BJD Internal Conflict / ଅତନୁଙ୍କ ବିରୋଧରେ ବିଷ ଓଗାଳିଲେ ଅରବିନ୍ଦଙ୍କ ସମର୍ଥକ, ଶଙ୍ଖଭବନ ଘେରାଉ କଲେ ବିଜେଡି କର୍ମୀ
·5 months ago·2 min read

Key Points
ନବୀନଙ୍କ ରିଆକସନ୍ ପରେ ଅରବିନ୍ଦଙ୍କ ସମର୍ଥକଙ୍କ ଆକ୍ସନ
ଶଙ୍ଖ ଭବନ ଆଗରେ ଶହ ଶହ ସମର୍ଥକ କଲେ ଶକ୍ତି ପ୍ରଦର୍ଶନ
ସମର୍ଥକଙ୍କ ଅଭିଯୋଗ ଅରବିନ୍ଦଙ୍କ ବିରୋଧରେ ହୋଇଛି ଚକ୍ରାନ୍ତ

ଶଙ୍ଖ ଭବନ ଘେରାଉ କଲେ ବିଜେଡି କର୍ମୀ । କ୍ଷମତାରୁ ଯିବା ପରେ ଯେ ଏପରି ଦିନ ବିଜେଡି ଦେଖିବ ଏହା ମୁଖିଆ ନବୀନ କେବେ ବି ଭାବି ନଥିବେ । କେତେ ବଡ଼ ବଡ଼ ନେତାଙ୍କୁ ଗୋଟିଏ ଫରମାନରେ ଦଳ ବାହାର ରାସ୍ତା ଦେଖାଇ ଦେଇଛନ୍ତି କିନ୍ତୁ କେହି ପଦଟିଏ ବି ମୁହଁ ଖୋଲିବାକୁ ସାହସ ଜୁଟାଇ ପାରିନାହାନ୍ତି । କିନ୍ତୁ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ ବିଜେଡି ଓ ନବୀନଙ୍କ ପାଇଁ ବଢାଇବାରେ ଲାଗିଛି ଟେନସନ୍ । ନବୀନଙ୍କ ରିଆକ୍ସନ ପରେ ଅରବିନ୍ଦଙ୍କ ସମର୍ଥକଙ୍କ ଆକ୍ସନ ଦେଖାଇଛନ୍ତି । ଆଉ ଶଙ୍ଖ ଭବନ ଆଗରେ ଶହ ଶହ ସମର୍ଥକ କରିଛନ୍ତି ଶକ୍ତି ପ୍ରଦର୍ଶନ ।
ଆଜି ଅପରାହ୍ନରେ ହଠାତ୍ ନବୀନ ନିବାସ ପାଖରେ ସୁରକ୍ଷା ବଢାଇ ଦିଆଯାଇଥିଲା । ସେପଟେ ଫରେଷ୍ଟ ପାର୍କ ପାଖରେ ଲୋକଙ୍କର ଭିଡ ବଢୁଥିଲା । ଦେଖୁ ଦେଖୁ ହଜାରରୁ ଅଧିକ ଲୋକ ଶଙ୍ଖ ଭବନ ଆଡକୁ ମାଡି ଆସିଥିଲେ । ଜଣାପଡ଼ିଥିଲା ଏମାନେ ହେଉଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । ସେମାନଙ୍କର ଯୋଜନା ଥିଲା ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ଭେଟି ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିବା । କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଶଙ୍ଖ ଭବନ ଘେରାଉ ପାଇଁ ହୋଇଥିଲା ଯୋଜନା । ଶୋଭାଯାତ୍ରାକାରୀଙ୍କ ମୁହଁରେ ଥିଲା ଗୋଟିଏ କଥା ଅରବିନ୍ଦଙ୍କ ବିରୋଧରେ ହୋଇଛି ଚକ୍ରାନ୍ତ ।
ଶଙ୍ଖ ଭବନ ନିକଟରେ ପହଞ୍ଚି ଘେରାଉ କରିଥିଲେ ଅରବିନ୍ଦଙ୍କ ହଜାରରୁ ଅଧିକ ସମର୍ଥକ । ଆଉ ଅରବିନ୍ଦଙ୍କ ବିରୋଧରେ ଆକ୍ସନ ପଛରେ ଅତନୁ ସବ୍ୟସାଚ୍ଚୀଙ୍କ ଚକ୍ରନ୍ତ ଥିବା ସିଧା ସିଧା କହିଥିଲେ ପାଟକୁରା ବିଜେଡି ନେତା । ଶଙ୍ଖ ଭବନ ଭିତରେ ଥିବା ଦେବୀ ମିଶ୍ର ଓ ପ୍ରତାପ ଜେନାଙ୍କୁ ଭେଟି ନିଜ ଦାବି ଜଣାଇଥିଲେ ସେମାନେ । ଆଉ ଖୋଲାଖୋଲି ଚେତାବନୀ ଦେଇଥିଲେ ଦଳର ମୁଖିଆଙ୍କୁ ।
ଏହା ହିଁ ବୟାନ କରୁଛି କ୍ଷମତା ଯିବା ପରେ ଆଉ ନବୀନଙ୍କ ପ୍ରତି ନାହିଁ ଦଳର ନେତା ଓ କର୍ମୀଙ୍କ ଡର । ଅରବିନ୍ଦଙ୍କ ସମର୍ଥକ ଖୋଲାଖୋଲି ଚେତାବନୀ ଦେଇଛନ୍ତି ନିଲମ୍ବନ ପୁନର୍ବିଚାର ନ ହେଲେ ଓଡ଼ିଶାରୁ ନିଶ୍ଚିହ୍ନ ହୋଇଯିବ ବିଜେଡି ।
ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ସହ ଶତ୍ରୁତା ପଡ଼ିପାରେ ମହଙ୍ଗା, ବବି ଦାସଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି !
ଆଜି ଅପରାହ୍ନରେ ହଠାତ୍ ନବୀନ ନିବାସ ପାଖରେ ସୁରକ୍ଷା ବଢାଇ ଦିଆଯାଇଥିଲା । ସେପଟେ ଫରେଷ୍ଟ ପାର୍କ ପାଖରେ ଲୋକଙ୍କର ଭିଡ ବଢୁଥିଲା । ଦେଖୁ ଦେଖୁ ହଜାରରୁ ଅଧିକ ଲୋକ ଶଙ୍ଖ ଭବନ ଆଡକୁ ମାଡି ଆସିଥିଲେ । ଜଣାପଡ଼ିଥିଲା ଏମାନେ ହେଉଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । ସେମାନଙ୍କର ଯୋଜନା ଥିଲା ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ଭେଟି ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିବା । କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଶଙ୍ଖ ଭବନ ଘେରାଉ ପାଇଁ ହୋଇଥିଲା ଯୋଜନା । ଶୋଭାଯାତ୍ରାକାରୀଙ୍କ ମୁହଁରେ ଥିଲା ଗୋଟିଏ କଥା ଅରବିନ୍ଦଙ୍କ ବିରୋଧରେ ହୋଇଛି ଚକ୍ରାନ୍ତ ।
ଶଙ୍ଖ ଭବନ ନିକଟରେ ପହଞ୍ଚି ଘେରାଉ କରିଥିଲେ ଅରବିନ୍ଦଙ୍କ ହଜାରରୁ ଅଧିକ ସମର୍ଥକ । ଆଉ ଅରବିନ୍ଦଙ୍କ ବିରୋଧରେ ଆକ୍ସନ ପଛରେ ଅତନୁ ସବ୍ୟସାଚ୍ଚୀଙ୍କ ଚକ୍ରନ୍ତ ଥିବା ସିଧା ସିଧା କହିଥିଲେ ପାଟକୁରା ବିଜେଡି ନେତା । ଶଙ୍ଖ ଭବନ ଭିତରେ ଥିବା ଦେବୀ ମିଶ୍ର ଓ ପ୍ରତାପ ଜେନାଙ୍କୁ ଭେଟି ନିଜ ଦାବି ଜଣାଇଥିଲେ ସେମାନେ । ଆଉ ଖୋଲାଖୋଲି ଚେତାବନୀ ଦେଇଥିଲେ ଦଳର ମୁଖିଆଙ୍କୁ ।
ଅଧିକ ପଢ଼ନ୍ତୁ: ନବୀନଙ୍କ ଓଡ଼ିଆ ଭାଷଣ ନେଇ ସମାଲୋଚନା, ସୋସିଆଲ ମିଡିଆରେ ପୋଷ୍ଟ ହେଲା ବିଜେଡି ସୁପ୍ରିମୋଙ୍କ ସ୍କ୍ରିପ୍ଟ
ଏହା ହିଁ ବୟାନ କରୁଛି କ୍ଷମତା ଯିବା ପରେ ଆଉ ନବୀନଙ୍କ ପ୍ରତି ନାହିଁ ଦଳର ନେତା ଓ କର୍ମୀଙ୍କ ଡର । ଅରବିନ୍ଦଙ୍କ ସମର୍ଥକ ଖୋଲାଖୋଲି ଚେତାବନୀ ଦେଇଛନ୍ତି ନିଲମ୍ବନ ପୁନର୍ବିଚାର ନ ହେଲେ ଓଡ଼ିଶାରୁ ନିଶ୍ଚିହ୍ନ ହୋଇଯିବ ବିଜେଡି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories