Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Politics / ଅରୁଣଙ୍କୁ ବୁଝାଇଲେ, ସାମ୍ବାଦିକ ସମ୍ମିଳନୀରେ ବସିଲେ ନୟାଗଡ଼ ବିଧାୟକ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଅରୁଣଙ୍କୁ ବୁଝାଇଲେ, ସାମ୍ବାଦିକ ସମ୍ମିଳନୀରେ ବସିଲେ ନୟାଗଡ଼ ବିଧାୟକ

Key Points

ବିଜେଡିରେ ବଡ ହଲଚଲ
ଟେନସନ୍ ରେ ଭୈରବ, ଅରୁଣଙ୍କୁ ମନାଇବା ପାଇଁ ଶଙ୍ଖ ଭବନରେ ବୈଠକ
ଅରୁଣଙ୍କୁ ବୁଝାଇଲେ ଆଉ ସାମ୍ବାଦିକ ସମ୍ମିଳନୀରେ ବସିଲେ ନୟାଗଡ ବିଧାୟକ

ବିଜେଡିରେ ବିସ୍ଫୋରଣ । ଦଳରେ ହଲଚଲ । ଶଙ୍ଖ ଭବନରେ ବଡ଼ ବୈଠକ । ଅରୁଣଙ୍କୁ ମନାଇବା ପାଇଁ ବସିଲା ବୈଠକ । ବରିଷ୍ଠଙ୍କ ରାଗରୁଷାକୁ ନେଇ କୋଟେରୁ ଗ୍ରୁପରେ ହୋଇଥିଲା ବଡ଼ ହଲଚଲ, ଆଉ ଶେଷରେ ଅରୁଣଙ୍କୁ ମନାଇବାକୁ ଉଦ୍ୟମ ହେଲା । ଆଉ ପରେ ଅରୁଣ କରିଥିଲେ ସାମ୍ବାଦିକ ସମ୍ମିଳନୀ । ଦଳରେ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ଓ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରଣ ପରେ ଟେନସନରେ ଅଛନ୍ତି ରିମୋର୍ଟ ଧରିଥିବା ଭୈରବ । ଆଉ ଦଳରେ ଏବେ ଚାଲିଛି ଘନ ଘନ ବୈଠକ, କାହା ବିରୋଧରେ ହେବ ଆକସନ୍ ତାକୁ ନେଇ ଝଡ ସୃଷ୍ଟି ହୋଇଛି । ସେପଟେ ବିଜେଡ଼ି ପ୍ରତିଦିନ ନୂଆ ବିସ୍ଫୋରଣ କରୁଛି । ଦଳର ଅସଲ ମୁଖା ଖୋଲି ଦେବାରୁ ଶ୍ରୀମୟୀଙ୍କ ଉପରେ ଆକ୍ସନ ଖଣ୍ଡା ।


ସେପଟେ ବରିଷ୍ଠଙ୍କ ବିଷୋଦଗାର ଜ୍ଵାଳାକୁ ଥଣ୍ଡା କରିବା ପାଇଁ ଅରୁଣ ସାହୁଙ୍କୁ ମନାଇବାକୁ ଉଦ୍ୟମ ଆରମ୍ଭ କରିଛି ବିଜେଡ଼ି । ନିଜ "ସାଇତା ସତ" ବହି ମାଧ୍ୟମରେ ବିଜେଡ଼ର ଭିତିରି ଗୁମର ଖୋଲି ଦେଇଥିଲେ ଅରୁଣ । ତେଣୁ ଶଙ୍ଖ ଭବନ ଠାରେ ପ୍ରେସ ମିଟରେ ବସାଇ ଅରୁଣଙ୍କ ମାନ ଭଞ୍ଜନ ଲାଗି ଭୈରବ ଖେଳିଲେ ନୂଆ ଚାଲ । ଆଉ ସେପଟେ ଦଳର ପରିଚାଳନା ମୁଖିଆ ଦେଖିବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଅନ୍ୟପଟେ ଆକ୍ସନକୁ ନେଇ ଫାଳ ଫାଳ ବିଜୁ ଜନତା ଦଳ । ଶ୍ରୀମୟୀଙ୍କ ବିରୋଧରେ ଯଦି ଆକ୍ସନ ହେବ ମନ୍ମଥ ବିରୋଧରେ କାହିଁକି ନୁହେଁ ? ଦେବାଶିଷଙ୍କ ବିରୋଧରେ ଆକ୍ସନ ପାଇଁ ସାହସ ଜୁଟାଇ ପାରିବ ତ ଦଳ ? କାହା ନାଁ ନେଇନଥିବା ଶ୍ରୀମୟୀଙ୍କ ବିରୋଧରେ କେଉଁ ଆଧାରରେ ହେବ ଆକ୍ସନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ଦେବାଶିଷ ସାମନ୍ତାରାୟ । ଦୁଇ କର୍ପୋରେଟର ଦୀପକ ଓ ଅଜିତ ବି ଧୋଇ ଦେଇଛନ୍ତି ମନ୍ନଥ ରାଉତରାୟଙ୍କୁ । ନାରୀନେତ୍ରୀଙ୍କ ଭିଡିଓ ଭାଇରାଲ୍ ଧମକ ଦେଇଥିବା ମନ୍ନଥଙ୍କ ବିରୋଧରେ କେବେ ଆକ୍ସନ । ସେପଟେ ମନ୍ମଥଙ୍କ ବିରୋଧରେ ଦଳ ଆକ୍ସନ ନେବାକୁ ମୁଖିଆଙ୍କୁ ନିବେଦନ କରିଛନ୍ତି ବରିଷ୍ଠ ନେତା ଅଶୋକ ରାଉତ । 24 ବିପର୍ଯ୍ୟୟ ପରେ ବି ବିଜେଡ଼ି ତଣ୍ଟିରେ କଣ୍ଟା ହୋଇ ଲାଗିଛନ୍ତି ଭୈରବ । ଯାହାକୁ ନେଇ ଯୁବ, ମହିଳା, ବରିଷ୍ଠ ନେତା ସମସ୍ତଙ୍କ ଭିତରେ ଜଳୁଛି ଅସନ୍ତୋଷର ନିଆଁ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭୂପିନ୍ଦର ସିଂ , ବଦ୍ରି ନାରାୟଣ ପାତ୍ରଙ୍କ ଠାରୁ ଆରମ୍ଭ କରି ଅନେକ ନେତା ମୁହଁ ଖୋଲିଛନ୍ତି । ଭାସ୍କର ରାଓ , ଲାଲବିହାରୀ ହିମିରିକା, ହରିଶଙ୍କର ରାଉତ ପରି ନେତା ଦଳ ଛାଡିଛନ୍ତି । ବରିଷ୍ଠ ନେତାଙ୍କ ପ୍ରଫୁଲ ମଲ୍ଲିକ ତୁଣ୍ଡ ଖୋଲି ମୁଣ୍ଡ ଗଡାଇଛନ୍ତି । ଆଉ ଏପରି ସ୍ଥିତିରେ ଯେତେ ଚେଷ୍ଟା କଲେ ବି ଦଳର ଭିତିରି କନ୍ଦଳ ସମ୍ଭଳିବାରେ ବିଫଳ ଦଳର ମୁଖିଆ । ତେବେ ଆଗକୁ ବିଜେଡ଼ି ଭିତରେ ଲାଗିଥିବା ଏହି ଦଳୀୟ ଅଶାନ୍ତିର ନିଆଁ ଲିଭୁଛି ନା ବିଜେଡିର ଅନ୍ତର କାରଣ ପାଲଟୁଛି ତାହା ଉପରେ ରହିଛି ନକର ।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Related Topics

Explore more stories

Sponsored
Odisha Politics | Senior Leaders’ Outburst, Arun Sahu Pacified in Shankha Bhavan | Argus News | Argus News