Nuapada By Election / ନୂଆପଡ଼ା ରାଜନୀତିରେ ନୂଆ ମୋଡ଼, ବିଜେପି ପ୍ରାର୍ଥୀଙ୍କ ଘରେ ବିଜେଡି ନେତା ଲମ୍ବୋଦର ନିଆଲ

Key Points
ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ବଡ଼ ଝଟକା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ବିଜେଡି ନେତା ଲମ୍ବୋଦର ନିଆଲ । ଆଜି ବିଜେପିରେ ସାମିଲ ହେବା ନେଇ ସୂଚନା ।
ନୂଆପଡ଼ା ରାଜନୀତିରେ ନୂଆ ସମୀକରଣ । ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ବଡ଼ ଝଟକା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ବିଜେଡି ନେତା ଲମ୍ବୋଦର ନିଆଲ । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଥିବା ଲମ୍ବୋଧର ଆଜି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର କଳାହାଣ୍ଡି ସାଂସଦ ପାର୍ଥି ଥିଲେ ଲମ୍ବୋଧର । ସେ ଦୁଇ ଥର ଖଡ଼ିଆଲା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ବିଜେଡି ପ୍ରାର୍ଥୀ ହୋଇଥିଲେ । ଉତ୍କଳ ଯାଦବ ମହାସଭାର ବରିଷ୍ଠ ନେତା ହେଉଛନ୍ତି ଲମ୍ବୋଧର ନିଆଲ ।
ସେପଟେ ଆଜି ନାମାଙ୍କନପତ୍ର ଦାଖଲ କରିବେନି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆସନ୍ତା ୧୮ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ଜୟ । ୧୮ରେ ନାମାଙ୍କନ ଭରିବେ ବୋଲି 'ଅର୍ଗସ'କୁ ସୂଚନା ଦେଇଛନ୍ତି ଜୟ । ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଆଜି ବିଶାଳ ପଟୁଆରରେ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିବେ ।
ସେପଟେ ଆଜି ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେପି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନୂଆପଡ଼ାରେ ହେବ ବିଶାଳ ରାଲି । ଏହା ସହ ମହାମିଶ୍ରଣ ପର୍ବ କରିବ ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି ଓ ଅନେକ ମନ୍ତ୍ରୀ, ବିଧାୟକ ନୂଆପଡାରେ ଉପସ୍ଥିତ ରହିବେ । ପ୍ରଥମେ ଗୋତମା ଏୟାରଷ୍ଟ୍ରିପରେ ସ୍ୱତନ୍ତ୍ର ବିମାନ ଯୋଗେ ପହଁଚିବା ପରେ ଆୟୋଜିତ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଗାୟତ୍ରୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି କରିବ ଶକ୍ତି ପ୍ରଦର୍ଶନ ।
ଅଧିକ ପଢ଼ନ୍ତୁ: ୧୮ରେ ନାମାଙ୍କନ ଭରିବେ ଜୟ, ଆଜି ମୁଖ୍ୟମନ୍ତ୍ରୀ କରିବେ ବିଶାଳ ରାଲି
ସୂଚନା ଅନୁସାରେ ବୁଧବାର ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ନୂଆପଡ଼ା ପାଇଁ ଜୟଙ୍କ ନାଁରେ ମୋହର ମାରିଥିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି । କିଛି ଦିନ ତଳେ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଜୟ ପଦ୍ମ ଶିବିରରେ ସାମିଲ୍ ହୋଇଛନ୍ତି ।
📱 Get Argus News App
✨
ସେହିପରି ବୁଧବାର ସନ୍ଧ୍ୟାରେ ବିଜେଡି ମଧ୍ୟ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ହୋଇଛନ୍ତି ବିଜେଡି ପ୍ରାର୍ଥିନୀ । ସ୍ନେହାଙ୍ଗିନୀ ଅତାବିରାରୁ ୨ ଥର ବିଧାୟିକା ହୋଇଛନ୍ତି । ସେପଟେ ଘାସିରାମ ମାଝୀଙ୍କୁ କଂଗ୍ରେସ ମଇଦାନକୁ ଉତାରିଛି ।
ସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ୧୩ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଅକ୍ଟୋବର ୨୦ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।
Related Topics
Explore more stories