Bobby Das controversy / ପାଣ୍ଡିଆନଙ୍କ ସହ ଶତ୍ରୁତା ପଡ଼ିପାରେ ମହଙ୍ଗା, ବବି ଦାସଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି !
·5 months ago·2 min read

Key Points
ବବି ଦାସଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି
ପାଣ୍ଡିଆନଙ୍କ ସହ ଦୁଶମନୀ ପଡ଼ିପାରେ ମହଙ୍ଗା
ସୁଜାତାଙ୍କ ରାଜ୍ୟସଭା ଯିବା ବାଟରେ କଣ୍ଟା ସାଜିଛନ୍ତି ପ୍ରଣବ

ବିଜେଡିରୁ ବଳି ପଡୁଥିବା ନେତାଙ୍କ ଭିତରେ ଆଗକୁ କିଏ ? ଏହି ତାଲିକାରେ ଏବେ ବବି ଦାସଙ୍କ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି, ପାଣ୍ଡିଆନଙ୍କ ସହ ଶତ୍ରୁତା ବବିଙ୍କୁ ଭାରି ପଡ଼ିପାରେ । ଦଳ ତାଙ୍କ ବିରୋଧରେ ନେଇପାରେ ଆକ୍ସନ । ବିଜୟ ମହାପାତ୍ରଙ୍କ ସହ ଫଟୋ ଦେଖାଇ ଆକ୍ସନ ନେବାକୁ କୋଟେରୀ ଗ୍ରୁପ୍ ପ୍ଲାନ୍ କରୁଥିବା ଚର୍ଚ୍ଚା ଜୋର ଧରିଛି ।
ବବି ଦାସଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ପାଣ୍ଡିଆନଙ୍କ ସହ ଦୁଶମନୀ ପ୍ରଣବଙ୍କୁ ପଡ଼ିପାରେ ମହଙ୍ଗା । ଚର୍ଚ୍ଚା ସୁଜାତାଙ୍କ ରାଜ୍ୟସଭା ଯିବା ବାଟରେ କଣ୍ଟା ସାଜିଛନ୍ତି ବବି । ବିଜୟଙ୍କ ସହ ଫଟୋ ଦେଖାଇ ଆକ୍ସନ ନେବାକୁ କୋଟେରୀ ଗ୍ରୁପର ସଜବାଜ ।
ବସୁଛି ଘନ ଘନ ବୈଠକ । ନବୀନ ନିବାସରେ ଲାଗୁଛି ନେତାଙ୍କ ଭିଡ଼ । ଚର୍ଚ୍ଚା ଅରବିନ୍ଦ ଓ ସନାଙ୍କ ପରେ ବବିଙ୍କ ଉପରେ ହୋଇପାରେ ଆକ୍ସନ । କୁହାଯାଉଛି ସୁଜାତାଙ୍କ ରାଜ୍ୟସଭା ଯିବା ବାଟରେ କଣ୍ଟା ସାଜିଛନ୍ତି ବବି । ସେଥିପାଇଁ ପାଣ୍ଡିଆନଙ୍କ ଗୋଟି ଚାଳନାରେ ବବିଙ୍କ ଉପରେ ଆକ୍ସନ ନେବାକୁ ଚାଲିଛି ଯୋଜନା । ଏ ସବୁ ଭିତରେ ପ୍ରମିଳାଙ୍କ ବାସଭବନରେ ବସିଥିବା ଯାଜପୁର ନେତାଙ୍କ ବୈଠକ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଯାଜପୁରର ଭୁଶୁଡୁ ଥିବା ସଂଗଠନ ପାଇଁ ବୈଠକ ବସିଥିବା ବେଳେ ଅଧାରୁ ଉଠି ଚାଲି ଯାଇଥିଲେ ବବି । କିଛି ସମୟ ପରେ ବୈଠକରୁ ବାହାରି ପରୋକ୍ଷରେ ବବିଙ୍କୁ କାଗଜ ବାଘ କହି ବର୍ଷିଥିଲେ ପ୍ରୀତିରଞ୍ଜନ ଘଡେ଼ଇ ।
ସେହିପରି ସୁଜାତା ଯାଜପୁର ସଂଗଠନରେ କିଛି ଟା କନ୍ଦଳ ରହିଥିବା ସ୍ୱୀକାର କରିବା ସହ ବବି-ବିଜୟଙ୍କ ଫଟୋକୁ ନେଇ ବି ରଖିଥିଲେ ପ୍ରତିକ୍ରିୟା । ଖାଲି ସେତିକି ନୁହେଁ ବୈଠକ ପରେ ପରେ ସଞ୍ଜୟ ଓ ପ୍ରତାପଙ୍କୁ ଧରି ନବୀନ ନିବାସରେ ପହଞ୍ଚି ଥିଲେ ପ୍ରମିଳା କିନ୍ତୁ ବବି ନଥିଲେ ସାଥିରେ । ଯାହା ସବୁ କିଛି ଚର୍ଚ୍ଚା ଆଲୋଚନାକୁ ଅଧିକ ଖୋରାକ ଯୋଗାଇଛି ।
ସେପଟେ ମିଡ୍ ଡେ' ଅପରେସନର ଅଭିଯୋଗ ଭିତରେ ପାଟକୁରାରେ ପୁଣି ଥରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜୟଙ୍କ ପୁଅ ତଥା ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର । ଅରବିନ୍ଦ ଓ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ମଙ୍ଗଳବାର କଳାବୁଦା ଗ୍ରାମରେ ଏକଜୁଟ ହୋଇ ସାମ୍ବାଦିକ ସମ୍ବିଳନୀ କରିବା ସହ ପୁନର୍ବାର ବିଧାୟକଙ୍କ ଉପରେ ନିଲମ୍ବନ ହଟାଇବାକୁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀରେ ମାର୍ଶାଘାଇ ବ୍ଲକର ୮ଟି ପଂଚାୟତ ସମେତ ଗରଦପୁର ବ୍ଲକର ଶତାଧିକ ବିଜେଡି କର୍ମୀ ଓ ସରପଞ୍ଚ ସମିତିସଭ୍ୟ ସାମିଲ ହୋଇଥିଲେ ।
ଚର୍ଚ୍ଚା ସୁଜାତା ପାଣ୍ଡିଆନଙ୍କୁ ରାଜ୍ୟସଭା ପଠାଇବା ଜିଦରେ ବିଜେଡିକୁ ଭାଙ୍ଗି ଦେବେ କି ଭୈରବ ପାଣ୍ଡିଆନ ? ଅରବିନ୍ଦ ଓ ସନାଙ୍କ ଆକ୍ସନ ପରେ ବିଜୟ ଓ ବବି ଫଟୋ ବିଜେଡିର ଅନ୍ଦର ମହଲରୁ ଭାଇରାଲ କରାଯିବା ପଛରେ ରହିଛି କି ବବିଙ୍କ ଉପରେ ଆକ୍ସନ ଥିଓରୀ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories