Videos
|
Politics

Bhopal Congress Protest Fight / ଘେରାଉ ବେଳେ ପରସ୍ପର ସହ ମୁହାଁମୁହିଁ କଂଗ୍ରେସ ନେତା-ସମର୍ଥକ; ରାସ୍ତା ମଝିରେ ପୋଲିସ ଅଟକାଇଲା ଶୋଭାଯାତ୍ରା

Subhramjit Ray
Browse all articles by Subhramjit Ray
·1 hour ago·2 min read
ଘେରାଉ ବେଳେ ପରସ୍ପର ସହ ମୁହାଁମୁହିଁ କଂଗ୍ରେସ ନେତା-ସମର୍ଥକ; ରାସ୍ତା ମଝିରେ ପୋଲିସ ଅଟକାଇଲା ଶୋଭାଯାତ୍ରା
Bhopal Congress Protest

Key Points

ଦଳ ପକ୍ଷରୁ ଆୟୋଜିତ ଘେରାଉ ବେଳେ ପରସ୍ପର ସହ ପ୍ରଥମେ ମୁହାଁମୁହିଁ ଏବେ ପରେ ହାତାହାତି ହୋଇଛନ୍ତି କଂଗ୍ରେସ ନେତା-ସମର୍ଥକ।
Bhopal Congress Protest March Stopped: ଘେରାଉ ବେଳେ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା-ସମର୍ଥକ। ଆଉ ଏହାକୁ ନେଇ ସ୍ଥିତି ଏପରି ହୋଇଛି ରାସ୍ତା ମଝିରେ ପୋଲିସ ପ୍ରଶାସନକୁ ରାସ୍ତା ମଝିରେ ଦଳୀୟ ଶୋଭାଯାତ୍ରାକୁ ଅଟକାଇବାକୁ ପଡ଼ିଛି। ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ନିକଟରେ ମଧ୍ୟ ପ୍ରଦେଶ ବିଜେପି, କଂଗ୍ରେସ କାର୍ଯ୍ୟାଳୟ ଘେରାଉ କରିଥିଲା। ଆଉ ଏହାର ଗୋଟିଏ ଦିନ ପରେ ଗତ ଗୁରୁବାର କଂଗ୍ରେସ, ବିଜେପି କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରିଥିଲା। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରବୀଣ ସକ୍ସେନାଙ୍କ ନେତୃତ୍ୱରେ ଏକ ଦଳୀୟ ଆୟୋଜିତ ଶୋଭାଯାତ୍ରା କରାଯାଇଥିଲା। ହେଲେ ଏହା ମାତ୍ର ୨୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ହେଲେ କିଛି ସମୟ ପରେ ଏହା ଶେଷ ହୋଇଯାଇଥିଲା।

ପ୍ରତିବାଦ ସମୟରେ କଂଗ୍ରେସ ନେତା, ସମର୍ଥକଙ୍କ ମଧ୍ୟରେ ହୋଇଥିଲା ମୁହାଁମୁହିଁ ସଂଘର୍ଷ
ପ୍ରତିବାଦ ସମୟରେ କଂଗ୍ରେସ ନେତା ଆଉ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଅଭିଯୋଗ ହୋଇଥିଲା ଯେ କଂଗ୍ରେସ ବିଧାୟକ ଆରିଫ୍ ମାସୁଦଙ୍କ ସମର୍ଥକ କଂଗ୍ରେସ କର୍ମୀ ମାଜ କ୍ୟୁରେଶୀଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଆକ୍ରମଣ ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗି।

ମାଜ କ୍ୟୁରେଶୀ ଦାବି କରିଛନ୍ତି ଯେ ତାଙ୍କ ଉପରେ ବିଧାୟକ ଆରିଫ୍ ମାସୁଦଙ୍କ ସମର୍ଥକ ଆକ୍ରମଣ କରିଥିଲେ। ଯେଉଁମାନେ ତାଙ୍କୁ ଆକ୍ରମଣ କରିଥିଲେ ସେମାନେ ଦାବି କରିଛନ୍ତି ଯେ ମାଜ କ୍ୟୁରେଶୀ ପକେଟମାର କରୁଥିଲେ। ଏହି କାରଣରୁ ତାଙ୍କ ସହ ମୁହାଁମୁହିଁ ହୋଇଥିଲା। ଯାହା ପରେ ହାତାହାତିର ରୂପ ନେଇଥିଲା।

ରାସ୍ତାରେ ଅଟକିଲା ଶୋଭାଯାତ୍ରା; ମୁତୟନ ହୋଇଥିଲା ଭାରୀ ପୋଲିସ ବଳ
ଲିଙ୍କ ରୋଡ ନମ୍ବର ୧ ଠାରେ ରହିଥିବା କଂଗ୍ରେସ କାର୍ଯ୍ୟାଳୟ ବାହାରେ ୨ ଶହରୁ ଅଧିକ ଦଳୀୟ କର୍ମକର୍ତ୍ତା ଏକାଠି ହୋଇଥିଲେ। ସେଠାରୁ ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଘେରାଉ କରିବାକୁ ଯାଉଥିଲେ। ସେମାନେ ପଦଯାତ୍ରା କରିାବା ସମୟରେ, ପୋଲିସ ସେମାନଙ୍କୁ ରବି ଶଙ୍କର ମାର୍କେଟ ଛକ ନମ୍ବର ୫ ଠାରେ ଅଟକାଇଥିଲା। ସେତେବେଳେ କଂଗ୍ରେସ କର୍ମକର୍ତ୍ତା ପ୍ରାୟ ୨୦ ମିନିଟ୍ ପାଇଁ ଛକରେ ପ୍ରତିବାଦ କରିଥିଲେ। ଶୋଭାଯାତ୍ରା ବେଳେ କୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ, ବିଜେପି ରାଜ୍ୟ କାର୍ଯ୍ୟାଳୟ ବାହାରେ ACP ଏବଂ ଷ୍ଟେସନ ହାଉସ ଅଫିସର, ଅନ୍ୟ ଅଧିକାରୀଙ୍କ ସମେତ ଭାରୀ ପୋଲିସ ବଳ ମୁତୟନ ହୋଇଥିଲା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored