Anti Pandian Group BJD / ପୁଣି ଆଣ୍ଟି ପାଣ୍ଡିଆନ୍ ଗ୍ରୁପଙ୍କ ମେଳି, ବନ୍ଧୁ ମିଳନ ନାଁରେ ଏକାଠି ହେଲେ ବିଜେଡି ନେତା
·6 months ago·2 min read

Key Points
ପୁଣି ଆଣ୍ଟି ପାଣ୍ଡିଆନ ଗ୍ରୁପ୍ ମେଳି
ବିଜେଡିରେ ପୁଣି କୁହୁଳିଲା ବିଦ୍ରୋହର ନିଆଁ
ଦେବାଶିଷ ସାମନ୍ତରାୟଙ୍କ ଫାର୍ମ ହାଉସରେ ବିଜେଡି ନେତାଙ୍କ ମେଳି

ପୁଣି ଆଣ୍ଟି ପାଣ୍ଡିଆନ ଗ୍ରୁପଙ୍କ ମେଳି । ଦେବାଶିଷ ସାମନ୍ତରାୟଙ୍କ ଫାର୍ମ ହାଉସରେ ବିଜେଡି ନେତାଙ୍କ ମେଳି । ବିଜୁ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା ଓ ରାଜ୍ୟ ପଦାଧିକାରୀ ଲିଷ୍ଟରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କ୍ୟାମ୍ପର ଅନେକ ଯୁବ ଓ ଛାତ୍ର ନେତା ବାଦ ପଡ଼ିଥିବାରୁ ଦେବାଶିଷଙ୍କ କ୍ୟାମ୍ପରେ ଖେଳିଛି ଅସନ୍ତୋଷର ନିଆଁ । ଭଦ୍ରକ ଜିଲ୍ଲାରୁ ଛାତ୍ର ନେତାଙ୍କୁ ଆଣି କଟକ ନାଁ ଦେଇ ତାଙ୍କୁ ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି । ଯାହାକୁ ବିରୋଧ କରି ପୁଣି ବିଷ ଓଗାଳିଲେ ଦେବାଶିଷ କ୍ୟାମ୍ପର ଯୁବ ଓ ଛାତ୍ର ନେତା ।
ସେପଟେ କିଏ ହେବେ ବିଜେଡିର ଉତ୍ତରାଧିକାରୀ । ବବି ନା ପାଣ୍ଡିଆନ ? ଦିନେ ପରମ ମିତ୍ର କୁହାଯାଉଥିବା ବବି-ପାଣ୍ଡିଆନ ଯୋଡ଼ି ଏବେ ଉତ୍ତରାଧିକାରୀ ଲଢେଇରେ ପରମ ଶତ୍ରୁ ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ବିଜେଡିରେ ଏବେ ଏ ଦୁଇ ଜଣଙ୍କ ଭିନ୍ନ ଭିନ୍ନ କ୍ୟାମ୍ପ୍ ସହ କେତେକ ବରିଷ୍ଠ ନେତାଙ୍କୁ ନେଇ ଏକ ତୃତୀୟ କ୍ୟାମ୍ପ ବି ଆକ୍ଟିଭ୍ ଅଛି । ଉତ୍ତରାଧିକାରୀ ଲଢ଼େଇରେ ବିଜେଡି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବା ଚର୍ଚ୍ଚା ବି ଜୋର ଧରିଛି ।
କିଏ ହେବ ବିଜେଡିର ଉତ୍ତରାଧିକାରୀ ? କାହା କାନ୍ଧରେ ଆଗକୁ ବଢିବ ବିଜେଡି ? ୟାକୁ ନେଇ ବିଜେଡିରେ ଲାଗିଥିବା ଗୃହ ଯୁଦ୍ଧ ଥମିବାର ନାଁ ଧରୁନି । ଉତ୍ତରାଧିକାରୀ ରେସର ଆଗରେ ଥିବା ଭୈରବ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଏଣ୍ଟ୍ରି ତ ହୋଇ ନାହିଁ କିନ୍ତୁ ପ୍ରତିଷ୍ଠା ଦିବସରୁ ଅଧିକ ଉଗ୍ର ହୋଇଛି ବିଜେଡି କଳି । ବଦ୍ରିଙ୍କ ବିଷୋଦଗାର, ମୁନ୍ନାଙ୍କ ମାଡ଼ ଥିଓରୀ ଆଉ ପ୍ରଭାତଙ୍କ ପାଣ୍ଡିଆନ ବନ୍ଦନା ଏବେ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ କରିଛି ବେଶ ସରଗରମ । ମାତ୍ର ବେଲଗାମ ନେତାଙ୍କ ଉପରେ ଲଗାମ କଷିବାକୁ ବଳ ଜୁଟାଇ ପାରୁ ନାହାନ୍ତି ବିଜେଡି ସୁପ୍ରିମୋ । ଫଳରେ ଅଧିକ ତୀବ୍ର ହେଉଛି ବୟାନ ବାଜି ।
ସେପଟେ ପୂର୍ବରୁ ପରମ ମିତ୍ର କୁହାଯାଉଥିବା ବବି ପାଣ୍ଡିଆନ ଯୋଡ଼ି ଏବେ ଉତ୍ତରାଧିକାରୀ ଲଢେଇରେ ପରମ ଶତ୍ରୁ ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ବିଜେଡିରେ ଏବେ ପାଣ୍ଡିଆନ କ୍ୟାମ୍ପ ବନାମ ବବି କ୍ୟାମ୍ପ ଭିତରେ ଚାଲିଛି ଜୋରଦାର ଫାଇଟ । କେବଳ ଏହି ଦୁଇ କ୍ୟାମ୍ପ ନୁହେଁ ବରଂ ତୃତୀୟ କ୍ୟାମ୍ପରେ କିଛି ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଚଳାଇଛନ୍ତି ଗୋଟିଚାଳନା । ଦଳର ବରିଷ୍ଠ ଉପସଭାପତି କହିଛନ୍ତି ଯାହା ଚର୍ଚ୍ଚା ଆଲୋଚନା ହେଉଛି ତାହା ଗୁଜବ ବୋଲି ସୁପ୍ରିମୋ ସ୍ପଷ୍ଟ କରିବା ପରେ ଆଉ କିଛି କନ୍ଦଳ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories