Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Politics / 'ଓଡ଼ିଶା ରାଜନୀତିଠୁ ଦୂରେଇବାକୁ ଚାହୁଁଛନ୍ତି ନବୀନ, ସେଥିପାଇଁ ଦିଲ୍ଲୀରୁ ଆସୁ ନାହାନ୍ତି'

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
'ଓଡ଼ିଶା ରାଜନୀତିଠୁ ଦୂରେଇବାକୁ ଚାହୁଁଛନ୍ତି ନବୀନ, ସେଥିପାଇଁ ଦିଲ୍ଲୀରୁ ଆସୁ ନାହାନ୍ତି'

Key Points

କୋଟେରୀ ଗ୍ରୁପ ମଧ୍ୟ ନବୀନ ଆସିବେ ବୋଲି ପ୍ରଚାର କରୁଥିଲେ ।
ହେଲେ ପାଣିଚିଆ ହୋଇଗଲା ବିଜେଡିର ପଦଯାତ୍ରା ।
ଅନେକ ସ୍ଥାନରେ ପଦଯାତ୍ରାରେ କନ୍ଦଳ ବି ସାମ୍ନାକୁ ଆସିଲା ।

ପରମ୍ପରା ଭାଙ୍ଗିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନିଜ ଦଳର ପଦଯାତ୍ରାରେ ହେଲେନି ସାମିଲ । ସବୁ ବର୍ଷ ଭଳି ଅକ୍ଟୋବର ମାସରେ ପଦଯାତ୍ରା କଲା ବିଜେଡି । କିନ୍ତୁ ଏଥର ସାମିଲ ହେଲେନି ବିଜେଡି ସୁପ୍ରିମୋ । ଆଉ ବିଜେଡି ପଦଯାତ୍ରାକୁ କଟାକ୍ଷ କରିଛି ବିଜେପି । ବିଧାୟକ ସରୋଜ ପାଢ଼ୀ କହିଛନ୍ତି- ନବୀନ ଆଉ ଓଡ଼ିଶା ଆସିବେ ନାହିଁ । ବିଜେଡିର ଭବିଷ୍ୟତ ଅନ୍ଧାରରେ ।

ଦୀର୍ଘ ୨୪ ବର୍ଷର ପରମ୍ପରାକୁ ଭାଙ୍ଗିଲେ ନବୀନ । ଦୀର୍ଘ ମାସେ ହେବ ଦିଲ୍ଲୀରେ ଅଛନ୍ତି ନବୀନ । ସତେ ଯେମିତି ନିଜକୁ ଓଡ଼ିଶା ରାଜନୀତିଠାରୁ ଦୁରେଇ ରଖିଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନ ହେଉ କି ବିଜେଡିର ପଦଯାତ୍ର । କୌଣସି କାର୍ଯ୍ୟକ୍ରମରେ ହେଉନାହାନ୍ତି ସାମିଲ ।


ଏହାସହ ପଢ଼ନ୍ତୁ:- 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'

ସେପଟେ କିଛି ଦିନ ଧରି ବିଜେଡିର ଏକ ଗୋଷ୍ଠୀ ନବୀନ ଆସିବେ ଆସିବେ ବୋଲି ପ୍ରଚାର କରି ଶେଷରେ ନିରାଶ ହୋଇଛନ୍ତି । ତେବେ କଟକରେ ପଦାକୁ ଆସିଛି ପଦଯାତ୍ରା ବେଳେ କନ୍ଦଳର ଚିତ୍ର । ମେୟର ସୁବାସ ସିଂ ଓ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଗୋଷ୍ଠୀ ଅଲଗା ଅଲଗା ଆସି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏପଟେ କିନ୍ତୁ ବିଜେଡି ନେତା କହିଛନ୍ତି ନବୀନ ଅନୁପସ୍ଥିତ ଥାଇପାରନ୍ତି କିନ୍ତୁ ଲୋକେ ନବୀନଙ୍କୁ ଭଲ ପାଆନ୍ତି ।

ସେପଟେ ବିଜେଡି ପଦଯାତ୍ରାକୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ୨୪ ବର୍ଷର କୁକର୍ମ ପାଇଁ ଲୋକେ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଲୋକେ ଦୁରେଇ ଦେବା କାରଣରୁ ନବୀନ ଓଡ଼ିଶା ଛାଡ଼ି ପଳେଇଛନ୍ତି । ଯେଉଁଥିପାଇଁ ନବୀନ ଓଡ଼ିଶା ଆସିବା ପାଇଁ ମଧ୍ୟ ଆଉ ଚାହୁଁ ନାହାଁନ୍ତି ବୋଲି କହିଛନ୍ତି ଆସ୍କା ବିଧାୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- ମହିଳାଙ୍କୁ ଆତଙ୍କୀ ଟ୍ରେନିଂ ଦେଉଛି ଜୈସ-ଏ-ମହମ୍ମଦ !


ପରାଜୟ ପରେ ବିଜେଡି ଭିତରେ ବଢିଛି ଗୋଷ୍ଠୀ କନ୍ଦଳ । ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଗୋଷ୍ଠୀ କରି ମେଳି ବାନ୍ଧୁଛନ୍ତି ନେତା । ଦଳରେ ଏବେ ବି ଅନେକ ନେତା ପାଣ୍ଡିଆନଙ୍କ ହାକିମାତିକୁ ନେଇ କରୁଛନ୍ତି ବିଦ୍ରୋହ। କ୍ଷମତା ଯିବା ପରେ ନବୀନଙ୍କ ନିର୍ଦ୍ଦେଶକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ମାନୁ ନାହାଁନ୍ତି ନିଜ ଦଳର ନେତା ।

Related Topics

Explore more stories

Sponsored
Odisha Politics | Odisha Politics | BJD launches padayatra across Odisha amid Naveen Patnaik’s absence | Argus News