Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

EOW / 12 କୋଟି 42 ଲକ୍ଷ ଠକେଇ ଅଭିଯୋଗ; ବିଜେଡି ନେତା ଗିରଫ

Smruti Parija
Browse all articles by Smruti Parija
·9 months ago·1 min read
12 କୋଟି 42 ଲକ୍ଷ ଠକେଇ ଅଭିଯୋଗ; ବିଜେଡି ନେତା ଗିରଫ

Key Points

12 କୋଟି 42 ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ କୁମାର ନାୟକ

3 ଘଣ୍ଟା ଜେରା ପରେ ବାସ ଭବନରୁ ଦିଲ୍ଲୀପଙ୍କୁ ଉଠେଇ ନେଇଥିଲା EOW

ବିଜେଡି ନେତା ଦିଲ୍ଲୀପ କୁମାର ନାୟକ ଗିରଫ । 12 କୋଟି 42 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାନ୍ଧିଲା EOW । ଗତକାଲି ରେଡ୍ , ଜେରା ଓ ପରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକଙ୍କୁ ଉଠେଇ ନେଇଥିଲା କ୍ରାଇମବ୍ରାଞ୍ଚର EOW ଟିମ୍ । ଦୀର୍ଘ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜେରା ପରେ କଟକ ବାଦାମବାଡ଼ିସ୍ଥିତ ବାସ ଭବନରୁ ଦିଲ୍ଲୀପଙ୍କୁ ଉଠେଇ ନେଇଥିଲା EOW।


ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଥିଲେ ଦିଲ୍ଲୀପ । ୨୦୨୪ ନିର୍ବାଚନର ସେ ବିଜେଡିର ପ୍ରାର୍ଥୀ ହୋଇଥିଲେ । ଜମିଜମା ଠକେଇ ନେଇ ରେଡ କରିଥିଲା EOW ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁରୀର ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇବାକୁ କହି ଦିଲ୍ଲୀପ ୭ କୋଟି ଟଙ୍କା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଦେଇ ନଥିଲେ। ଟଙ୍କା ଫେରସ୍ତ ପାଇଁ ପରବର୍ତ୍ତୀ ସମୟରେ ଏକ ଚୁକ୍ତି ବି କରିଥିଲେ। କିନ୍ତୁ ସେ ଚୁକ୍ତି ବି ଖିଲାପ କରିଥିଲେ। ଏ ସଂକ୍ରାନ୍ତରେ ୨୦୨୩ରେ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଇଓଡବ୍ଲ୍ୟୁ ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା। ତଦନ୍ତ ସମୟରେ ଠକେଇ ସମ୍ପର୍କିତ ଅଭିଯୋଗର ପ୍ରମାଣ ମିଳିଥିଲା। ଶୁକ୍ରବାର ଇଓଡବ୍ଲ୍ୟୁ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଦିଲ୍ଲୀପଙ୍କ ଘରେ ଚଢ଼ଉ କରିଥିଲା।


ଆହୁରି ପଢନ୍ତୁ ଶ୍ରୀମୟୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ନିଜ ଦଳର ପୋଲ୍ ଖୋଲିଦେଲେ BJD ନେତ୍ରୀ

Related Topics

Explore more stories

Sponsored
EOW | bjd-leader-dilip-kumar-nayak-arrested-on-charges-of-cheating-rs-1242-crore | Argus News