Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Biju Legacy Front / ବଳ ଗୋଟାଉଛି ବିଜୁ ଲିଗାସି ସାମୁଖ୍ୟ, ଏପ୍ରିଲ ୧୭ରେ ହେବ ବଡ଼ କାର୍ଯ୍ୟକ୍ରମ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ବଳ ଗୋଟାଉଛି ବିଜୁ ଲିଗାସି ସାମୁଖ୍ୟ, ଏପ୍ରିଲ ୧୭ରେ ହେବ ବଡ଼ କାର୍ଯ୍ୟକ୍ରମ
Biju Legacy Front

Key Points

ବଳ ଗୋଟାଉଛି ବିଜୁ ଲିଗାସି ସାମୁଖ୍ୟ
ବିଜୁଙ୍କ ଶ୍ରାଦ୍ଧ ବାର୍ଷିକରେ ହେବ ବଡ଼ କାର୍ଯ୍ୟକ୍ରମ
ସଂକେତ ଦେଇଥିଲେ ଅମର ସମର୍ଥନ ଜଣାଇଲେ ବିଜେଡିର ଅସନ୍ତୁଷ୍ଟ ନେତା
ବଳ ଗୋଟାଉଛି ବିଜୁ ଲିଗାସି ସାମୁଖ୍ୟ । ବିଜୁଙ୍କ ଶ୍ରାଦ୍ଧ ବାର୍ଷିକରେ ହେବ ବଡ଼ କାର୍ଯ୍ୟକ୍ରମ । ସଂକେତ ଦେଇଥିଲେ ଅମର, ଏବେ ସମର୍ଥନ ଜଣାଇଲେ ବିଜେଡିର ଅସନ୍ତୁଷ୍ଟ ନେତା । ସେପଟେ ଭୁଲ୍‌ ଟିକେଟ ବଣ୍ଟାରୁ ରାଜ୍ୟସଭା କ୍ରସ୍‌ ଭୋଟିଂ କହି ନିଜ ନେତାଙ୍କୁ ଟାର୍ଗେଟ କଲେ ସମ୍ବିତ ।

ବିଜେଡିକୁ ଚାଲେଞ୍ଜ ଦେବାକୁ ପ୍ରସ୍ତୁତ ହେଲାଣି ମଞ୍ଚ । ଏପ୍ରିଲ ୧୭, ବିଜୁ ତିରୋଧାନ ଦିବସ ଅବସରରେ ଗଠନ ହୋଇପାରେ ନୂଆ ସାମ୍ମୁଖ୍ୟ । ରାଜ୍ୟସଭା ନିର୍ବାଚନ କ୍ରସ୍‌ ଭୋଟିଂ ଏବଂ ଦିଲ୍ଲୀପ ରାୟଙ୍କ ବିଜୟ ପରେ ବଢିଛି ବିଜୁ ଲିଗାସି ଚର୍ଚ୍ଚା । ବିଜୁଙ୍କ ଅନୁଗତ ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ଅମର ଶତପଥି ଓ ପ୍ରଭାତ ବିଶ୍ୱାଳଙ୍କ ଭଳି ଅନେକ ନେତା ବିଜୁ ଲିଗାସୀ ସାମ୍ମୁଖ୍ୟ ଗଠନରେ ପୁରୋଧା ସାଜିପାରନ୍ତି । ବିଜେଡିଠାରୁ ଦୂରେଇ ଯାଉଥିବା ନେତା ବିଜୁ ଲିଗାସି ସହ ଯୋଡି ହେବା ନେଇ ଅମରଙ୍କ ସୂଚନା ପରେ ତାଙ୍କୁ ସମର୍ଥନ କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ତେବେ ସମ୍ବିତ ପୁଣି ମୂଷା ଉପାଖ୍ୟାନ ଉଠାଇ ଟିକେଟ ବଣ୍ଟନରେ ଅନିୟମିତତା ହୋଇଥିବା କହି ବର୍ଷିଛନ୍ତି ।

ନିର୍ବାଚନ ପରାଜୟ ପରଠାରୁ ଛିଡ଼ୁଛି ବିଜେଡି । ଦଳରେ ଥିବା ଗୋଷ୍ଠୀ କନ୍ଦଳ ତୀବ୍ର ହେଉଛି । ଦଳ ଛାଡ଼ି ବିଜେପି ମୁଁହା ହେଉଛନ୍ତି ନେତା । ଏଭଳି ସ୍ଥିତିରେ ଏକାଠି ହେବାକୁ ଯାଉଛନ୍ତି ବିଜୁ ଲିଗାସିର ନେତା । ଯେଉଁମାନେ ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିଲେ ସେମାନେ ପୁଣି ବିଜୁଙ୍କ ନାଁରେ ନୂଆ ସାମ୍ମୁଖ୍ୟ ଗଠନ ଚର୍ଚ୍ଚାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି ।

ସେପଟେ କଡ଼ ଲେଉଟାଉଛି ରାଜ୍ୟ ରାଜନୀତି । ଦୀର୍ଘ ବର୍ଷ ପରେ ଏକାଠି ହେଉଛନ୍ତି ବିଜୁ ଲିଗାସିର ନେତା । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ଏସବୁ ଭିତରେ କିଏ ସାଜିବ ବିକଳ୍ପ । କାହା ନେତୃତ୍ୱରେ ଆଗକୁ ବଢିବ ବିଜୁ ଲିଗାସି ଓ କ'ଣ ହେବ ଏହାର ଭବିଷ୍ୟତ ଆଭିମୁଖ୍ୟ ତା ଉପରେ ରହିଛି ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biju Legacy Front Gathers Strength, Big Event Planned on April 17 | Argus News