Crime In Odisha / ୭ ବର୍ଷ ତଳର ଅପହରଣର ସତ; ପ୍ରେମିକ ନିଖୋଜ ମାମଲାରେ ବନ୍ଧାହେଲା ପ୍ରେମିକା
·2 months ago·2 min read

Key Points
ସମସ୍ତେ ସବୁକିଛି ଭୁଲି ସାରିଥିବା ବେଳେ ଚମକାଇ ଦେଇଛି ପୋଲିସ । ପ୍ରେମିକ ନିଖୋଜର ୭ ବର୍ଷ ପରେ ପୋଲିସ ପ୍ରେମିକା ହାତରେ ପିନ୍ଧାଇଛି ହାତକଡ଼ି ।
ଭୁବନେଶ୍ଵର: ମନ ମିଶିଥିଲା, ସବୁକିଛି ଠିକ୍ ଚାଲିଥିଲା । ହେଲେ ହଠାତ୍ ନିଖୋଜ ହୋଇଗଲେ ପ୍ରେମିକ । ଇତିମଧ୍ୟରେ ୭ ବର୍ଷ ବିତିଲାଣି, ପ୍ରେମିକଙ୍କ କୌଣସି ଖୋଜ ଖବର ନାହିଁ । ସମସ୍ତେ ସବୁକିଛି ଭୁଲି ସାରିଥିବା ବେଳେ ଚମକାଇ ଦେଇଛି ପୋଲିସ । ପ୍ରେମିକ ନିଖୋଜର ୭ ବର୍ଷ ପରେ ପୋଲିସ ପ୍ରେମିକା ହାତରେ ପିନ୍ଧାଇଛି ହାତକଡ଼ି ।
ଅପହରଣର ଏହି ଚର୍ଚ୍ଚିତ ଘଟଣା ହେଉଛି ରାଜଧାନୀ ଭୁବନେଶ୍ଵରର । ସୂଚନା ଅନୁସାରେ, ୨୦୧୯ ମସିହାରେ ବ୍ୟବସାୟୀ ବଳରାମ ସାହାଣୀଙ୍କୁ ଅପହରଣ କରି ନିଆ ଯାଇଥିଲା । ଏବେ ଏହି ମାମଲାରେ ପୋଲିସ ବଳରାମଙ୍କ ପ୍ରେମିକାଙ୍କୁ ଗିରଫ କରିବା ପରେ ଆସିଛି ବଡ଼ ଟ୍ଵିଷ୍ଟ ।
ଏଥିସହ ପଢ଼ନ୍ତୁ: କଟା ପାଦ କାହାର ? ନଦୀ ପଠାରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ; ଅଞ୍ଚଳରେ ଚାଞ୍ଚଲ୍ୟ
୭ ବର୍ଷ ତଳର ଅପହରଣ ମାମଲାର ଫାଇଲ୍ ପୋଲିସ ରି-ଓପନ୍ କରିବା ସହ ବଳରାମଙ୍କ ବାନ୍ଧବୀ ରଶ୍ମିତା ସ୍ଵାଇଁଙ୍କୁ ଗିରଫ କରିଛି । ୧୫ ଦିନ ତଳେ ଗଞ୍ଜାମରୁ ଗିରଫ ହୋଇଛନ୍ତି ରଶ୍ମିତା । ଗିରଫ ପରେ ଯୁବତୀଙ୍କୁ ଝାରପଡ଼ା ଜେଲରୁ ୨ ଦିନିଆ ରିମାଣ୍ଡରେ ନେଇଛି ଚନ୍ଦକା ଥାନା ପୋଲିସ ।
ତେବେ ବଳରାମ-ରଶ୍ମିତା ଲଭ୍ ଷ୍ଟୋରୀରେ କିଏ ସାଜିଥିଲା ଭିଲେନ୍ ? କ'ଣ ସତରେ ରଶ୍ମିତା ରଚିଥିଲେ ଅପହରଣ ଷଡ଼ଯନ୍ତ୍ର ? ଯଦି ହଁ ୭ ବର୍ଷ ହେଲା କିଭଳି ମିଳୁ ନଥିଲା କ୍ଲୁ ? ଏବେ ମାମଲା ରି-ଓପନ୍ ପରେ ପୋଲିସ ପ୍ରେମିକାକୁ ଗିରଫ କରିଛି ।
ଏଥିସହ ପଢ଼ନ୍ତୁ: ଆଉ ମଣିଷଙ୍କୁ ମିଳିବନି ପୋଲିସ ଚାକିରି ! ଟ୍ରାଫିକ୍ ନିୟନ୍ତ୍ରଣ ସହ ରୋବୋଟ୍ ପୋଲିସ କାଟୁଛି ଚାଲାଣ
ଆଗକୁ ଦେଖିବାର କଥା ଲଭ୍ ଷ୍ଟୋରୀ କିଭଳି ହେଟ୍ ଷ୍ଟୋରୀରେ ପରିଣତ ହୋଇଥିଲା ? ୨୦୧୯ରୁ ବଳରାମ ନିଖୋଜ ଥିଲା ବେଳେ ଏବେ ସୁଦ୍ଧା ତାଙ୍କର କିଛି ଖୋଜ୍ ଖବର ନାହିଁ । ବଳରାମ ମୃତ ନା ଜୀବିତ ସେନେଇ ବି ପୋଲିସ ନିକଟରେ କିଛି ସୂଚନା ନାହିଁ ।
ଏବେ ପ୍ରେମିକା ରଶ୍ମିତା ଗିରଫ ପରେ ପୋଲିସ ରିମାଣ୍ଡରେ ନେଇଛି । ରିମାଣ୍ଡରେ ଘନ ଘନ ଜେରା ପରେ ରଶ୍ମିତା ମୁହଁରୁ ବାହାରି ପାରେ ୭ ବର୍ଷ ତଳର ଅପହରଣ ସତ । କେମିତି ହୋଇଥିଲା ବଳରାମଙ୍କ ଅପହରଣ ଆଉ ଏବେ ସେ କେଉଁଠି ? ସେ ସବୁ ଉପରୁ ପରଦା ହଟାଇବା ପାଇଁ ରଶ୍ମିତାଙ୍କୁ ରିମାଣ୍ଡରେ ନେଇ ଝାଳବୁହା ଜେରା କରୁଛି ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories