Bihar Congress Worker Beaten / ଦଳୀୟ ସଭାରେ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ; ବିଜେପି ସମର୍ଥକ ଭାବି ମାରିଲେ ମାଡ଼
·1 hour ago·2 min read

Key Points
ଯାହାଙ୍କ ବକ୍ତବ୍ୟକୁ କଂଗ୍ରେସ କର୍ମୀ ଭୁଲ ବୁଝି ତାହ୍କୁ ମାଡ଼ ମାରିଥିଲେ, ସେ ପ୍ରକୃତରେ ଜଣେ କଂଗ୍ରେସ କର୍ମୀ ଥିଲେ।
ରବିବାର (ଅକ୍ଟୋବର ୨୫) ଆୟୋଜିତ ହୋଇଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଜଣେ କଂଗ୍ରେସ କର୍ମୀଙ୍କ ଉପରେ ହୋଇଛି ଆକ୍ରମଣ। ତାଙ୍କୁ ବିଜେପି ସମର୍ଥକ ବୋଲି ଭାବି ତାଙ୍କ ନିଜ ଦଳର ସମର୍ଥକ ତାଙ୍କୁ ମାଡ଼ ମାରିବାକୁ ପଛେଇ ନାହାଁନ୍ତି। ରାଜଧାନୀ ପାଟନା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂହଙ୍କ ୧୩୯ ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ। ବିହାର କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଭାଷଣ ଦେଉଥିଲେ।
ଏହି ସମୟରେ ଜଣେ ବ୍ୟକ୍ତି ଖାର୍ଗେଙ୍କୁ ବାଧା ଦେଇ କହିଥିଲେ ଯେ ଯେପର୍ଯ୍ୟନ୍ତ ଦେଶରେ ବିଦ୍ରୋହ ନହେଇଛି ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାରୁ ହଟିବେ ନାହିଁ। ଏହି ବ୍ୟକ୍ତିଙ୍କ ନାମ ସନ୍ତୋଷ କୁମାର ବୋଲି ଜଣାପଡ଼ିଛି। ହେଲେ କଂଗ୍ରେସ ଅଧ୍ୟକ୍ଷ ଏବଂ ସେଠାରେ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ତାଙ୍କ କଥାକୁ ବୁଝିବାରେ ଭୁଲ କରିଥିଲେ। ପରେ ସେମାନେ ତାଙ୍କୁ ମାଡ଼ ମାରି ସଭାସ୍ଥଳରୁ ବାହାର କରି ଦେଇଥିଲେ।
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖାର୍ଗେ ଭାବିଥିଲେ ଯେ ସେହି ବ୍ୟକ୍ତି କହିଥିଲେ, "ମୋଦୀ କ୍ଷମତାରୁ ଯିବେ ନାହିଁ।" ଏହାର ଜବାବରେ ଖାର୍ଗେ ମଞ୍ଚରୁ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ, "ମୋଦିଙ୍କ ବାପା ମଧ୍ୟ ଯିବେ।"
ଘଟଣାକୁ ନେଇ କ’ଣ କହିଲେ ସନ୍ତୋଷ କୁମାର?
ସନ୍ତୋଷ କୁମାରକ ବୟାନକୁ କଂଗ୍ରେସ କର୍ମୀ ଭୁଲ ବୁଝି ତାଙ୍କୁ ମାଡ଼ ମାରିବାକୁ ପଛାଇ ନଥିଲେ। ହେଲେ ସେ ନିଜକୁ ଜଣେ କଂଗ୍ରେସ କର୍ମୀ ଭାବରେ ପରିଚୟ ଦେଇଥିଲେ। ଅଡିଟୋରିୟମ୍ ଛାଡିବା ସମୟରେ ସେ ପଚାରିଥିଲେ, " କ'ଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାରା ଦେଶରେ ବିରୋଧ କରାଯାଉନାହିଁ?"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସନ୍ତୋଷ ଅଭିଯୋଗ କରିଛନ୍ତି ଯେ ଦେଶ ଏବଂ ସମାଜ ସହ ବିଗତ ୧୨ ବର୍ଷ ଛଳନା କରାଯାଉଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ କାହା ସହ ଛଲନା କରାଯାଉଛି, ସେତେବେଳେ ଏହାର ଜବାବରେ ସେ କହିଥିଲେ ଯେ ଦେଶର ୧୪୦ କୋଟି ଲୋକଙ୍କ ସହ ୧୨ ବର୍ଷ ଧରି ଛଳନା କରାଯାଉଛି।
ଭୁଲ ବୁଝାମଣା କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଲେ ଦଳୀୟ କର୍ମକର୍ତ୍ତା
ସନ୍ତୋଷ କୁମାର କହିଛନ୍ତି, "ମୁଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟରେ ମୋର ଅଭିଯୋଗ ଦାଏର କରିଛି। ସେ କହିଛନ୍ତି ଯେ କଂଗ୍ରେସ ଏହି ଦେଶର ଦ୍ୱିତୀୟ ବୃହତ ଦଳ। ବିଗତ ୧୨ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଦ୍ୱାରା ଗ୍ରହଣ କରାଯାଇଥିବା ନୀତିକୁ ଜନସାଧାରଣ ସ୍ପଷ୍ଟ ଭାବରେ ଦେଖୁଛନ୍ତି। ସେ କହିଛନ୍ତି ଯେ ମୁଁ କଂଗ୍ରେସ ପାଖରୁ ଆସୁଥିଲି ଯେ ବିରୋଧି ଦଳ ଭାବରେ ସେମାନେ ବିରୋଧ ନକଲେ ଏହି ସରକାର କ୍ଷମତାରୁ ଯିବ ନାହିଁ।
ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲେ ଯେ ଯଦି ସେ ସରକାରଙ୍କ ବିରୋଧରେ ଥିଲେ ତେବେ ତାଙ୍କୁ ଭିତରେ କାହିଁକି ମାଡ଼ ଦିଆଯାଇଥିଲା। ଏହାର ଜବାବରେ ସନ୍ତୋଷ କୁମାର କହିଥିଲେ ଯେ ସଭାସ୍ଥଳରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଭୁଲ ବୁଝାମଣା ହୋଇଛି। ଦଳ ଅନ୍ୟ କର୍ମକର୍ତ୍ତା ମୋତେ ବିଜେପି ସମର୍ଥକ ବୋଲି ଭାବି ନେଇଥିଲେ। ଏହି ଭୁଲ ବୁଝାମଣା ମୋ ଉପରେ ଦଳୀୟ ସଭାରେ ଆକ୍ରମଣ ହୋଇଥିଲା।