Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

BJD MLA Suspension / ବିଜେଡିରୁ ସନା ଓ ଅରବିନ୍ଦ ସସ୍‌ପେଣ୍ଡ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନବୀନଙ୍କ ବଡ଼ ଆକ୍ସନ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ବିଜେଡିରୁ ସନା ଓ ଅରବିନ୍ଦ ସସ୍‌ପେଣ୍ଡ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନବୀନଙ୍କ ବଡ଼ ଆକ୍ସନ
BJD

Key Points

୨ ବିଧାୟକଙ୍କୁ ସସ୍‌ପେଣ୍ଡ କଲା ବିଜେଡି
ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ
ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଜେଡିରୁ ସସ୍‌ପେଣ୍ଡ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ଏହି ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । ଅରବିନ୍ଦ ମହାପାତ୍ର ହେଉଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ । ଅରବିନ୍ଦ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ।



ସୂଚନା ଅନୁସାରେ ନିକଟରେ, ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ରଙ୍କ ପରେ ବିଷ ଓଗାଳିଥିଲେ ସନା ମହାକୁଡ଼ । ଜିଲ୍ଲାରୁ ଜିଲ୍ଲା ଡେଉଁଛି ନେତାଙ୍କ ଅସନ୍ତୋଷ ନିଆଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି କଲେ ଭୁରି ଭୁରି ପ୍ରଶଂସା କରିଥିଲେ ସନା ମହାକୁଡ଼ ।

କିଛି ଦିନ ତଳେ ବିନା ନବୀନଙ୍କ ଫଟୋରେ ଗେରୁଆ ବ୍ୟାନର ମାରିଥିଲେ । ଏବେ ଖୋଲା ଖୋଲି ଅସନ୍ତୋଷ ଜାହିର କଲେ । ଜିଲ୍ଲାରେ ବିଜେଡି ସଂଗଠନ ଦୁର୍ବଳ ହେଉଥିବା ଚର୍ଚ୍ଚା ଭିତରେ ନିଜ ଦଳ ଉପରେ ବର୍ଷିଥିଲେ ସନା । ବିଜେଡି ସରକାର ୨୪ ବର୍ଷରେ କେନ୍ଦୁଝରର ବିକାଶ ପାଇଁ କିଛି କରିନାହିଁ କହି ଅସନ୍ତୋଷ ଝାଡ଼ିଥିଲେ ସନା । ସେହିପରି ବିଜେଡି ୨୪ ବର୍ଷ କ୍ଷମତାରେ ଥିଲେ ହେଁ କେନ୍ଦୁଝର ପ୍ରତି ଘୋର ଅବହେଳା କରିଛି। କେନ୍ଦୁଝରକୁ ଯେମିତି ଗୁରୁତ୍ଵ ମିଳିବା କଥା ସେମିତି ମିଳିନି। କେନ୍ଦୁଝରର ବିକାଶ ପ୍ରତି ତତ୍କାଳୀନ ବିଜେଡି ସରକାର କେବେ ଧ୍ୟାନ ଦେଇ ନାହିଁ। ସେଥିପାଇଁ ମୋ ମନରେ କ୍ଷୋଭ। ବିଜେଡି ରାଜ୍ୟର ଅନ୍ୟ ଅଞ୍ଚଳରେ ବିକାଶ କରିଥିଲା ବୋଲି ତ ୨୪ ବର୍ଷ ଶାସନରେ ଥିଲା । କିନ୍ତୁ ଆମକୁ ଅଣଦେଖା କରାଯାଇଥିଲା ବୋଲି ମହାକୁଡ଼ କହିଥିଲେ।

କିଛି ଦିନ ତଳେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ବେଳେ ମଞ୍ଚ ଉପରୁ ବବି ଓ ପାଣ୍ଡିଆନଙ୍କୁ ନିଶାନା କରିଥିଲେ ବିଧାୟକ ବଦ୍ରି ପାତ୍ର । ଏହା ପରେ ପରେ ଗଞ୍ଜାମର ୧୦ଟି ସିଟରେ ପ୍ରାର୍ଥୀଙ୍କୁ ଜାଣି ଶୁଣି ହରାଇ ଥିବା କହି ଦଳ ଭିତରେ ବଡ଼ ବୋମା ପକାଇଥିଲେ ଲତିକା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Naveen Patnaik Suspends Two BJD MLAs for Anti-Party Activities | Argus News