Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ବିଜେଡି କୃଷକ ସମାବେଶରେ ଜଳଜଳ ଦିଶିଲା ଦଳୀୟ କନ୍ଦଳ, ଦୂରେଇ ରହିଲେ ରାଜା ଓ ଅରୁଣ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
ବିଜେଡି କୃଷକ ସମାବେଶରେ ଜଳଜଳ ଦିଶିଲା ଦଳୀୟ କନ୍ଦଳ, ଦୂରେଇ ରହିଲେ ରାଜା ଓ ଅରୁଣ

Key Points

ବିଜେଡି କୃଷକ ସମାବେଶରେ ଜଳଜଳ ଦିଶିଲା ଦଳୀୟ କନ୍ଦଳ। ବିଜେଡିର କୃଷକ ସମାବେଶରୁ ଦୂରେଇ ରହିଲେ ଦଳର ବରିଷ୍ଠ ନେତା। ଦୂରେଇ ରହିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ।

ରାଜ୍ୟରେ ସାର ସଙ୍କଟ ନେଇ ବିଜେଡିର ବିକ୍ଷୋଭ । ରାଜ୍ୟରେ ଦେଖା ଦେଇଥିବା ସାର ସମସ୍ୟା ନେଇ ବିଜେଡି କରୁଛି କୃଷକ ସମାବେଶ । କିନ୍ତୁ ବିଜେଡିର ଏହି କୃଷକ ସମାବେଶରେ ଦେଖିବାକୁ ମିଳିଛି ଦଳୀୟ କନ୍ଦଳର ଇଫେକ୍ଟ । ବିଜେଡିର କୃଷକ ସମାବେଶରୁ ଦୂରେଇ ରହିଲେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ । ଉଭୟ ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନ ପଟ୍ଟନାୟକଙ୍କ ସରକାରରେ ଦୀର୍ଘ ଦିନ ଧରି କୃଷି ଓ ସମବାୟ ମନ୍ତ୍ରୀ ରହିଥିଲେ ।


ଲଗାତାର ୨୦ ଦିନ ଧରି ଦଳରେ କନ୍ଦଳ ବୃଦ୍ଧି ପାଉଥିବାରୁ ସେଥିରେ ବ୍ରେକ ଦେବା ଲାଗି କର୍ମୀ ଏକ କରିବା ପାଇଁ ବିଜେଡି ଚାଷୀ ଆନ୍ଦୋଳନର ଡ଼ାକରା ଦେଇଥିଲା । ପ୍ରେସମିଟରେ ୧୭ ତାରିଖରେ ଆନ୍ଦୋଳନ କରିବାକୁ ଘୋଷଣା କରିଥିବା ବେଳେ ପ୍ରଫୁଲ୍ଲ ମଲିକଙ୍କ ବୟାନକୁ ଦେଖି ୧୫ରେ ଆନ୍ଦୋଳନ କରାଯିବ ବୋଲି ପ୍ରେସ୍ ରିଲିଜ ଦେଇଥିଲା ବିଜେଡି ।


ତେବେ ଉଭୟ ରଣେନ୍ଦ୍ର ଓ ଅରୁଣ କାହିଁକି କାର୍ଯ୍ୟକ୍ରମରୁ ଦୁରେଇ ରହିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଅନେକ ଆନ୍ଦୋଳନରେ ଅରୁଣ ମୁଖ୍ୟ ଭୂମିକାରେ ଦେଖା ଦେଉଥିଲେ । ରାଜା ସ୍ୱାଇଁ ପୂର୍ବରୁ ହୋଇଥିବା ଓବିସି ଆନ୍ଦୋଳନରେ ମନ୍ତବ୍ୟ ଦେଇ ଦଳୀୟ କନ୍ଦଳର ପୋଲ ଖୋଲିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Farmers’ Protest Highlights Internal Rift, Senior Leaders Absent | Argus News