Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Munna Khan Statement / ଦୋମୁଣ୍ଡିଆ ଉପାଖ୍ୟାନ ରଖି ଧୋଇଲେ ମୁନ୍ନା ଖାଁ, ନାଁ ନ ନେଇ ପାଣ୍ଡିଆନଙ୍କୁ ପିଟିବାକୁ ଦେଲେ ଧମକ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଦୋମୁଣ୍ଡିଆ ଉପାଖ୍ୟାନ ରଖି ଧୋଇଲେ ମୁନ୍ନା ଖାଁ, ନାଁ ନ ନେଇ ପାଣ୍ଡିଆନଙ୍କୁ ପିଟିବାକୁ ଦେଲେ ଧମକ
VK Pandian

Key Points

ପ୍ରତିଷ୍ଠା ଦିବସ ମଞ୍ଚରୁ ଅଧିକ ତେଜିଲା ବିଜେଡି ବିବାଦ
ସୁଜାତାଙ୍କ ଏଣ୍ଟ୍ରି ନେଇ ଭାଗ ଭାଗ ଦଳୀୟ ନେତା
ଦୋମୁଣ୍ଡିଆ ଉପାଖ୍ୟାନ ରଖି ଧୋଇଲେ ସାଂସଦ ମୁନ୍ନା ଖାଁ
୨୦୨୪ ନିର୍ବାଚନରେ ବିଜେଡି ପାଇଁ କାଳ ପାଲଟିଲେ ପାଣ୍ଡିଆନ । ଆଉ ଏବେ ଦଳ ଭିତରେ ଫାଟର ବଡ଼ କାରଣ ପାଲଟିଛନ୍ତି ତାଙ୍କ ପତ୍ନୀ ସୁଜାତା । ତାଙ୍କ ଏଣ୍ଟ୍ରି ଚର୍ଚ୍ଚା ଭିତରେ ଶଙ୍ଖ ଦଳର ନେତା ଏବେ ଭାଗ ଭାଗ । ନାଁ ନ ନେଇ ପାଣ୍ଡିଆନଙ୍କୁ ପିଟିବାକୁ ଧମକ ଦେଇଛନ୍ତି ସାଂସଦ ମୁନ୍ନା ଖାଁ । ସେପଟେ ପାଣ୍ଡିଆନ ଦମ୍ପତ୍ତିଙ୍କ ସପକ୍ଷରେ ବାହାରିଛନ୍ତି ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ ଓ କିଛି ଯୁବ ନେତା ।

ନବୀନଙ୍କ ତଣ୍ଟିରେ ଲାଗିଛି ସୁଜାତା କଣ୍ଟା । ନା ଢ଼ୋକି ପାରୁଛନ୍ତି ନା କାଢ଼ି ପାରୁଛନ୍ତି । ପ୍ରତିଷ୍ଠା ଦିବସରେ ସୁଜାତାଙ୍କ ବିଜେଡି ଏଣ୍ଟ୍ରି ଚର୍ଚ୍ଚାକୁ ନବୀନ ଆଜି ଭୁଲ ପ୍ରମାଣିତ କରିଥିଲେ ବି ଦଳୀୟ କନ୍ଦଳକୁ ରୋକି ପାରି ନାହାନ୍ତି । ପ୍ରତିଷ୍ଠା ଦିବସରେ ଦଳୀୟ କନ୍ଦଳ ପ୍ରଶମିତ ହେବା ବଦଳରେ ଅଧିକ ଫୁଟି ପଦାକୁ ଆସିଛି । ସବୁରି ମୂଳରେ ରହିଛି ସେଇ ସୁଜାତାଙ୍କ ବିଜେଡି ଏଣ୍ଟ୍ରି ପ୍ରସଙ୍ଗ । ବିଜୁଙ୍କ ମାଡ଼ ଥିଓରୀ ରଖି ପ୍ରତିଷ୍ଠା ଦିବସର ସଭା ମଞ୍ଚକୁ ଦୋହଲାଇ ଦେଇଛନ୍ତି ଏକଦା ନବୀନଙ୍କ ଖାସମ ଖାସ କୁହାଯାଉଥିବା ଦଳର ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ଦୋ ମୁଣ୍ଡିଆଙ୍କ ଦୁଇପଟେ ଚାଲାକି ଚଳିବନି କହି ମାରିଛନ୍ତି ବାଣ । ମୁନାଙ୍କୁ ଜବାବ ଦେଇଛନ୍ତି ପ୍ରତାପ ।

ପ୍ରତିଷ୍ଠା ଦିବସରେ ସୁଜାତାଙ୍କ ବିଜେଡି ଏଣ୍ଟ୍ରି ହୋଇ ନଥିଲେ ବି ପାଣ୍ଡିଆନଙ୍କ ଫର୍ମୁଲା ଆସିଯାଇଛି ସାମ୍ନାକୁ । ରାଜ୍ୟସଭା ନିର୍ବାଚନ ବେଳେ ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି କରାଇବା ନେଇ ଦାବି କରିଛନ୍ତି କିଛି ପ୍ରୋ-ପାଣ୍ଡିଆନ ନେତା । ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ କହିଛନ୍ତି ବିଜେଡି ଭାଗରେ ପଡ଼ୁଥିବା ରାଜ୍ୟସଭା ଆସନ ସୁଜାତାଙ୍କୁ ମିଳୁ । ସେହିପରି ଯୁବ ଓ ଛାତ୍ର ସଭାପତି ମଧ୍ୟ ମହିଳା ନେତୃତ୍ୱ କଥା ଉଠାଇ ସୁଜାତାଙ୍କ ହନୁମାନ ହୋଇ କାମ କରିବାକୁ ଆଗଭର ହୋଇଛନ୍ତି ।

ସୁଜାତାଙ୍କ ଏଣ୍ଟ୍ରି ନେଇ ଏବେ ବି ବିଜେଡି ବିବାଦ ଥମି ନଥିବା ବେଳେ ନବୀନ କିନ୍ତୁ କହିଛନ୍ତି ବିଜେଡି ଜଣେ କିମ୍ବା ଦୁଇ ଜଣ ନେତାଙ୍କ ଦଳ ନୁହେଁ, ଯାହା ଚର୍ଚ୍ଚା ହେଉଛି ତାହା ଗୁଜବ । ତେବେ ଦେଖିବାର କଥା ସୁଜାତାଙ୍କୁ ରାଜ୍ୟସଭା ଆସନ ଚର୍ଚ୍ଚାକୁ କେମିତି ଗ୍ରହଣ କରୁଛନ୍ତି ଆଣ୍ଟି ପାଣ୍ଡିଆନ ଗୋଷ୍ଠୀ । ବିବାଦ ଭିତରେ କେଉଁ ଆଡ଼କୁ ଗତି କରୁଛି ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ତାହା ଦେଖିବାର ବିଷୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Infighting Grows as Munna Khan Targets Pandian Without Naming Him | Argus News