Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Pitabash Panda Murder Case / ପୀତବାସ ହତ୍ୟାକାଣ୍ଡ: ଗିରଫ ହେଲେ ବିକ୍ରମ; ସପକ୍ଷରେ ବାହାରିଲା ବିଜେଡି, କହିଲା...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ପୀତବାସ ହତ୍ୟାକାଣ୍ଡ: ଗିରଫ ହେଲେ ବିକ୍ରମ; ସପକ୍ଷରେ ବାହାରିଲା ବିଜେଡି, କହିଲା...

Key Points

ବିକ୍ରମ ପଣ୍ଡାଙ୍କ ସପକ୍ଷରେ ବିଜେଡି
ବିଜେଡିକୁ ବଦନାମ କରିବାକୁ ଷଡଯନ୍ତ୍ର ହେଉଥିବା ବିଜେଡିର ଅଭିଯୋଗ
ହତ୍ୟାକାଣ୍ଡରେ ବିକ୍ରମ ପଣ୍ଡାଙ୍କ ସଂପୃକ୍ତି ନାହିଁ
ବହୁ ଚର୍ଚ୍ଚିତ ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ୍ ଗିରଫ କରିଛି । ତେବେ ବିକ୍ରମ ପଣ୍ଡାଙ୍କ ଗିରଫଦାରୀ ପରେ ତାଙ୍କ ସପକ୍ଷରେ ବାହାରିଛି ବିଜେଡି । ପ୍ରେସମିଟ୍ କରି ବିଜେଡିକୁ ବଦନାମ କରିବାକୁ ଷଡଯନ୍ତ୍ର ହେଉଥିବା ଅଭିଯୋଗ କରିଛି । ହତ୍ୟାକାଣ୍ଡରେ ବିକ୍ରମ ପଣ୍ଡାଙ୍କ ସଂପୃକ୍ତି ନାହିଁ । ସେ ଫୋନ୍‌ରେ କାହା ସହ କଥା ହୋଇନାହାନ୍ତି । ତାଙ୍କୁ ବଳି ପକାଯାଇଛି ବୋଲି କହିଛି ବିଜେଡି ।

ସେପଟେ ବିଜେଡିର ଅଭିଯୋଗକୁ ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିଜେଡି ସତ୍ୟର ଅପଳାପ କରୁଛି । ନିଜ ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଅପରାଧକୁ ପ୍ରୋତ୍ସାହନ ଦେଉଛି ବିଜେଡି । ଅପରାଧୀ ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଓଡ଼ିଶା ପ୍ରତି ଅନ୍ୟାୟ କରୁଛି ବିଜେଡି। ଷଡ଼ଯନ୍ତ୍ର କରିକି ହତ୍ୟା କରିବା ଓଡ଼ିଶାରେ ନଥିଲା । ସୁପାରୀ ଦେଇ ସାର୍ପ ସୁଟରଙ୍କୁ ବିହାରରୁ ଆଣି ମାରିବାକୁ ଷଡଯନ୍ତ୍ର ହୋଇଛି । ସେଥିରେ ରାଜନୈତିକ ଦଳର ନେତା, ପୂର୍ବତନ ବିଧାୟକ ଏବଂ ମେୟରଙ୍କ ସମ୍ପୃକ୍ତି । ଓଡ଼ିଶାରେ ରାଜନୀତି ଅପରାଧିକରଣ ହେବାରେ ଲାଗିଲାଣି ବୋଲି ସୁରେଶ ପୂଜାରୀ କହିଛନ୍ତି ।

ସେପଟେ ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବୁଧବାର ବଡ଼ ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ । ତଦନ୍ତରୁ ଜଣାପଡ଼ିଛି ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରିଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା । ସେପ୍ଟେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ । ମାତ୍ର ବିହାରରୁ ଆସିଥିବା ସୁଟରଙ୍କ ପତ୍ନୀଙ୍କ ଦେହ ଖରାପ ହେବାଯୋଗୁଁ ସେ ବିହାର ଫେରିଗଲେ । ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା ।

ଅଧିକ ପଢ଼ନ୍ତୁ: ଉପନିର୍ବାଚନ ହେଲେ ବିକ୍ରମ ପଣ୍ଡା ବିଧାୟକ ହେବା ଆଶା ହିଁ ପୀତବାସ ପଣ୍ଡା ହତ୍ୟାର କାରଣ: ଏସ୍‌ପି


ପ୍ରଥମ ଉଦ୍ୟମ ବିଫଳ ହେବା ପରେ ସେମାନେ ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ । ଏଥିପାଇଁ ସେମାନେ ଆଉ ଏକ ଟିମ୍ ଆଣିଥିଲେ । ନିଜ ଘର ବନ୍ତପଲେଇରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଠିକ୍ କଲେ ଉମା ବିଷୋୟୀ । ଉଭୟ ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଘର ନେଇ ରହିଲେ । ସେଠାରେ ରହି ସେମାନେ ପୁଣି ଆଉ ଥରେ ରେକି କଲେ । ଏହା ପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଦିଆଯିବ ।

ଘଟଣା ଦିନ ସେମାନେ ଏକ ନିର୍ମାଣାଧୀନ ବିଲ୍ଡିଂରେ ରହିଥିଲେ । ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ଗୁଳି କରାଯାଇଥିଲା । ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ସେଠାରୁ ସିଧା ରାମେଶ୍ବରମ ଅଭିମୁଖେ ଯାଇଥିଲେ । ଗାଡ଼ିଟି ଛାଡ଼ି ପୁରୀ ପଳାଇ ଯାଇଥିଲେ । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Defends Ex-MLA Bikram Panda After His Arrest in Murder Case | Argus News