BJD Internal Conflict / ବିଜେଡିରେ ବନ୍ଧୁ ମିଳନ ନାଁରେ ବିଦ୍ରୋହର ବିଗୁଲ, ଏକାଠି ହେଲେ ୫୦ରୁ ଅଧିକ ଯୁବ ନେତା
·6 months ago·2 min read

Key Points
ନୂଆ ବର୍ଷରେ ହେବ ନୂଆ ସମୀକରଣ
କ'ଣ ଏଇ ନୂଆ ସମୀକରଣର ଅର୍ଥ ?
ମୋକିମ- ବିଜୟଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା
କ'ଣ ଏଇ ନୂଆ ସମୀକରଣର ଅର୍ଥ ?
ମୋକିମ- ବିଜୟଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା
ନୂଆବର୍ଷ ପୂର୍ବରୁ ବିଜେଡିରେ ବଡ଼ ହଲଚଲ । ବନ୍ଧୁ ମିଳନ ବାହାନାରେ ଏକାଠି ହେଲେ ଯୁବ ନେତା । ଜୟ ଜଗନ୍ନାଥ କହି କଲେ ପାୱାର ସୋ' । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଥିଲେ ବହୁ ବିଧାୟକ ଓ ପୂର୍ବତନ ବିଧାୟକ । ପାଣ୍ଡିଆନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବିରୋଧ କରୁଥିବା ନେତାଙ୍କ ଉପସ୍ଥିତି ଏ ବନ୍ଧୁ ମିଳନରେ ଦେଇଥିଲା ରାଜନୀତିର ଛୁଙ୍କ ।
ପୂର୍ବତନ ବିଧାୟକ ପ୍ରଭୁ ଜାନୀ କହିଛନ୍ତି ଦଳରେ ଯୁବ ନେତୃତ୍ବ ଆଗକୁ ଆସିବାର ଅଛି । ଆରମ୍ଭ ହେବ ନୂଆ ସମୀକରଣ । ସେହିପରି ସମ୍ବିତ ରାଉତରାୟଙ୍କ କହିବା କଥା ବିଜେଡି ଟ୍ରାକରେ ପଥର ପକାଇଥିଲେ କିଛି ଅସାମାଜିକ ବ୍ୟକ୍ତି । ଆଉ ଏବେ ସେହି ଟ୍ରାକ୍କୁ ସଫା କରାଯାଉଛି । ପାଣ୍ଡିଆନଙ୍କ ନାଁ ନ ନେଇ ପୂର୍ବତନ ବିଧାୟକ କିଶୋର ତରେଇ ମାରିଛନ୍ତି ତେରଛା ବାଣ ।
ସେପଟେ କଂଗ୍ରେସରୁ ବହିଷ୍କାର ପରେ ମୋକିମ- ବିଜୟଙ୍କ ଭେଟଘାଟ ବଢାଇଛି ରାଜ୍ୟରେ ନୂଆ ଆଞ୍ଚଳିକ ଦଳର ଚର୍ଚ୍ଚାକୁ ଖୋରାକ୍ । ଏହା ଭିତରେ ବିଜେଡିରୁ ଅଲୋଡା ନେତାଙ୍କ ଦିଲ୍ଲୀ ଗସ୍ତ ସହ ବାରମ୍ବାର ବୈଠକ ନୂଆ ଦଳ ଗଠନ ନେଇ ବି ଚର୍ଚ୍ଚା ବଢାଇଛି । ତେବେ ବିଜେଡି ଓ କଂଗ୍ରେସ କହିଛନ୍ତି କିଏ ନୂଆ ଦଳ କଲେ କିଛି ଫରକ ପଡ଼ିବନି । ବିଜେପି କହିଛି ଆଗରୁ ଅନେକ ଦଳ ଗଢିଛି ଭାଙ୍ଗିଛି, ଲୋକ ବିକାଶ ସହ ରହିବେ ।
ସୂଚନା ଅନୁସାରେ, ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଜନ୍ମ ନେଇଥିଲା ଆଞ୍ଚଳିକ ଦଳ ବିଜେଡି । ପରେ ବିଜେଡିରୁ ଅଲଗା ହୋଇ ପ୍ୟାରୀମୋହନ ମହାପାତ୍ର କରିଥିଲେ ଓଡ଼ିଶା ଜନ ମୋର୍ଚ୍ଚା, ସୌମ୍ୟ ରଂଜନ ପଟ୍ଟନାୟକ କରିଥିଲେ ଆମ ଓଡ଼ିଶା ପାର୍ଟି । ସେହିପରି ଯତୀଶ ଚନ୍ଦ୍ର ମହାନ୍ତି କରିଥିଲେ ସମୃଦ୍ଧ ଓଡ଼ିଶା, ଖାରବେଳ ସ୍ବାଇଁ କରିଥିଲେ ଉତ୍କଳ ଭାରତ । ଏହା ସହ ଆପ୍, ଏସପି ଓ ବିଏସପି ଓଡ଼ିଶା ରାଜନୀତିରେ ଏଣ୍ଟ୍ରି କରି ବି ବିଶେଷ ସଫଳତା ପାଇ ନାହାଁନ୍ତି । ତେଣୁ ନୂଆ ଦଳ ଯଦି ହେବ କିଏ କରିବେ କିଏ ନେତୃତ୍ବ ନେବେ ତା ଏବେ ବଡ଼ ପ୍ରଶ୍ନ । ବିଜେଡିରେ ପାଣ୍ଡିଆନ ବିରୋଧୀ, ଦଳ ଭିତରେ ରହି ପାଣ୍ଡିଆନଙ୍କ ଆଉଟ ପାଇଁ ଶଙ୍ଖନାଦ କରିବେ ନା ନୂଆ ଦଳ ପାଇଁ ମୁଳୁଦୁଆ ପକାଇବେ ତା ଉପରେ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories