଂଗ୍ରେସ ନେତୃତ୍ୱଧିନ ବିରୋଧି ଭାରତ ମେଣ୍ଟ ଦେଶକୁ ଅରାଜକତା ଆଡ଼କୁ ଠେଲି ଦେଉଛନ୍ତି'
This is an Anti-Bharat Summit & here is the proof.! Congress once tried to make an Italian national the Prime Minister of India. Now, at its Anti-Bharat Summit, an Italian political leader is commenting on India’s internal affairs! Congress govt under Revanth Reddy gave foreign political representatives the stage to interfere in our domestic politics & Rahul Gandhi is shamelessly laughing. This is his hatred towards our country India’s democracy belongs to 140 crore Indians. Congress has no mandate to turn a summit on Indian soil into a platform for foreign political interference.
— Bandi Sanjay Kumar (@bandisanjay_bjp) November 14, 2026
ଭାରତରେ ଅସ୍ଥିରତା ଚାହୁଁଥିବା ବିଦେଶୀ ଶକ୍ତି ହାତରେ ସଖି କଣ୍ଢେଇ ପାଲଟିଛନ୍ତି ରାହୁଲ ଗାନ୍ଧୀ
ବିଦେଶୀ ପ୍ରତିନିଧି ଏବଂ ଜର୍ଜ ସୋରୋସ୍ ଙ୍କ ପ୍ରତିନିଧିମଣ୍ଡଳର ସଦସ୍ୟଙ୍କ ଉପସ୍ଥିତିରେ ମୋଦି ସରକାରଙ୍କୁ ହଟାଇବା ପାଇଁ ତାଙ୍କ ଆହ୍ୱାନ ପ୍ରମାଣିତ କରୁଛି ଯେ ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବିରୋଧି। ସେ ଭାରତୀୟ ଗଣତନ୍ତ୍ରରେ ବିଦେଶୀ ହସ୍ତକ୍ଷେପ ଚାହୁଁଛନ୍ତି। ରାହୁଲ ଗାନ୍ଧୀ ବିଦେଶୀ ଶକ୍ତି ସହାୟତାରେ ଭାରତରେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀ ଆଉ ବିରୋଧି ଦଳ ନେତା ନୁହଁନ୍ତି, ବରଂ ସେ ଭାରତରେ ଅସ୍ଥିରତା ଚାହୁଁଥିବା ବିଦେଶୀ ଶକ୍ତି ପାଇଁ ହାତବାରିସି ସାଜିଛନ୍ତି। କଂଗ୍ରେସ ଦଳ ଭାରତ ବିରୋଧି।
ତେଲେଙ୍ଗାନା ବିଜେପି ସଭାପତି ରାହୁଲ ଗାନ୍ଧୀଙ୍କୁ ମନେ ପକାଇଦେଲେ ଜରୁରୀକାଳୀନ ପରିସ୍ଥିତି
ତେଲେଙ୍ଗାନା ବିଜେପି ସଭାପତି ଏନ. ରାମଚନ୍ଦ୍ର ରାଓ କହିଛନ୍ତି, " ଏହି ସମ୍ମିଲନୀରେ ଇଟାଲୀ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ବିଜେପି ଏବଂ ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏକ ରାଜନୈତିକ ଦଳର ଜଣେ ଇଟାଲୀୟ ନେତା ଆସି "ଭୋଟ୍ ଚୋର" ବୋଲି କହିବା ଏକ ଗଣତାନ୍ତ୍ରିକ ଦେଶ ପାଇଁ ଅପମାନ। ରାହୁଲ ଗାନ୍ଧୀ ସମଗ୍ର ଦେଶ ନିକଟରେ କ୍ଷମା ମାଗନ୍ତୁ।" ସେ ଆହୁରି ମଧ୍ୟ କହିଛନ୍ତି, ଗତ ୨୦୧୪ ପରଠାରୁ ଭାରତରେ କୌଣସି ଗଣତନ୍ତ୍ର ନାହିଁ ବୋଲି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ଆମେ ନିନ୍ଦା କରୁଛୁ। ରାହୁଲ ଗାନ୍ଧୀ ମନେ ରଖିବା ଆବଶ୍ୟକ ଯେ ୨୦୧୪ ପୂର୍ବରୁ, ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା, ସେତେବେଳେ ତାଙ୍କ ନିଜ ଦଳ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା। ତାଙ୍କ ନିଜ ଦଳ ହିଁ ଅନେକ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରଙ୍କୁ ବରଖାସ୍ତ କରିଥିଲା। ସେତେବେଳେ ଗଣତନ୍ତ୍ର କେଉଁଠି ଥିଲା?"
📱 Get Argus News App
✨