Pandian Leadership Controversy / 'ଆମେ ପାଣ୍ଡିଆନଙ୍କୁ କେବେ ବି ନେତା ମାନି ନାହୁଁ'
·8 months ago·2 min read

Key Points
ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡିରେ କନ୍ଦଳ
ପାଣ୍ଡିଆନଙ୍କ ବିରୋଧରେ ସ୍ୱର
ନେତା କେବଳ ନବୀନ! ପାଣ୍ଡିଆନ କେବଳ ମ୍ୟାନେଜର
ପାଣ୍ଡିଆନଙ୍କ ବିରୋଧରେ ସ୍ୱର
ନେତା କେବଳ ନବୀନ! ପାଣ୍ଡିଆନ କେବଳ ମ୍ୟାନେଜର
ବିଦ୍ରୋହୀଙ୍କ ମେଳି ପରେ ବିଜେଡିରେ ମୂଷା ଖୋଜା । ଅମାର, ମୂଷା ଓ ସାପ ଥିଓରୀ କହି ଚେତାବନୀ ଦେଲେ ସମ୍ବିତ ରାଉତରାୟ । ବିଜେଡି କହିଲେ ନବୀନ ନ୍ୟାରେଟିଭ ଆଉ ଚଳିବନି । ଅମାର ଭିତର ମୂଷା ବୋଲି କାହାକୁ କହିଲେ ସମ୍ବିତ ? ସେପଟେ ପାଣ୍ଡିଆନକୁ ନେତା ମାନିବାକୁ ନାରାଜ ବିଦ୍ରୋହୀ ଗୋଷ୍ଠୀ ।
ଆଉ ଦିନ କେଇଟା ପରେ ବିଜେଡିର ପ୍ରତିଷ୍ଠା ଦିବସ । ହେଲେ ଥମିବାର ନାଁ ଧରୁନି ଦଳୀୟ କନ୍ଦଳ । ଗତ ଦୁଇ ଦିନ ତଳେ ବନ୍ଧୁ ମିଳନ ନାଁରେ ଝୁମୁକା ଡ୍ୟାମରେ ଖୋଲାଖୋଲି ଶକ୍ତି ପ୍ରଦର୍ଶନ କରିଥିଲେ ୫୦ରୁ ଉର୍ଦ୍ଧ୍ଵ ବିଦ୍ରୋହୀ ନେତା । ଯାହା ପରେ ଦଳ ଭିତରେ ପାଣ୍ଡିଆନ ବିରୋଧୀ ନିଆଁ ଧିରେ ଧିରେ ତେଜିବାରେ ଲାଗିଲାଣି ।
ଶୁକ୍ରବାର ଭୋଜିରେ ମିଶିଥିବା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ଆମେ ପାଣ୍ଡିଆନଙ୍କୁ କେବେ ବି ନେତା ମାନି ନାହୁଁ । ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ପାଣ୍ଡିଆନ କେବଳ ଜଣେ ଭଲ ମ୍ୟାନେଜର । ଦଳକୁ କେହି ହାଇଜ୍ୟାକ୍ କରିପାରିବେ ନାହିଁ । ଆମେ ସୈନିକ ହୋଇ ଲଢିବୁ ।
ସେପଟେ ପ୍ରତିଷ୍ଠା ଦିବସରେ ନବୀନ ସୁଜାତାଙ୍କୁ ଦଳର ଭାର ଦେବା ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସମ୍ବିତ । ଖାଲି ଏତିକି ନୁହେଁ, ସମ୍ବିତ ରାଉତରାୟ ଅମାର, ମୂଷା ଓ ସାପ ଥିଓରୀ ମାଧ୍ୟମରେ ସମସ୍ତଙ୍କୁ ଚେତାବନୀ ବି ଦେଇଛନ୍ତି । ବିଜେଡି କହିଲେ କେବଳ ଯେ ନବୀନଙ୍କୁ ବୁଝାଏ, ସେ ନ୍ୟାରେଟିଭ ଆଉ ଚଳିବନି ବୋଲି ପରୋକ୍ଷରେ ଶୁଣାଇ ଦେଇଛନ୍ତି ସମ୍ବିତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଦଳ କହିଛି, ମତାନ୍ତର, ମନାନ୍ତର ରହିବା ସ୍ଵାଭାବିକ । ଭୋଜି ଭାତ ଚାଲିବ । କାହାକୁ ଡାକିବେ ନ ଡାକିବେ ସେମାନଙ୍କ ନିଷ୍ପତ୍ତି । କେହି ମେଳି କରୁନାହାନ୍ତି, ଦଳ ଏକ ଅଛି ।
ସୂଚନା ଅନୁସାରେ, ୨୪ ନିର୍ବାଚନରେ ବିଜେଡି ହାତରୁ ଶାସନ କ୍ଷମତା ଖସିଲା ପରେ ଦଳରେ ବିସ୍ଫୋରଣର ରୂପ ନେଲାଣି ଗୋଷ୍ଠୀ କନ୍ଦଳ । ଆଉ ଏବେ ନିକଟରେ ନୂଆପଡା ପରାଜୟ ଯୋଗୁଁ ପୁଣି ନବୀନଙ୍କ କଟା ଘାଆରେ ଚୂନ ଲାଗିଛି । ଅନ୍ୟପଟେ ପ୍ରତିଷ୍ଠା ଦିବସ ପାଖଉ ଥିବା ବେଳେ ମେଳି ବାନ୍ଧିବା ସହ ଦଳ ଭିତରେ ନେତାଙ୍କ ଲଗାମ ଛଡା ବୟାନବାଜି ନେତୃତ୍ଵ ଉପରେ ପ୍ରଶ୍ନ ଚିହ୍ନ ଛିଡାକରୁଛି । ବିଦ୍ରୋହର ବହ୍ନି ବିଜେଡିକୁ କେଉଁ ସ୍ଥିତିକୁ ନେଉଛି ତାହା ଉପରେ ରହିଛି ନଜର ।

Related Topics
Explore more stories